ବଢୁଛି ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା

ଖୋର୍ଦ୍ଧା ଅଫିସ,୧୦ା୧୦: ଖୋର୍ଦ୍ଧା ଜିଲାରେ ଅଣ ପଞ୍ଜୀକୃତ ଠିକାଦାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏମାନେ ବାହାର ରାଜ୍ୟର କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ନିଜକୁ ପଞ୍ଜୀକୃତ ଠିକାଦାର ବୋଲି ପରିଚୟ ଦେଇ ଗରିବ ଲୋକଙ୍କୁ ଅଧିକ ରୋଜଗାର ଆଶା ଦେଖାଇ ବାହାର ରାଜ୍ୟକୁ ନେଉଛନ୍ତି। କମ୍ପାନୀରେ ଶ୍ରମିକମାନେ ଅଳ୍ପ ମଜୁରି ପାଇବା ସହ ଶୋଷଣର ଶିକାର ହେଉଛନ୍ତି। ଅନ୍ୟପଟେ ଜିଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ ନିକଟରେ ଏହି ଅଣ ପଞ୍ଜୀକୃତ ଠିକାଦାରଙ୍କ ସମ୍ପର୍କରେ ତଥ୍ୟ ନ ଥିବା ଜଣାପଡ଼ିଛି। ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅଣ ପଞ୍ଜୀକୃତ ଠିକାଦାରଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଫଳରେ ବାହାର ରାଜ୍ୟର କମ୍ପାନୀର ଏଜେଣ୍ଟ ଭାବେ କାର୍ଯ୍ୟ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ରାଜ୍ୟର ବିଭିନ୍ନ ଜିଲାରୁ ଶ୍ରମିକମାନଙ୍କୁ ଏକାଠି କରି ଏହି ଏଜେଣ୍ଟମାନେ ବାହାର ରାଜ୍ୟର ଚାଲିଥିବା କୋଠାବାଡି ଓ ବିଭିନ୍ନ କମ୍ପାନୀରେ କାମରେ ଲଗାଉଛନ୍ତି। କମ୍ପାନୀ କର୍ତ୍ତୃପକ୍ଷ ସ୍ବଳ୍ପ ଦରମା ଦେଇ ଅଧିକ ସମୟ ଖଟାଉଥିବା ଅନେକ ସମୟରେ ଅଭିଯୋଗ ହେଉଥିବା ନଜରକୁ ଆସିଛି। ତେବେ ଶ୍ରମ ବିଭାଗ ପକ୍ଷରୁ ଅଣପଞ୍ଜୀକୃତ ଠିକାଦାରଙ୍କୁ ରୋକ୍‌ ଦେବା ଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଫଳରେ ଖୋର୍ଦ୍ଧା ଜିଲାର ବିଭିନ୍ନ ଅଞ୍ଚଳରେ ବାହାର ରାଜ୍ୟର କମ୍ପାନୀ ପାଇଁ କାର୍ଯ୍ୟ କରୁଥିବା ଏଜେଣ୍ଟମାନେ ନେଟଓ୍ବାର୍କ ବଢ଼ାଇବା ସହ ଗରିବ ଲୋକଙ୍କୁ ବାହାର ରାଜ୍ୟକୁ ପଠାଉଛନ୍ତି। ଜିଲା ଶ୍ରମ ବିଭାଗର ଅବହେଳାରୁ ବାହାର ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କ ଜୀବନ ଦୁର୍ବିଷହ ହୋଇପଡିଛି। ଏହି କ୍ରମରେ ବାଣପୁର ଥାନା ଅଞ୍ଚଳର ଜୟ ନାୟକ ଅଧିକ ଟଙ୍କା ରୋଜଗାର ଆଶାରେ ୨ଜଣ ଠିକାଦାରଙ୍କ ପ୍ରରୋଚନାରେ ଚେନ୍ନାଇର ଏକ ଘରୋଇ କମ୍ପାନୀରେ ଠିକା ଶ୍ରମିକଭାବେ କାମ କରିବାକୁ ଯାଇଥିଲେ। ସେଠାରେ ଶୋଷଣର ଶିକାର ହେବା ସହ ଜୟଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ମୃତଦେହ ଗଁାକୁ ଆଣିବା ପାଇଁ ପରିବାରଲୋକ ଠିକାଦାରଙ୍କୁ ଜଣାଇବା ସତ୍ତ୍ୱେ ସମ୍ପୃକ୍ତ ଠିକାଦାର କୌଣସି ସହଯୋଗ କରି ନ ଥିଲେ। ଏନେଇ ପରିବାର ଲୋକେ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟପଟେ ଏ ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ପ୍ରଣବ ପାତ୍ର କହିଛନ୍ତି, ଅଭିଯୋଗ ଆସିବା ପରେ ସଙ୍ଗେ ସଙ୍ଗେ ସମ୍ପୃକ୍ତ କମ୍ପାନୀ ଏବଂ ଠିକାଦାରଙ୍କୁ ନୋଟିସ୍‌ କରାଯାଉଛି। ଅଣ ପଞ୍ଜୀକୃତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀଙ୍କ ପୋଷ୍ୟ ପୁତ୍ରଙ୍କୁ ମିଳିପାରିବ ଅନୁକମ୍ପାମୂଳକ ନିଯୁକ୍ତି

କଟକ,୨ା୫ (କାର୍ତ୍ତିକ ସାହୁ): ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ସ୍ତ୍ରୀ ଗ୍ରହଣ କରିଥିବା ପୋଷ୍ୟପୁତ୍ରଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ମିଳିପାରିବ ବୋଲି ହାଇକୋର୍ଟ ରାୟ ପ୍ରଦାନ କରିଛନ୍ତି।...

ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ!

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବଦଳି ନିର୍ଦ୍ଦେଶ ଦେଲେ ଇସିଆଇ। ଭାଜପାର ଅଭିଯୋଗ ପରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ବଦଳି ନିର୍ଦ୍ଦେଶ...

ବୀରମିତ୍ରପୁରରେ ପହଞ୍ଚିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ଭଉଣୀ

କୁଆଁରମୁଣ୍ଡା,୨।୫(ମହେନ୍ଦ୍ର କୁମାର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଜେଏମ୍‌ଏମ ନେତ୍ରୀ ଅଞ୍ଜନୀ ସୋରେନ ଗୁରୁବାର ରାତିରେ ଓଡ଼ିଶାର ବୀରମିତ୍ରପୁରରେ ପହଞ୍ଚିଛନ୍ତି। ଏହି...

ଟ୍ରେନ୍‌ ଉପରେ ଚଢ଼ି ପାରା ମାରୁଥିଲେ: ଲାଗିଲା ବିଦ୍ୟୁତ୍‌ ଆଘାତ

ରାୟଗଡ଼ା,୨।୫(ଆଶିଷ ରଞ୍ଜନ ପଣ୍ଡା)- ଟ୍ରେନ୍‌ ଉପରେ ଚଢ଼ି ପାରା ମାରିବାକୁ ଯାଇ ବିଦ୍ୟୁତ ଆଘାତରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ରାୟଗଡ଼ା ସହରସ୍ଥିତ...

ବିଜେଡିକୁ ଭୋଟ ଦେବାକୁ ମିଶନ ଶକ୍ତି ମହିଳାଙ୍କୁ ଧମକାଉଛନ୍ତି ପାଣ୍ତିଆନଙ୍କ ସ୍ତ୍ରୀ ସୁଜାତା: ଭାଜପା

ଭୁବନେଶ୍ୱର,୨।୫: ମିଶନ ଶକ୍ତି ସଚିବ ସୁଜାତା ପାଣ୍ଡିଆନଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଫେରାଦ ଦେଲା ଭାଜପା। ସରକାରୀ ଅଧିକାରୀ ହୋଇ ବିଜେଡି ଏଜେଣ୍ଟ...

ଆଗ ରକ୍ତଦାନ, ପରେ ନାମାଙ୍କନ

ବରଗଡ଼,୨।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ନେଇ ପ୍ରାର୍ଥୀମାନେ ଚିରାଚରିତ ଢଙ୍ଗରେ ପ୍ରାର୍ଥିପତ୍ର ତଥା ନାମାଙ୍କନ ଦାଖଲ କରୁଛନ୍ତି । କିଏ ବିଶାଳ ଶୋଭାଯାତ୍ରା ତ’ ଆଉ...

ଧାର ଟଙ୍କା ମାଗିବାରୁ ଆକ୍ରମଣ

ବ୍ରହ୍ମପୁର,ତା୨ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ସଦର ଥାନା ବାଳକୃଷ୍ଣପୁର ଗ୍ରାମରେ ଧାର ଟଙ୍କା ମାଗିବାରୁ ମମତା ପାତ୍ର ନାମ୍ନୀ ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଛି। ତାଙ୍କ...

ଟିକେଟ୍‌ ନ ମିଳିବାରୁ ବିଜେଡିରୁ ଇସ୍ତଫା ଦେଲେ ସନ୍ତୋଷ ଖଟୁଆ

ଭୁବନେଶ୍ୱର,୨।୫: ଆଜି ବିଜେଡି ନୀଳଗିରି ବିଧାୟକ ପାର୍ଥୀ ଘୋଷଣା କରିଛି। ହେଲେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ବାଲେଶ୍ୱର ଜିଲା ବିଜେଡି ଉପ-ସଭାପତି ସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri