ପ୍ରଚାର ଅଭାବରୁ ପର୍ଯ୍ୟଟକଙ୍କ ପାଦ ପଡୁନି

କେନ୍ଦ୍ରାପଡ଼ା ଅଫିସ,୧ା୧୧: ଜାତୀୟଉଦ୍ୟାନ ଭିତରକନିକା ଜୈବ ବିବିଧତା ବିଭବ ମଧ୍ୟରେ ବରୁଣେଇ ଦ୍ୱୀପରେ ମା’ ବରୁଣେଇ ଦୀର୍ଘବର୍ଷ ଧରି ପୂଜା ପାଉଛନ୍ତି। ପ୍ରଚାର ପ୍ରସାର ଅଭାବରୁ ପର୍ଯ୍ୟଟକଙ୍କ ପାଇଁ ଏହା ଅପହଞ୍ଚ ହୋଇ ରହିଛି। ଜଳପଥ ହିଁ ଏହି ସ୍ଥାନ ପାଇଁ ଗମନାଗମନ ପଥ। କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡ଼ା ବ୍ଲକର ମିଳନସ୍ଥଳ ବରୁଣେଇ ବେଳାଭୂମି ଓ ନିଘଞ୍ଚ ଜଙ୍ଗଲରେ ମା’ ପୂଜା ପାଉଛନ୍ତି। ଉତ୍ତର ଦିଗରେ ସାତଭାୟା, ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନସ୍ଥଳ ଗହୀରମଥା ଓ ବିଶ୍ୱ ପ୍ରସିଦ୍ଧ ଭିତରକନିକାର ଲୁଣା କୁମ୍ଭୀର ପ୍ରଜନନ କେନ୍ଦ୍ର ଡାଙ୍ଗମାଳ। ସେହିପରି ଦକ୍ଷିଣ ଦିଗରେ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ବତିଘର ଓ ହୁକିଟୋଲା। ବ୍ରାହ୍ମଣୀ ଶାଖା ହଂସୁଆର ଜଳ ପ୍ରବାହିତ ହୋଇ ବରୁଣେଇ ମୁହାଣରେ ବଙ୍ଗୋପସାଗରରେ ମିଶୁଛି। ଏହି ଅଞ୍ଚଳରେ ମା’ ବରୁଣେଶ୍ୱରୀ ପୂର୍ବରୁ ଚାଳ ଘରେ ପୂଜା ପାଉଥିଲା ବେଳେ ଏବେ ସିମେଣ୍ଟ ଚଉତରା ନିର୍ମାଣ ହୋଇଛି। ଅସ୍ତ୍ରଶସ୍ତ୍ରର ସଜ୍ଜିତ ମା’ ବରୁଣେଇଙ୍କୁ ବନ ବିଭାଗ ପକ୍ଷରୁ ଅଭୟଦାୟିନୀ ଭାବେ ପୂଜା କରାଯାଉଛି। ଅପରପକ୍ଷରେ ପୀଠସ୍ଥଳ ଏବେ ଦ୍ରୁତ ତଟକ୍ଷୟର ସମ୍ମୁଖୀନ ହୋଇଛି। ଗତ ୧୫୦ ବର୍ଷ ମଧ୍ୟରେ ଦ୍ୱୀପର ସ୍ଥଳ ଭାଗରୁ ୧୫୦ ବର୍ଗ କି.ମି. ତଟକ୍ଷୟରେ ହଜିଯାଇଛି।
ଏ ସମ୍ପର୍କରେ ଗବେଷକ ଡ. ସର୍ବେଶ୍ୱର ସେଣ, ଡ. ପିଏନ ଗୌରାଙ୍ଗ, ଅଧ୍ୟାପକ କ୍ଷୀତିଶ କୁମାର ସିଂହ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ପ୍ରଭୁପ୍ରସାଦ ମହାପାତ୍ର ପ୍ରମୁଖ କହିଛନ୍ତି, ବିଭିନ୍ନ ପୁସ୍ତକ ଓ ପତ୍ରିକାରେ ମା’ ବରୁଣେଇଙ୍କୁ ଗଡ ଚଣ୍ଡୀ ଭାବେ ଉଲ୍ଲେଖ ଅଛି। ନୌଶକ୍ତି ଓ ମା’ ବରୁଣେଶ୍ୱରୀଙ୍କ ଆଶୀର୍ବାଦ ବଳରେ କନିକାର ବୀର ଯୋଦ୍ଧାଗଣ ଅଷ୍ଟାଦଶ ଶତାବ୍ଦୀରେ କଟକର ନବାବଙ୍କୁ ହରାଇଥିଲେ। ଷୋଡ଼ଶ ଶତାବ୍ଦୀରେ କନିକା ଉପକୂଳସ୍ଥ ବଙ୍ଗୋପସାଗରର ଏକ ଅଂଶକୁ କନିକା ଉପସାଗର, ଧାମରା ନଦୀକୁ କନିକା ନଦୀ ଓ ଉପସାଗର ଉତ୍ତର ଅଂଶ ବାଲିଚରକୁ କନିକା ଦ୍ୱୀପ କୁହାଯାଉଥିଲା। ଉତ୍କଳ ସାହିତ୍ୟରେ ରାଧାଚରଣ ପଣ୍ଡା ଉଲ୍ଲେଖ କରିଛନ୍ତି, ଭଞ୍ଜ ରାଜବଂଶ ଦ୍ୱାଦଶ ଶତାବ୍ଦୀରେ କନିକା ଜୟ କରିବା ପୂର୍ବରୁ ଏହି ଅଞ୍ଚଳ ୪ ଗୋଟି ସ୍ବତନ୍ତ୍ର ଅଞ୍ଚଳ ଥିଲା। ଏହି ଅଞ୍ଚଳ ମଧ୍ୟରୁ ୪ର୍ଥଟି ସମୁଦ୍ରତଟରେ ଥିବାରୁ କଳଦ୍ୱୀପ ଭାବେ ଜଣାଶୁଣା ଥିଲା। ଏଠାରେ ଥିଲା ପ୍ରାକୃତିକ ପୋତାଶ୍ରୟ। ଏଥିସହ ସାଧବଙ୍କ ଧନରତ୍ନର ସୁରକ୍ଷା ପାଇଁ ଅସ୍ତ୍ରାଗାର ଥିଲା। ଏହି ଅସ୍ତ୍ରାଗାରର ରକ୍ଷକ ହେଉଛନ୍ତି ମା’ ବରୁଣେଇ। ଏହି ତଥ୍ୟକୁ ବିଭିନ୍ନ ପୁସ୍ତକରେ ଜଗବନ୍ଧୁ ସିଂହ ତତ୍ରେବ ସମର୍ଥନ ଜଣାଇଥିବା ବେଳେ ଭଞ୍ଜ କନିକା ପୁସ୍ତକରେ ଦାମୋଦର ସରସ୍ବତୀ ଉଲ୍ଲେଖ କରିଛନ୍ତି। ଏହି ଐତିହାସିକ ତଥ୍ୟ ସତ୍ତ୍ୱେ ମା’ ବରୁଣେଇ ଐତିହାସିକ ଓ ସାଧାରଣ ଲୋକଙ୍କଠାରୁ ଦୂରରେ ଅଛନ୍ତି। ଅପରପକ୍ଷରେ ବରୁଣେଇ ଅଞ୍ଚଳ ଭିତରକନିକାରେ ଥିବାରୁ ୧୯୯୮ରେ ଜାତୀୟ ଉଦ୍ୟାନ ମାନ୍ୟତା ପାଇଥିବା ବେଳେ ୨୦୦୨ରେ ରାମସାର ସାଇଟ ବା ଅନ୍ତର୍ଜାତୀୟ ମାନ୍ୟତା ମିଳିଛି। ୧୮୭୦ରେ ଏହି ଅଞ୍ଚଳର ପରିବ୍ୟାପ୍ତ ୨୦୦ ବର୍ଗ କି.ମି. ଥିବା ବେଳେ ତଟକ୍ଷୟ ଯୋଗୁ ଏବେ ପ୍ରାୟ ୫୦ ବର୍ଗ କି.ମି.ରେ ରହିଛି। ଏହି ସ୍ଥାନକୁ ଯିବା ପାଇଁ ଜଳପଥ ବ୍ୟବହାର କରିବାକୁ ପଡ଼େ। ବରୁଣେଇ ଦ୍ୱୀପ ଘାଟରେ ଫେରିଘାଟ, ସୂଚନା କେନ୍ଦ୍ର, ବିଶ୍ରାମାଗାର, ପର୍ଯ୍ୟଟକଙ୍କ ପାଇଁ ବ୍ୟାଟେରି ଚାଳିତ ଡଙ୍ଗା ଆଦି ବ୍ୟବସ୍ଥା ହେଲେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ଫଳରେ ବରୁଣେଇର ପ୍ରାକୃତିକ ବିଭବ ସହ ଇତିହାସ ଲୋକଲୋଚନକୁ ଆସିବ। ଏଥିସହ ତଟକ୍ଷୟ ପାଇଁ ହେନ୍ତାଳ ବଣ ସୃଷ୍ଟି ଆବଶ୍ୟକା ଅଛି ବୋଲି ସେମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦଶନ୍ଧିରେ ହଜିଲାଣି ୭୦ ପ୍ରତିଶତ ହସ୍ତତନ୍ତ ଶିଳ୍ପ

କେନ୍ଦ୍ରାପଡ଼ା, ୩୦ା୪(ଜଗନ୍ନାଥ ଧଳ):ଅତ୍ୟାଧୁନିକ ମେଶିନ ଓ ଉନ୍ନତ ସୂତା ପାଇଁ କେନ୍ଦ୍ରାପଡ଼ା ଜିଲାର ପୁରାତନ ହସ୍ତତନ୍ତ ଶିଳ୍ପ ଡୁବିଯାଇଛି। ୩ ଦଶନ୍ଧି ମଧ୍ୟରେ ପ୍ରାୟ ୭୦...

ପଥର ଛଇକୁ ପୋଖରୀ ଦର୍ଶାଇ ଲକ୍ଷାଧିକ ଟଙ୍କା ଆତ୍ମସାତ

କାଳିଆପାଣି,୩୦ା୪(ଅସିତ ମହାନ୍ତ):ପୋଖରୀ ପୁନରୁଦ୍ଧାର ପାଇଁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳ କରି ଯାଜପୁର ଜିଲାର ସୁକିନ୍ଦା ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ଟଙ୍କା ଆତ୍ମସାତ୍‌...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ଏକାଠି ହେଲେ ଗୌତମ, ପୁଲିନ

ଝୁମ୍ପୁରୀ,୩୦ା୪(ସରୋଜ ନାୟକ):ଧୀରେ ଧୀରେ ଯାଜପୁର ରାଜନୀତି ରୋଚକ ମୋଡ଼ ଧରିଛି ା ସୋମବାର ଭାଜପାର ଯାଜପୁର ବିଧାୟକ ପ୍ରାର୍ଥୀ ଗୌତମ ରାୟଙ୍କ ସହ ହାତ ମିଳାଇଛନ୍ତି...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ପ୍ରାର୍ଥତ୍ପତ୍ର ଦାଖଲ ବେଳେ ବିଜେଡି-ଭାଜପା ମୁହାଁମୁହିଁ

ପୁରୀ,୩୦ା୪(ଅଜିତ୍‌ ମହାନ୍ତି):ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୋମବାର ପ୍ରାର୍ଥତ୍ପତ୍ର ଦାଖଲ ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନାମାଙ୍କନ ଶୋଭାଯାତ୍ରାରେ ଆସିଥିବା ଭାଜପା ଓ ବିଜେଡି...

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri