Posted inଫୁରସତ

କାର୍‌ରେ ଅଛି ହେଲିପ୍ୟାଡ

ସବୁ ମଣିଷର ଇଚ୍ଛା ଥାଏ ତା’ପାଖରେ ନିଜର ଏକ କାର୍‌ ଥାଆନ୍ତା। ଯେଉଁଥିରେ ସେ ପରିବାର ସହ ବସି ବୁଲିପାରନ୍ତା। ଆଉ କେହି କେହି ଏମିତି ବି କାର୍‌ ଚାହାନ୍ତି, ଯାହା ଏତେ ଖାସ୍‌ ହୋଇଥିବ ଯେ, ତାକୁ ଦେଖି ଲୋକେ ଘଡ଼ିଏ ଚାହିଁ ରହିବେ। ଏସବୁକୁ ନଜରରେ ରଖି କାର୍‌ କମ୍ପାନୀମାନେ ଭିନ୍ନ ଭିନ୍ନ ଡିଜାଇନ୍‌ର କାର୍‌ ତିଆରି କରିଥାନ୍ତି। ତେବେ ଜାଣନ୍ତି କି ଏମିତି ଏକ କାର୍‌ ଅଛି ଯାହା ଏକ ୧୦ ମହଲା ଘର ସହିତ ସମାନ ଥିଲା। ଅର୍ଥାତ୍‌ ଏହାର ଲମ୍ବ ଥିଲା ୧୦୦ ଫୁଟ୍‌ ଯାହା ଏକ ଦଶ ମହଲା ଘରର ଉଚ୍ଚତା ସହ ସମାନ। ଏତେ ଲମ୍ବା ହୋଇଥିବାରୁ ୧୯୮୬ ମସିହାରେ ଏହା ପୃଥିବୀର ସବୁଠାରୁ ଲମ୍ବା କାର୍‌ଭାବେ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସ୍ଥାନ ପାଇଥିଲା। ‘ଦ ଆମେରିକାନ ଡ୍ରିମ’ ନାମକ ଏହି କାର୍‌କୁ ଏକ ଚଳଚ୍ଚିତ୍ର ପାଇଁ ତିଆରି କରାଯାଇଥିଲା। ବହୁ ଜଣାଶୁଣା ଗାଡି ଡିଜାଇନର୍‌ ଜେ ଓରବର୍ଗ ଏହାକୁ ଡିଜାଇନ୍‌ କରିଥିଲେ। ୨୬ ଟାୟର ଥିବା ଏହି କାର୍‌ର ବିଶେଷତ୍ୱ ଏହା ଥିଲା କି ଏହାକୁ ଉଭୟ ପାର୍ଶ୍ୱରୁ ଡ୍ରାଇଭ କରି ହେଉଥିଲା। କାର୍‌୍‌ରେ ୮ଟି ଇଞ୍ଜିନ ଲାଗିଥିଲା। ତା’ସହ ଏଥିରେ ସୁଇମିଂ ପୁଲ, ଜକୁଜି, ବାଥ ଟବ୍‌, ଛୋଟ ଗଲ୍ଫ କୋର୍ସ, ଅନେକ ଟିଭି, ଫ୍ରିଜ୍‌, ଟେଲିଫୋନ୍‌ ସହ ଗାଡ଼ିର ପଛ ଭାଗରେ ଏକ ହେଲିପ୍ୟାଡ ବି ଥିଲା; ଯାହା ଉପରେ ହେଲିକପ୍ଟର ଆରାମରେ ଓହ୍ଲାଇବା ସହ ଟେକ୍‌ ଅଫ୍‌ କରିପାରୁଥିଲା। ଏଥିରେ ୭୦ ଜଣ ବସିବାର ବ୍ୟବସ୍ଥା ଥିଲା। ଚଳଚ୍ଚିତ୍ରରେ ବ୍ୟବହାର ପାଇଁ ଏହାକୁ ତିଆରି କରାଯାଇଥିଲା। ଆଉ ଘଣ୍ଟାକୁ ୧୪୪ ହଜାର ଟଙ୍କାରେ ଭଡ଼ା ଦିଆଯାଉଥିଲା। ଏହାର କାମ ସରିଗଲା ପରେ ଏହାକୁ କବାଡ଼ିଖାନାକୁ ବିକ୍ରି କରିଦିଆଯାଇଥିଲା। ପରେ ଏହି କାର୍‌କୁ ଏକ ମ୍ୟୁଜିୟମ କିଣି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

ସ୍ବାମୀଙ୍କ ୫୦୦ରୁ ଅଧିକ ମହିଳାଙ୍କ ସହ ଥିଲା ସମ୍ପର୍କ: ସ୍ତ୍ରୀ ଜାଣିବା ପରେ ଘଟିଲା…

ନୂଆଦିଲ୍ଲୀ,୨୩।୧୨: ବିଶ୍ୱରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କର ବିବାହ ସାଥୀଙ୍କୁ ପ୍ରତାରଣା ଯୋଗୁ ଭାଙ୍ଗିଯାଏ। ବିବାହିତ ହେବା ସତ୍ତ୍ୱେ, ସେମାନଙ୍କର ଅନ୍ୟ ପୁରୁଷ କିମ୍ବା...

ଏମିତି ଗାଁ, ଯେଉଁଠି ୧୨ ବର୍ଷ ପରେ ଝିଅ ହୋଇଯାନ୍ତି ପୁଅ, ବୈଜ୍ଞାନିକ ବି ଖୋଜି ପାଉନାହାନ୍ତି କାରଣ

ଝିଅ କିମ୍ବା ପୁଅ ଭାବରେ ଜନ୍ମ ହେବା ପ୍ରକୃତିର ଏକ ଉପହାର। ଜନ୍ମ ପୂର୍ବରୁ ମା’ ପେଟରେ ଲିଙ୍ଗ ନିର୍ଣ୍ଣୟ ହୋଇସାରିଥାଏ। ତଥାପି ମଣିଷ ଏତେ...

ଏମିତି ସହର, ଯେଉଁଠି ସବୁକିଛି ଧଳା, କୋଠାରୁ ଆରମ୍ଭ କରି…

ସମସ୍ତେ ରଙ୍ଗକୁ ଭଲ ପାଆନ୍ତି। ରଙ୍ଗୀନ ଘର, ରଙ୍ଗଜୀନ କୋଠା ସମସ୍ତଙ୍କୁ ଆକର୍ଷିତ କରେ। ଆପଣ ଜାଣନ୍ତି କି, ବିଶ୍ୱରେ ଏପରି ଏକ ସହର ଅଛି...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri