Posted inଖେଳ

ଅନ୍ତିମ ଓଭରରେ ନେଲେ ଲଗାତାର ୪ ଉଇକେଟ

ନୂଆଦିଲ୍ଲୀ,୨୦।୧୧: କର୍ନାଟକ ବିପକ୍ଷରେ ଶନିବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ବିଦର୍ଭ ପେସର ଦର୍ଶନ ନାଲକାଣ୍ଡେ ଅନ୍ତିମ ଓଭରରେ ଲଗାତାର ୪ ବଲରେ ୪ ଉଇକେଟ ନେଇଛନ୍ତି। ଏଭଳି ସଫଳତା ପାଇବାରେ ଅଭିମନ୍ୟୁ ମିଥୁନଙ୍କ ପରେ ନାଲକାଣ୍ଡେ ଦେଶର ଦ୍ୱିତୀୟ ବୋଲର। ଦର୍ଶନ ୨୦ତମ ଓଭରର ଅନିରୁଦ୍ଧ ଜୋଶି, ବି ଆର ଶରଥ, ଜେ ସୁଚିଥ ଓ ଅଭିନବ ମନୋହରଙ୍କ ଉଇକେଟ ନେଇଥିଲେ। ଟି୨୦ କ୍ରିକେଟରେ ଏହା ଦର୍ଶନଙ୍କ ଦ୍ୱିତୀୟ ହ୍ୟାଟ୍ରିକ। ପୂର୍ବରୁ କେବଳ ଶ୍ରୀଲଙ୍କାର ପୂର୍ବତନ ପେସର ଟି୨୦ କ୍ରିକେଟରେ ଦୁଇ ଥର ହ୍ୟାଟ୍ରିକ ନେଇଥିଲେ।

ଦର୍ଶନଙ୍କ ଏଭଳି ପ୍ରଦର୍ଶନ ସତ୍ତ୍ୱେ ବିଦର୍ଭ ଫାଇନାଲକୁ ଉଠି ପାରିନାହିଁ। କର୍ନାଟକ ପାଇଁ ରୋହନ କଦମ (୮୭ ରନ୍‌, ୭ ଚୌକା ଓ ୪ ଛକା)ଓ ଅଧିନାୟକ ମନୀଷ ପାଣ୍ଡେ(୫୪ ରନ୍‌, ୨ ଚୌକା ଓ ୩ ଛକା)ଙ୍କ ଓପନିଂ ଯୋଡ଼ି ୧୫ ଓଭରରେ ଯୋଡ଼ିଥିଲେ ୧୩୨ ରନ୍‌। ଫଳରେ ଧାର୍ଯ୍ୟ ୨୦ ଓଭରରେ କର୍ନାଟକ ୭ ଉଇକେଟ ହରାଇ ୧୭୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ଖେଳାଳିଙ୍କ ମିଳିତ ଉଦ୍ୟମ ସତ୍ତ୍ୱେ ବିଦର୍ଭ ବିଜୟ ଲକ୍ଷ୍ୟଠାରୁ ୫ ରନ୍‌ ଦୂରରେ ରହିଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri