Posted inଖେଳ

ଶେଷରେ ହସିଲେ ‘ମିଷ୍ଟ୍ରି ଗର୍ଲ’: ପ୍ରଶଂସକ କହିଲେ…

ଦୁବାଇ,୨୯।୯: ଆଇପିଏଲ ୨୦୨୧ରେ ସନରାଇଜର୍ସ ହାଇଦ୍ରାବାଦର ଅନେକ ମ୍ୟାଚ୍‌ ପରେ ବିଜୟର ସ୍ବାଦ ଚାଖିଛି। ସୋମବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ ହରାଇ ଛି। ମ୍ୟାଚ ସମୟରେ ଏକ ‘ମିଷ୍ଟ୍ରି ଗର୍ଲ’ ହାଇଦ୍ରାବାଦ ଜର୍ସିରେ ଏସ୍‌ଆର୍‌ଏଚ୍‌ ଦଳକୁ ଉତ୍ସାହିତ କରିଥିବାର ଦେଖାଯାଇଥିଲା। ସେ ହସୁଥିବାର ଦେଖି ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କୁ ପ୍ରଶଂସା କରି କହିଥିଲେ, ତାଙ୍କୁ ଅନେକ ଦିନ ପରେ ଖୁସି ହେବା ଦେଖି ଭଲ ଲାଗୁଛି। ଏହି ‘ମିଷ୍ଟ୍ରି ଗର୍ଲ’ ଜଣଙ୍କ ହେଉଛନ୍ତି ସନରାଇଜର୍ସ ହାଇଦ୍ରାବାଦର ସିଇଓ କାବ୍ୟା ମାରାନ। ଦଳର ଖରାପ ପ୍ରଦର୍ଶନ ଦେଖି କାବ୍ୟା ମଧ୍ୟ ନିରାଶ ହେଉଥିଲେ। କିନ୍ତୁ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ରେ ଦଳ ଜିତିବା ପରେ ସେ ଖଉସି ଥିବା ଦେଖାଯାଇଥିଲେ। ସୋସିଆଲ ମିଡିଆରେ ଲୋକମାନେ ତାଙ୍କ ବିଷୟରେ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି।
କାବ୍ୟା ମାରନ ସନ ଗ୍ରୁପର ମାଲିକ କଲାନିଧି ମାରାନଙ୍କ ଝିଅ। ସନରାଇଜର୍ସ ହାଇଦ୍ରାବାଦ ହେଉଛି ତାଙ୍କ ଦଳ। କାବ୍ୟା କାଲାନିଧି ମାରାନଙ୍କ ଝିଅ ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦୟାନିଧି ମାରାନଙ୍କ ଭଣଜା। ୨୮ ବର୍ଷୀୟ କାବ୍ୟା ନିଜେ ସନ ମ୍ୟୁଜିକ ସହିତ ଜଡିତ। ସେ ପ୍ରଥମେ ନିଜ ଦଳ ଏସ୍‌ଆର୍‌ଏଚ୍‌କୁ ଚିୟର କରିବା ପାଇଁ ଆଇପିଏଲ୍‌ ୨୦୧୮ରେ ପ୍ରଥମଥର ନଜର ଆସିଥିଲେ। ସନରାଇଜର୍ସ ହାଇଦ୍ରାବାଦ ଏସ୍‌ଆର୍‌ଏଚ୍‌ର ସିଇଓ। ଏମବିଏ ଶେଷ କରିବା ପରେ କାବ୍ୟା ତାଙ୍କ ପିତାଙ୍କ ବ୍ୟବସାୟରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ କମ୍ପାନୀରେ ଏକ ବଡ ପଦବୀ ଗ୍ରହଣ କରିବା ପୂର୍ବରୁ ଅଭିଜ୍ଞତା ହାସଲ କରିବା ପାଇଁ କାବ୍ୟା ସନ ଟିଭି ନେଟୱାର୍କରେ ମଧ୍ୟ ଏକ ଇଣ୍ଟର୍ନସିପ କରିଥିଲେ। କାବ୍ୟା ବର୍ତ୍ତମାନ ସନ ଟିଭି ନେଟୱାର୍କର ଓଟିଟି ପ୍ଲାଟଫର୍ମ ସନ ନେକ୍ସଟ ସନ ଏନଏକ୍ସଟିର ମୁଖ୍ୟ ଅଟନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri