ମିଳୁନି ପାଣି,୧୦୦ ପରିବାର ହନ୍ତସନ୍ତ

କଣ୍ଟାପଡା, ୧୦ା୧୧(ଡି.ଏନ୍‌.ଏ.):ପ୍ରତି ଗ୍ରାମକୁ ପାନୀୟ ଜଳ ଯୋଗାଇ ଦିଆଯିବା ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ପ୍ରକଳ୍ପ ଥାଇ ମଧ୍ୟ କଣ୍ଟାପଡା ବ୍ଲକ ଶିଶୁଆ ଗ୍ରାମର ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାନୀୟଜଳ ପାଇଁ ପ୍ରତିଦିନ ହନ୍ତସନ୍ତ ହେଉଛନ୍ତି। ଏ ସମ୍ପର୍କରେ କଣ୍ଟାପଡା ବ୍ଲକ ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ କାର୍ଯ୍ୟାଳୟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଏହାକୁ ନେଇ ସେମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି। ତୁରନ୍ତ ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, କଣ୍ଟାପଡା ବ୍ଲକ ଅନ୍ତର୍ଗତ କଣ୍ଟାପଡା ପଞ୍ଚାୟତର ଇଚ୍ଛାପୁର, ବାଇରୋଇ ଓ ଶିଶୁଆ ଗ୍ରାମ ପାଇଁ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିମୟରେ ଇଚ୍ଛାପୁର ନିକଟରେ ଏକ ପାନୀୟ ଜଳପ୍ରକଳ୍ପ ନିର୍ମାଣ ହୋଇଛି। ଏହି ପ୍ରକଳ୍ପରୁ ସଂଯୋଗ କରାଯାଇଥିବା ମୁଖ୍ୟ ପାଇପକୁ ବିଭିନ୍ନ ସ୍ଥାନରେ କାଟି କେତେଜଣ ବ୍ୟକ୍ତି ମୋଟା ପାଇପ ଲଗାଇବା ସହ ବିଦ୍ୟୁତ୍‌ ଚାଳିତ ମୋଟର ବ୍ୟବହାର କରି ଚୋରାରେ ପାଣି ନେଇଛନ୍ତି। ଏଥିଯୋଗୁ ଶିଶୁଆ ଗ୍ରାମର ଶେଷ ମୁଣ୍ଡରେ ପାଣି ପହଞ୍ଚିପାରୁନାହିଁ । ଫଳରେ ଉକ୍ତ ଗ୍ରାମର ନୂଆ ଭୋଇସାହି ଓ ରାସ୍ତାପାର୍ଶ୍ୱ ସାହିର ଶତାଧିକ ପରିବାର ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏମାନେ କୁହନ୍ତି…

ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟଠାରୁ ମାତ୍ର ୫୦ ମିଟର ଦୂରରେ ଆମ ଘର। ଏହାସତ୍ତ୍ୱେ ଆମେ ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଛୁ। ବାରମ୍ବାର ଏହି କାର୍ଯ୍ୟାଳୟର ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଶୁଣୁନାହାନ୍ତି। ଏହାଠାରୁ ଦୁର୍ଭାଗ୍ୟଜନକ କଥା ଆଉ କଣ ହୋଇପାରେ।
-ଦେବରାଜ ସାହୁ, ଗ୍ରାମବାସୀ
ବିଭିନ୍ନ ସ୍ଥାନରେ ପାଇପ୍‌ କଟାଯାଇଥିବାରୁ ଗ୍ରାମର ଶେଷମୁଣ୍ଡରେ ପାଣି ପହଞ୍ଚିପାରୁନାହିଁ। ପାଣି ଚୋରୁ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ବିଭାଗୀୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଏହି ସମସ୍ୟାର ସମାଧାନ ନ ହେଲେ ଆମେ ଆଗାମୀ ଦିନରେ ବିଭାଗୀୟ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିବୁ।
-ଅଶୋକ ସାମନ୍ତରାୟ, ଗ୍ରାମବାସୀ
ଏହି ଗ୍ରାମର ବହୁପରିବାର ପିଇବାପାଣି ପାଇବାରୁ ବଞ୍ଚିତ ହେଉଥିବା ନଜରକୁ ଆସିଛି। ଏହାର ସମାଧାନ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯିବ।
-ପ୍ରୀତିଲତା ବେହେରା, ସରପଞ୍ଚ, କଣ୍ଟାପଡ଼ା ପଞ୍ଚାୟତ
ଗ୍ରାମବାସୀଙ୍କ ଦାବି ଅନୁସାରେ ଆମେ ଇଚ୍ଛାପୁର ପାନୀୟଜଳ ପ୍ରକଳ୍ପ ସହ ଶିଶୁଆ ଗ୍ରାମକୁ ପାଇପ ସଂଯୋଗ କରିଛୁ। ତେବେ ପାଣି ପାଇଁ ଯେଉଁ ବୈଷୟିକ ତ୍ରୁଟି ରହିଛି, ତାହାର ସମାଧାନ ଖୁବ୍‌ଶୀଘ୍ର କରାଯିବ।
-ପ୍ରଭାକର ସାହୁ, କନିଷ୍ଠ ଯନ୍ତ୍ରୀ,
ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri