ରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚାରିବା ଖବରଦାତାଙ୍କୁ ପଡ଼ିଲା ମହଙ୍ଗା

ରିଓ,୧।୧୧: ଜି -୨୦ ଶିଖର ସମ୍ମିଳନୀ ବିଷୟରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କୁ ପ୍ରଶ୍ନ କରିବା ଜଣେ ଖବରଦାତାଙ୍କୁ ମହଙ୍ଗା ପଡିଛି। ପ୍ରଶ୍ପ ପଚାରିବା ପାଇଁ ସମ୍ପୃକ୍ତ ଖବରଦାତାଙ୍କୁ ସୁରକ୍ଷାକର୍ମୀଙ୍କଠାରୁ ପ୍ରବଳ ମାଡ ଖାଇବାକୁ ପଡିଛି। ପରେ ଖବରଦାତା ସୁରକ୍ଷା କର୍ମୀଙ୍କ ନାଁ ହିଂସା ଅଭିଯୋଗ ଆଣିିଛନ୍ତି। ରିପୋର୍ଟ ଅନୁଯାୟୀ, ଜି -୨୦ ଶିଖର ସମ୍ମିଳନୀରେ ଯୋଗ ନ ଦେବାର କାରଣ ଖବରଦାତା ଜଣଙ୍କ ରାଷ୍ଟ୍ରପତି ବୋଲସନାରୋଙ୍କଠାରୁ ଜାଣିବାକୁ ଚେଷ୍ଟା କରିବା ମାତ୍ରେ ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ରାଗିଯାଇ ଖବରଦାତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣର ଜବାବ ଦେଇ ରାଷ୍ଟ୍ରପତି ବୋଲସନାରୋ କହିଛନ୍ତି, ଏହି ଖବରଦାତା ଜଣଙ୍କ ଦୀର୍ଘ ଦିନ ଧରି ମୋ ସହ ଖରାପ ବ୍ୟବହାର କରିଆସୁଛନ୍ତି ଏବଂ ମିଥ୍ୟା ଖବର ମଧ୍ୟ ଚଳାଉଛନ୍ତି। ଏହି ଉପାୟରେ ଆପଣ ଜଣେ ବ୍ୟକ୍ତିର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିପାରିବେ ନାହିଁ। ଜି -୨୦ ଘଟଣାର ଭିଡିଓ ମଧ୍ୟ ଭୁଲ ଭାବରେ ପରିବେଶନ ହୋଇଛି ଏବଂ ଏଥିରେ କୌଣସି ସତ୍ୟତା ନାହିଁ। ଏହା କି ପ୍ରକାର ସାମ୍ବାଦିକତା ବୋଲି ରାଷ୍ଟ୍ରପତି ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ଖବରଦାତା ଜଣଙ୍କ କେବଳ ରାଷ୍ଟ୍ରପତିଙ୍କୁ ପଚାରିଥିଲେ କାହିଁକି ଜି -୨୦ କାର୍ଯ୍ୟକ୍ରମରେ ଯୋଗ ଦେଇନାହାଁନ୍ତି? ଏହି ପ୍ରସଙ୍ଗରେ ସୁରକ୍ଷା କର୍ମୀ ରାଗିଯାଇ ଖବରଦାତାଙ୍କୁ ଅତି ନିର୍ମମ ଭାବେ ପିଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri