Posted inଜାତୀୟ

ରାଜସ୍ଥାନରେ କମିବ ତୈଳ ଦର

ଯୋଧପୁର,୧୦।୧୧: ଭାଜପା ଶାସିତ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର କମିବା ପରେ ରାଜସ୍ଥାନରେ ତୈଳ ଉପରୁ ଭ୍ୟାଟ ହ୍ରାସ କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ। ଗତ ୩ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥାକ୍ରମେ ୫ ଓ ୧୦ ଟଙ୍କା ଏକ୍ସସାଇଜ ଡ୍ୟୁଟି ଛାଡ଼ କରିଥିଲେ। ଏହାପରେ କଂଗ୍ରେସ ଶାସିତ ପଞ୍ଜାବ ସମେତ ବିଭିନ୍ନ ତୈଳ ଦର ହ୍ରାସ ପାଇବା ପରେ ସରକାରଙ୍କ ଉପରେ ଚାପ ବଢ଼ିଥିଲା। ଦିଲ୍ଲୀ, ହରିୟାଣା ଓ ରାଜସ୍ଥାନଠାରୁ ପଞ୍ଜାବରେ କମ୍‌ ଦରରେ ତୈଳ ମିଳୁଥିବା ଏକ ବିଜ୍ଞାପନରେ ପଞ୍ଜାବ ସରକାର ଦାବି କରିବା ପରେ ଘନେଇଥିଲା ବିବାଦ।

ଯୋଧପୁର ଗ୍ରାମରେ ଆୟୋଜିତ ଇଭେଣ୍ଟରେ ଯୋଗଦେଇ ଗେହଲଟ କହିଛନ୍ତି, ରାଜ୍ୟବାସୀଙ୍କୁ ଆରାମ ଦେବା ପାଇଁ ଆମେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ଭ୍ୟାଟ ହ୍ରାସ କରିବୁ। ଯଦି ସରକାର ଏକ୍ସସାଇଜ୍‌ ଡ୍ୟୁଟି ହ୍ରାସ କରୁଛନ୍ତି, ତେବେ ସିଧାସଳକ ରାଜ୍ୟରେ ମଧ୍ୟ ଭ୍ୟାଟ ବାବଦକୁ ପେଟ୍ରୋଲ ଉପରେ ୩.୪୦ ଟଙ୍କା ଓ ପେଟ୍ରୋଲ ଉପରେ ୩.୯୦ ଟଙ୍କା କମିବ। ଫଳରେ ରାଜସ୍ଥାନ ସରକାରଙ୍କୁ ୩,୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ। ତୈଳ ଭଳି ଆବଶ୍ୟକୀୟ ସାମଗ୍ରୀ ଉପରେ ଅତ୍ୟଧିକ ଟ୍ୟାକ୍ସ ଲଗାଇ ସାଧାରଣ ନାଗରିକଙ୍କୁ ଲୁଟିଛନ୍ତି। ଏବେ ସେମାନେ ସାମାନ୍ୟ ଆରାମ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ସବୁ ଚର୍ଚ୍ଚାର ଘଟିଲା ଅନ୍ତ: ରାଏବରେଲି-ଆମେଠିରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୩।୫: ନାମାଙ୍କନପତ୍ରର ଶେଷ ଦିନରେ କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଦୁଇଟି ଆସନରେ...

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

ସର୍ଭେ ଆଳରେ ଭୋଟର ପଞ୍ଜୀକରଣ ମନା

ନୂଆଦିଲ୍ଲୀ,୩ା୫(ପି.ଟି.):ସର୍ଭେ ଆଳରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କର ପ୍ରସ୍ତାବିତ ଲାଭଦାୟକ ଯୋଜନା ପାଇଁ ଭୋଟରମାନଙ୍କୁ ପଞ୍ଜୀକୃତ କରାଉଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ (ଇସି)...

କୋଭିଶିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟା: ସୁପ୍ରିମକୋର୍ଟରେ କ୍ଷତିପୂରଣ ଦାବି

ନୂଆଦିଲ୍ଲୀ,୩ା୫:କରୋନା ପ୍ରତିଶେଧକ ଟିକା କୋଭିଶିଲ୍ଡର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଅଷ୍ଟ୍ରାଜେନିକା କମ୍ପାନୀ ସ୍ବୀକାର କରିବା ପରେ ଏହାର ଯାଞ୍ଚ ପାଇଁ ଜଣେ ଆଇନଜୀବୀ ସୁପ୍ରିମକୋର୍ଟଙ୍କ...

ଡିସିଡବ୍ଲ୍ୟୁର ୨୨୩ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କୁ ବହିଷ୍କାର କରିବା...

ରାଏବରେଲି, ଆମେଠିରୁ କିଏ ହେବେ ପ୍ରାର୍ଥୀ? ଆଜି ରାତି ସୁଦ୍ଧା ପ୍ରିୟଙ୍କା, ରାହୁଲ ନେବେ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ୨୦୨୪ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଅନୁଷ୍ଠିତ ହେବ। କିନ୍ତୁ ଆଜିକାଲି ପଞ୍ଚମ ପର୍ଯ୍ୟାୟ (ମେ ୨୦)ରେ ମତଦାନ...

ରାଏବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ପ୍ରତାପ...

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨।୫: ଭାରତୀୟ ମସଲା ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri