ଜେଲରେ ଥାଇ ସଙ୍ଗଠନ ଚଳାଉଛନ୍ତି ମାନସ

ଖୋର୍ଦ୍ଧା ଅଫିସ, ୩୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ମାନବବାଦ ସଙ୍ଗଠନର ସମର୍ଥକମାନେ ପୁଣି ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହି ସଙ୍ଗଠନ ପୁନର୍ବାର ସକ୍ରିୟ ହୋଇ ଉଠିଥିବା ସ୍ପଷ୍ଟ ହୋଇଛି। ଦୂଇଦିନ ତଳେ ଏହି ଥାନା ଅଧୀନ ଅଭିମାନପୁର ଗ୍ରାମରେ ମାନବବାଦ ସଙ୍ଗଠନର କେତେଜଣ ସମର୍ଥକ ଧମକଚମକ ଦେଉଥିବାବେଳେ ଗ୍ରାମବାସୀ ୨ଜଣଙ୍କୁ କାବୁ କରିନେଇଥିଲେ। ପରେ ଉଭୟଙ୍କୁ ପୋଲିସ ଜିମା ଦେଇଥିଲେ। ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଗ୍ରାମର ଅଭି ନାୟକ ଓ ଆନନ୍ଦ ନାୟକ ପ୍ରମୁଖ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ଦୁଇଦିନ ତଳେ ମାନବବାଦ ସଙ୍ଗଠନର କେତେଜଣ ସମର୍ଥକ ମାରଣାସ୍ତ୍ର ଧରି ଅଭିମାନପୁର ଗ୍ରାମକୁ ଆସି ସଙ୍ଗଠନକୁ ବିରୋଧ କଲେ କିମ୍ବା ଏହା ବିରୋଧରେ ମୁହଁ ଖୋଲିଲେ ପରିଣାମ ଭୟଙ୍କର ହେବ ବୋଲି ଲୋକଙ୍କୁ ଧମକଚମକ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଗ୍ରାମବାସୀ ତାଙ୍କୁ ଘେରିଯାଇଥିଲେ। ଦୁଇଜଣଙ୍କୁ ଧରିଥିଲେ ମଧ୍ୟ ଅନ୍ୟମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇ ଚମ୍ପଟ ମାରିଥିଲେ। ପରେ ସମ୍ପୃକ୍ତ ଦୁଇଜଣଙ୍କୁ ପୋଲିସ ଜିମା ଦିଆଯିବା ସହ ଥାନାରେ ଅଭିଯୋଗ କରାଯାଇଛି। ଅଟକ ଦ୍ୱୟଙ୍କ ମଧ୍ୟରୁ ଜଣେ ବିଭିନ୍ନ ଆନ୍ଦୋଳନ ସମୟରେ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ (ତଥାକଥିତ ଗୁରୁଜୀ)ଙ୍କ ସପକ୍ଷରେ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥାଏ।
ସୂଚନାଯୋଗ୍ୟ, ସମ୍ପ୍ରତି ମାନସ ଦାସ ଜେଲ୍‌ରେ ଥିବାବେଳେ ତାଙ୍କ ପୁଅ ମନୋରଞ୍ଜନ ଜାମିନରେ ଆସି ଘରେ ରହିଛନ୍ତି। ତେଣୁ ପୁଅ ମାଧ୍ୟମରେ ମାନସ ପୁଣି ନିଜ ସଙ୍ଗଠନକୁ ସକ୍ରିୟ କରିବା ପାଇଁ ଉଦ୍ୟମ ଚଳାଇଥିବା ସାଧାରଣରେ ଆଲୋଚନା ହେଉଛି। ପୂର୍ବରୁ ୧୫ଟି ସଙ୍ଗଠନକୁ ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟି ମାନବବାଦ ସଙ୍ଗଠନ ତଥା ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚକୁ ଅସିଦ୍ଧ ଘୋଷଣା ଏବଂ ଏହି ସଙ୍ଗଠନ ସଦସ୍ୟଙ୍କୁ ଗିରଫ କରାଯିବାକୁ ଦାବି କରିଥିଲେ। ସେହିପରି ୪ଦିନ ତଳେ କମିଟି ପକ୍ଷରୁ ଜିଲା ପ୍ରଶାସନ ନିକଟରେ ଏହି ଦାବି କରାଯାଇଥିଲା। ଏବେ ପୁଣି ସେହି ଦାବି ଉଠିଛି। ଆଦିବାସୀ ନେତା ଦିବାକର ଭୋଇ ଏବଂ ବସ୍ତି ସୁରକ୍ଷା କମିଟି ସମ୍ପାଦକ ଜିତେନ୍ଦ୍ର ବେହେରା ତୁରନ୍ତ ସମ୍ପୃକ୍ତ ଅନୁଷ୍ଠାନକୁ ଅସିଦ୍ଧ ଘୋଷଣା କରାଯିବା ଏବଂ ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଆଦିବାସୀଙ୍କ ସୁରକ୍ଷା ଦାବି କରିଛନ୍ତି। ନଚେତ ଆଦିବାସୀ ସଙ୍ଗଠନ ଏବଂ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି ରାଜକିଶୋର ଦୋରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

ସର୍ଭିସ ରୋଡ୍‌ ଜାମ୍‌, ଘଣ୍ଟାଘଣ୍ଟା ଧରି ଅଟକିଲା ଗାଡ଼ିମୋଟର

ଧର୍ମଶାଳା,୨୯ା୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ନିକଟରେ ଥିବା ସର୍ଭିସ ରୋଡ୍‌ଟି ବାରମ୍ବାର ଜାମ୍‌ ରହୁଥିବା ଦେଖିବାକୁ...

ସୁନାବେଡ଼ା ଅଞ୍ଚଳରେ ବାଘ ଆତଙ୍କ: ଲୋକେ ଆତଙ୍କିତ

ନୂଆପଡ଼ା,୨୯ା୧୨(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡ଼ା ଅଭୟାରଣ୍ୟ ଦେଇ ଛତିଶଗଡ଼ ରାଜ୍ୟକୁ ସଂଯୋଗ କରୁଥିବା ସୁନାବେଡ଼ା-ଦାତୁନାମା ରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ବିଜେବି କଲେଜ ହଷ୍ଟେଲ ଭାତ, ତରକାରିରୁ ବାହାରୁଛି ପୋକ, ମାଛି, ତେଲଗୁଣି

ଭୁବନେଶ୍ୱର,୨୯ା୧୨(ସୁଚିସ୍ମିତା ସାହୁ):ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ତଥା ରାଜଧାନୀର ସର୍ବପୁରାତନ ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ବୟଂଶାସିତ ମହାବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ ଦିଆଯାଉଛି। କେତେବେଳେ ଭାତରୁ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri