ପ୍ରାକୃତିକ ଜୀବସାର

ପ୍ରକୃତି ତାହାର କୋଳରେ ଥିବା ଜୀବଜଗତ ନୀରୋଗ ଜୀବନଯାପନ କରିବା ନିମନ୍ତେ ପୋଷକତତ୍ତ୍ୱ ପରିପୂର୍ଣ୍ଣ ଜୀବସାର, ଖଣିଜସାର ଓ ପ୍ରୋଟିନ୍‌ଯୁକ୍ତ ଆହାର ଓ ଔଷଧ ମହଜୁଦ କରି ରଖିଅଛି। ଯଦ୍ଦ୍ବାରା ପ୍ରାଣିଜଗତ ଦୀର୍ଘାୟୁ ଲାଭ କରିବା ସହ ସୃଷ୍ଟି ସର୍ଜନାର ପରିପୂର୍ଣ୍ଣତା ହୋଇପାରିବ। ତେଣୁ ପ୍ରାକୃତିକର ବିକଳ୍ପ ନାହିଁ।
ଜୀବସାର ଦୁଇପ୍ରକାର। ଗୋଟିଏ ଚର୍ବିରେ ଘୋଳନଶୀଳ ଓ ଅନ୍ୟଟି ଜଳରେ ଘୋଳନଶୀଳ। ଚର୍ବି ଘୋଳନଶୀଳ ଜୀବସାରଗୁଡ଼ିକ ଏ, ଡି, ଇ, କେ ଏବଂ ଜଳରେ ଘୋଳନଶୀଳ ଭିଟାମିନ୍‌ ‘ବି’, ଯାହା ଅଧିକ ହେଲେ ପରିସ୍ରା ଦ୍ୱାରା ବାହାରିଯାଏ। ମାତ୍ର ଚର୍ବିରେ ଘୋଳନଶୀଳ ଜୀବସାର ଅଧିକମାତ୍ରାରେ ହେଲେ ଏହା ହାର୍ଟ ଓ ଅନ୍ୟ ଅଙ୍ଗପ୍ରତ୍ୟଙ୍ଗରେ ଜମି ରହେ।
ଜୀବସାର ‘ଏ’ (ରେଟିନଲ୍‌) : ଏହା ଦାନ୍ତ, ହାଡ଼, ସୂକ୍ଷ୍ମ କୋଷିକା ଶେଷ୍ଲିକାକଳା ଏବଂ ଚର୍ମକୁ ସୁସ୍ଥ ରଖେ। ଚକ୍ଷୁରେ ଥିବା ରେଟିନାରେ ବର୍ଣ୍ଣ କରିବାରେ ସହାୟକ ହୋଇଥାଏ। ଏହା କନ୍ଦମୂଳ, ଗାଜର, କଲିଜା, ସାଲମନ ମାଛ, ଅଣ୍ଡା, ଆମ୍ବ, ଅମୃତଭଣ୍ଡା, ପିଜୁଳି, ବ୍ରକୋଲି, ଲହୁଣିରୁ ମିଳେ। ଶରୀର ପାଇଁ ୩୦୦ ରୁ ୯୦୦ ମାଇକ୍ରୋଗାମ ଜୈବିକ ଆବଶ୍ୟକ। ଗର୍ଭାବସ୍ଥାରେ ଓ ପିଲା କ୍ଷୀରପାନ କରୁଥିବା ବେଳେ ଏହା ଅତ୍ୟନ୍ତ ପ୍ରୟୋଜନ। ଏହାର ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ।
ଜୀବସାର ‘ସି’ : ଏହାକୁ ଏସ୍‌ କର୍ବିକ୍‌ ଏସିଡ୍‌ କୁହାଯାଏ। ଏହା କୋଷ, ଚର୍ମ, ରକ୍ତବାହିନୀ, ଅସ୍ଥି ଏବଂ ତରୁଣାସ୍ଥି, ଦାନ୍ତ, ଦାନ୍ତମାଢ଼ିକୁ ସୁସ୍ଥ ରଖେ। ଥଣ୍ଡା, ସର୍ଦ୍ଦିରୁ ରକ୍ଷା କରେ। ଏହାର ଅଭାବରେ ସ୍କର୍ବିରୋଗ ଦେଖାଯାଏ। ଏହାର ମୁଖ୍ୟ ଉତ୍ସ- ଅଁଳା, ଖଟାଜାତୀୟ ଫଳ, ଲେମ୍ବୁ, କମଳା, ସେଓ ଇତ୍ୟାଦି।
ଜୀବସାର-‘ଡି’ : ଏହା କ୍ୟାଲ୍‌ସିୟମକୁ ଶୋଷଣ କରେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ହାଡ଼, ମାଂସପେଶୀ ଓ ହୃଦୟକୁ ସୁସ୍ଥ ରଖେ। ସକାଳ କଅଁଳିଆ ସୂର୍ଯ୍ୟକିରଣ ଚର୍ମ ଉପରେ ପଡ଼ିଲେ ସଂଶ୍ଳେଷଣ ପ୍ରକ୍ରିୟା ଦ୍ୱାରା ଶୋଷିତ ହୋଇଥାଏ। ଏହି ଭିଟାମିନ୍‌ର ମୁଖ୍ୟ ଉତ୍ସ ହେଉଛି- କ୍ଷୀର, ସାଲମନ, ମାଛ, କଡ୍‌ଲିଭର ଅଏଲ, ଅଣ୍ଡା, ଛତୁ ଏବଂ ସୋୟାବିନ୍‌।
ଶରୀର ପାଇଁ ୬୦୦ ରୁ ୮୦୦ ଆଇୟୁ ଦୈନିକ ଆବଶ୍ୟକ।
ଜୀବସାର-‘ଇ’ : ଏହା ଆଣ୍ଟି ଅକ୍ସିଡାଣ୍ଟ। ଏହି ଭିଟାମିନ୍‌ କୋଷକୁ ସୁସ୍ଥ ରଖିବା ସହ ଚର୍ମକୁ କୁଞ୍ଚନରୁ ରକ୍ଷା କରେ। ମାଂସପେଶୀକୁ ସବଳ କରେ। ଦୈନିକ ଆମ ଶରୀର ପାଇଁ ୧୫ ମିଲିଗ୍ରାମ ଭିଟାମିନ୍‌ ‘ଇ’ ଆବଶ୍ୟକ। ଏହାର ମୁଖ୍ୟ ଉତ୍ସ- ସୂର୍ଯ୍ୟମୁଖୀ ତେଲ, ଆଲ୍‌ମଣ୍ଡ, ବ୍ଲାକବେରୀ, ଅଲିଭ୍‌ ତେଲ ଓ ପିଜୁଳିରୁ ମିଳେ।
ଜୀବସାର ‘କେ’: ଏହା ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ। ତତ୍‌ ସଙ୍ଗେ ସଙ୍ଗେ ଅସ୍ଥିକୁ ସୁଦୃଢ଼ କରେ। ଏହାର ମୁଖ୍ୟ ଉତ୍ସ- ସେଓ, ପନିପରିବା, ଦୂର୍ବା ସ୍ବରସ ଇତ୍ୟାଦି।
ଜୀବସାର-ବି : ଏହା ଯକୃତ କାର୍ଯ୍ୟ ତ୍ୱରାନ୍ବିତ କରି ଭୋକ ବଢ଼ାଏ। ମସ୍ତିଷ୍କର ସ୍ନାୟୁତନ୍ତ୍ରିକା କାର୍ଯ୍ୟ କରିବାରେ ଶକ୍ତି ପ୍ରଦାନ କରେ। ସ୍ବାସ୍ଥ ବୃଦ୍ଧି କରେ। ରକ୍ତକୋଷିକା ବୃଦ୍ଧି କରେ ଓ ଚର୍ମକୁ ସୁସ୍ଥ ସବଳ ରଖେ।
ଜୀବସାର ‘ବି-୧’ : ଏହି ଭିଟାମିନ୍‌ ଭୋକ, ସ୍ବାସ୍ଥ୍ୟ ଓ ଓଜନ ବଢ଼ାଏ। ଏହା ଅଭାବରୁ ବେରିବେରି ରୋଗ ହୁଏ। ଅନ୍ୟପକ୍ଷରେ ଜୀବସାର ‘ବି-୨’ ରିବୋପ୍ଲୋବିନର ଅଭାବରେ ଜିହ୍ବାରେ ଛାଲି ପଡ଼ିବା (ପାଟି ଘା), ଅକାଳ ବାର୍ଦ୍ଧକ୍ୟ, ସୂର୍ଯ୍ୟ ଆଲୋକ ସହି ନ ପାରିବା ଦେଖାଯାଏ। ଜୀବସାର- ‘ବି-୩’ (ନାଇସିନ୍‌) ଅଭାବରେ ମାନସିକ ବିକାର, ଚର୍ମରେ ଫୋଟକା ପରି ସମସ୍ୟା ଦେଖାଦିଏ। ଜୀବସାର-‘ବି-୭’ (ବାୟୋଟିନ୍‌) ଅଭାବରେ ଶରୀର ଯନ୍ତ୍ରଣା ହେବା, କେଶ ଝଡ଼ିବା ସହ ଠିକ୍‌ ଭାବରେ ବଢ଼ି ନ ଥାଏ॥
ଜୀବସାର‘ବି-୧୨’ (ସାଇନୋକୋବାଲାମାଇନ୍‌) – ଏହି ଭିଟାମିନ୍‌ ଅଭାବରୁ ରକ୍ତ କମିଯାଏ। ଏହି ଜୀବସାରଗୁଡ଼ିକର ମୁଖ୍ୟ ଉତ୍ସ- ଗହମରୁ ପ୍ରସ୍ତୁତ ଅଟା, ଅଣ୍ଡା, ଶରଗ, ବାଦାମ, ଅଖରୋଟ, ନାଲି ଚାଉଳ, ଜୁଆ, ଅଙ୍ଗୁର, ଦୁଧ, ମଟର, ଡାଲି, ଆଳୁ, ମକା, ଚଣା, ନଡିଆ, ପିସ୍ତା, କୋବି, ଦହି, ପାଳଙ୍ଗ ଶାଗ। ଶରୀର ପାଇଁ ଦୈନିକ ଆବଶ୍ୟକ ୦-୨ ମିଲିଗ୍ରା (ଶିଶୁ) ଯୁବକ- ୧.୨ ମିଲିଗ୍ରାମ୍‌ ଏବଂ ଗର୍ଭାବସ୍ଥାରେ ୧.୪ ମିଲିଗ୍ରାମ୍‌।
ଏହି ସମସ୍ତ ଜୀବସାର ଆମେ ବାଡିବଗିଚାରୁ ମିଳୁଥିବା ସଜନାଶାଗ, ପନିପରିବା, ଅନ୍ୟନ୍ୟ ଶାଗ, ବିଭିନ୍ନ ଖାଦ୍ୟ ପଦାର୍ଥ ଓ ବିଭିନ୍ନ ବନୌଷଧିରୁ ମିଳେ। ତେଣୁ ଋତୁ ଅନୁଯାୟୀ ଉପଲବ୍ଧ ସମସ୍ତ ଶାଗ, ପନିପରିବା, ଫଳମୂଳ ଇତ୍ୟାଦି ସେବନ କରିବା ଉଚିତ।
ବର୍ତ୍ତମାନ ବିଷାକ୍ତ ପରିବେଶ ଓ ଜଳବାୟୁ ଏବଂ ବିଷାକ୍ତ କୀଟନାଶକ ଔଷଧର ବହୁଳ ପ୍ରୟୋଗ ଫଳରେ ଖାଦ୍ୟଦ୍ରବ୍ୟର ଗୁଣବତ୍ତା ଲୋପ ପାଉଛି। ରାସାୟନିକ ଔଷଧ ସେବନ ଓ ଅନ୍ୟନ୍ୟ ଦ୍ରବ୍ୟର ଅତ୍ୟଧିକ ମାତ୍ରାରେ ଖାଦ୍ୟରେ ମିଶ୍ରଣ ଯୋଗୁ ତାହା ଜୀବଜଗତକୁ ରୁଗ୍‌ଣ କରି ଧ୍ୱଂସାଭିମୁଖୀ ପଥକୁ ସୁଗମ କରୁଅଛି। ମାନବ ସମାଜ ଏହି ଜଟିଳ ବ୍ୟାଧିରେ ପୀଡ଼ିତ ହେବାର ଦେଖାଯାଉଅଛି। ଏଥିପାଇଁ ସଚେତନ ହୋଇ ପ୍ରାକୃତିକ ଚିକିତ୍ସା, ଔଷଧ ପ୍ରତି ପ୍ରାଧାନ୍ୟ ଦେବା ଉଚିତ।

ଡା. ଆଶିଷ ବାନାର୍ଜୀ
-ଆନନ୍ଦ ବଜାର, ବେତନଟୀ, ମୟୂରଭଞ୍ଜ, ମୋ: ୯୮୬୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri