Posted inଜାତୀୟ

ବିଶ୍ୱ ଅର୍ଥନୀତିକୁ ବିପଦ ଓମିକ୍ରନ୍‌

ନୂଆଦିଲ୍ଲୀ, ୩ା୧୨:କରୋନା ମହାମାରୀବେଳେ ତଳମୁହଁା ହୋଇପଡ଼ିଥିବା ବିଶ୍ୱ ଅର୍ଥନୀତି ମୁଣ୍ଡ ଟେକିବାକୁ ଅଣ୍ଟା ଭିଡ଼ୁଥିବାବେଳେ କୋଭିଡ୍‌ ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଏହା ପୁଣି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଟିକା ଏହା ବିରୋଧରେ ପ୍ରଭାବୀ ନ ହୋଇପାରେ ବୋଲି ବୈଜ୍ଞାନିକ ତଥା ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଓମିକ୍ରନ୍‌୍‌କୁ ‘ଚିନ୍ତାଜନକ ଭାରିଆଣ୍ଟ’ ତାଲିକାରେ ରଖିବା ସହ ବିଭିନ୍ନ ଦେଶରେ ପୁଣି କଡ଼ା କଟକଣା ଫେରିଛି। ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଚିହ୍ନଟ ହେବା ପରେ ଭାରତ ସମେତ ଅନେକ ଦେଶ ସେମାନଙ୍କ ଯାତ୍ରା ଗାଇଡ୍‌ଲାଇନ୍‌ ଘୋଷଣାକୁ ସ୍ଥଗିତ ରଖିଛନ୍ତି। ଓମିକ୍ରନ୍‌୍‌ ଉପରେ ଅଧିକ ଗବେଷଣା ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ ଏବଂ ଅର୍ଥନୀତିରେ ଆସିଥିବା ସୁଧାରକୁ କିପରି ପ୍ରଭାବିତ କରିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣ ନିୟନ୍ତ୍ରଣରେ ବିଫଳ ହେଲେ ବିଶ୍ୱସ୍ତରରେ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେବେ। ଟିକାକରଣ ହାର କମ୍‌ ଥିବା ଦେଶର ଜନସାଧାରଣ ଅଧିକ ପ୍ରଭାବିତ ହେବେ ଏବଂ ଡାକ୍ତରଖାନାରେ ଲୋକଙ୍କ ଗହଳି ବଢ଼ିବ। ଇକୋନୋମିକ୍‌ ଥିଙ୍କ୍‌ଟ୍ୟାଙ୍କ୍‌ ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଙ୍ଗଠନ (ଓଇସିଡି) ମୁତାବକ, ଯଦି ଓମିକ୍ରନ୍‌୍‌ ଭାରିଆଣ୍ଟ ଏକ ବିଶ୍ୱସ୍ତରୀୟ ମନ୍ଥରତା ସୃଷ୍ଟି କରେ ତେବେ ପାଶ୍ଚାତ୍ୟ ସରକାର ବ୍ୟବସାୟ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଜରୁରିକାଳୀନ ଆର୍ଥିକ ସହାୟତା ଆଣିବାକୁ ବାଧ୍ୟ ହୋଇପାରନ୍ତି। ଯୋଗାଣ ଶୃଙ୍ଖଳ ପୁଣି ପ୍ରଭାବିତ ହୋଇପାରେ। ଏଥିଯୋଗୁ ମୁଦ୍ରାସ୍ପୀତି ବୃଦ୍ଧି ଜନିତ ସଙ୍କଟ ବଢ଼ିପାରେ, ଯାହା ଦ୍ୱାରା ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାର ଆହୁରି କଷ୍ଟକର ହୋଇପଡ଼ିବ। ଦେଶଗୁଡ଼ିକରେ କଡ଼ା କଟକଣା ଲାଗୁ ହେଲେ ଦ୍ରବ୍ୟ ଏବଂ ସେବା ଚାହିଦା ପ୍ରଭାବିତ ହେବ। ଏଥିଯୋଗୁ ଶିଳ୍ପଜଗତ ବ୍ୟାପକ କ୍ଷତିଗ୍ରସ୍ତ ହେବ। ଜରୁରୀସ୍ଥିତିରେ ସରକାର ଏମର୍ଜେନ୍ସି ଫଣ୍ଡ ବ୍ୟବହାର କରିବାକୁ ବାଧ୍ୟ ହେବେ ବୋଲି ଓଇସିଡିର ପ୍ରମୁଖ ଅର୍ଥନୀତିଜ୍ଞ ଲୌରେନ୍ସ ବୋନେ କହିଛନ୍ତି।
ଗ୍ଲୋବାଲ ଜିଡିପି ଉପରେ ଓଇସିଡି ଏକ ରିପୋର୍ଟ ମଧ୍ୟ ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱ ଜିଡିପି ୫.୬ % ବୃଦ୍ଧି ପାଇବାକୁ ଥିବାବେଳେ ୨୦୨୨ରେ ୪.୫ % ଏବଂ ୨୦୨୩ରେ ଏହା ୩.୨% ହ୍ରାସ ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ମହାମାରୀ ଆରମ୍ଭରୁ ଜି-୨୦ ଗ୍ରୁପ୍‌ର ଦେଶଗୁଡ଼ିକ ଏମର୍ଜେନ୍ସି ସହାୟତା ଭାବେ ୧୦ ଟ୍ରିଲିୟନ ଡଲାର (୭୪,୯୪,୭୨,୫୦,୦୦,୦୦,୦୦୦ ଟଙ୍କା) ଖର୍ଚ୍ଚ କରିସାରିଛନ୍ତି। ଯଦି ବିଶ୍ୱବ୍ୟାପୀ ଟିକାକରଣ ସୁନିଶ୍ଚିତ ହୋଇଥାନ୍ତା ତେବେ ଏଥିପାଇଁ ମାତ୍ର ୫୦ ବିଲିୟନ ଡଲାର (୩୭,୪୭,୩୬,୨୫,୦୦,୦୦୦ ଟଙ୍କା) ଲାଗିଥାନ୍ତା ବୋଲି ବୋନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri