ଚୁଆପାଣିରେ ଶୋଷ ମେଣ୍ଟୁଛି

କାଳିଆପାଣି,୩୦।୧୦(ଡି.ଏନ.ଏ.): ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସରକାରଙ୍କ ପ୍ରାଥମିକତା ରହିଛି। ହେଲେ ତାହା ଲୋକଙ୍କ ନିକଟରେ ପହଞ୍ଚି ପାରୁନାହିଁ। ଫଳରେ ଲୋକେ ଚୁଆପାଣିରେ ଶୋଷ ମେଣ୍ଟାଉଛନ୍ତି। ଯାଜପୁର ଜିଲା ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତର ଟିକରପଡ଼ା ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ମାଓବାଦୀଙ୍କ ଗଡ଼ ରହିଥିବା ଏହି ଗ୍ରାମରେ ୬୦ ପରିବାର ବସବାସ କରୁଛନ୍ତି। ପାହାଡ଼ ଘେରା ଟିକରପଡ଼ା ଗାଁକୁ ସଡ଼କ ନ ଥିବାରୁ ମାଓବାଦୀ ସେ ସମୟରେ କ୍ୟାମ୍ପ କରି ରହୁଥିଲେ। ଏହାକୁ ଦେଖି ସେ ଅଞ୍ଚଳକୁ ରାସ୍ତା କରାଯାଇଥିଲା। ଟିକରପଡ଼ା ଉପରସାହିରେ ୩୭ ପରିବାର ଓ ତଳସାହିରେ ୨୩ ପରିବାର ଅଛନ୍ତି। ଉପରସାହିରେ ୨୦୧୮ରେ ସ୍କୁଲ ନିର୍ମାଣ କରାଯାଇଥିବା ବେଳେ ଗୋଟିଏ ନଳକୂପ ଖୋଳାଯାଇଛି। ହେଲେ ଏହି ନଳକୂପରେ ଜାନୁୟାରୀରୁ ଜଳସଙ୍କଟ ହୋଇଥାଏ। ଅନ୍ୟପଟେ ତଳସାହିରେ ଏକ ନଳକୂପ ପରିତ୍ୟକ୍ତ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ତଳସାହିରେ ଲୋକେ ବର୍ଷ ତମାମ ପାନୀୟ ଜଳ ପାଇଁ ଚୁଆ ଉପରେ ନିର୍ଭର କରୁଛନ୍ତି। ନିକଟରେ ବୋହିଯାଇଥିବା ଝରଣା କଡ଼ରେ ଏକ ଗାତ ଖୋଳି ସେଥିରୁ ବାହାରୁଥିବା ପାଣି ବ୍ୟବହାର କରୁଛନ୍ତି। ତେବେ ଚୁଆରେ ଗଛର ପତ୍ର ପଡ଼ି ପତ୍ରପଚି ଯାଉଥିବାରୁ ସେ ପାଣିକୁ ବ୍ୟବହାର କରି ବହୁ ଦୁରାରୋଗବ୍ୟାଧିରେ ପୀଡ଼ିତ ହେଉଛନ୍ତି। ଏପରି କି ଚୁଆ ପାଣି ଶୁଖିଯିବା ପରେ ନାଳର ପାଣି ବ୍ୟବହାର କରିବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି। ଗ୍ରାମର ନାରାୟଣ ସଏ, ତିରିଙ୍ଗ ମୁଣ୍ଡା ଓ ନରେନ ସଏ ପ୍ରମୁଖ ଲୋକପ୍ରତିନିଧିଙ୍କୁ ଭେଟି ପାନୀୟ ଜଳ ଯୋଗାଣ କରିବାକୁ ଅନୁରୋଧ କରିଥିଲେ ମଧ୍ୟ ତାହା ସମାଧାନ ହୋଇ ନ ଥିବା ଅଭିଯୋଗ କରିଛନ୍ତି। ତୁରନ୍ତ ସମାଧାନ ନ ହେଲେ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ ହେବେ ବୋଲି ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ଲାଗି ସୁକିନ୍ଦା ଭାରପ୍ରାପ୍ତ ବିଡିଓ ମହାପ୍ରସାଦ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri