‘ଦେଶକୁ ଲୋଡ଼ା ୪-୫ ବଡ଼ ବ୍ୟାଙ୍କ’

ନୂଆଦିଲ୍ଲୀ,୨୭।୯:  ଭାରତକୁ ୪ରୁ ୫ ବୃହତ୍‌ ବ୍ୟାଙ୍କର ଆବଶ୍ୟକତା ରହିଛି। ଦେଶର ବର୍ଦ୍ଧିିତ ଚାହିଦା ପୂରଣ ଦିଗରେ ଏହା ସହାୟକ ହୋଇପାରିବ। ମହାମାରୀ ପରବର୍ତ୍ତୀ ସମୟରେ ସୁଧାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଦିଗରେ ଏହା ଯୋଗଦାନ ରଖିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ରବିବାର କହିଛନ୍ତି।
ମୁମ୍ବାଇଠାରେ ଇଣ୍ଡିଆନ ବ୍ୟାଙ୍କ ଆସୋସିଏଶନର ୭୪ତମ ବାର୍ଷିକ ସାଧାରଣ ବୈଠକରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି, ଶିଳ୍ପ କ୍ଷେତ୍ରର ଚାହିଦା ପୂରଣ କରିବା ଲାଗି ବ୍ୟାଙ୍କିଙ୍ଗ୍‌ କାରବାର ପରିସରକୁ ବଢ଼ାଇବା ଆବଶ୍ୟକ। ଦେଶର ପ୍ରତି ଅର୍ଥନୈତିକ ସେଣ୍ଟରଗୁଡ଼ିକରେ ବ୍ୟାଙ୍କର ଉପସ୍ଥିତି ତଥା ଡିଜିଟାଲ ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଣ ନେଇ ସେ ଆହ୍ବାନ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୯ରେ ସରକାର ବୃହତ୍‌ ବ୍ୟାଙ୍କ ମିଶ୍ରଣ ପ୍ରକ୍ରିୟା ହାତକୁ ନେଇଛନ୍ତି। ଏହା ଦ୍ୱାରା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ସହ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ମିଶ୍ରଣ ହୋଇଛି। ଆଲ୍ଲାହାବାଦ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କର ଅଂଶବିଶେଷ ହୋଇଛି। କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ହୋଇଥିବା ବେଳେ ୟୁନିୟନ ବ୍ୟାଙ୍କ ପରିସରକୁ ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେଶନ ବ୍ୟାଙ୍କ ଆସିଛି। ଏହା ପୂର୍ବରୁ ଏସ୍‌ବିଆଇ ସହ ଏହାର ୫ ସହଯୋଗୀ ବ୍ୟାଙ୍କକୁ ମିଶ୍ରଣ କରାଯାଇଛି। ସେହିଭଳି ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍‌ ବରୋଦା ସହ ମିଶ୍ରଣ କରାଯାଇଛି।
ମହାମାରୀ ସମୟରେ ମଧ୍ୟ ବ୍ୟାଙ୍କ ମିଶ୍ରଣ କାର୍ଯ୍ୟ ସମ୍ପାଦନ ହୋଇଛି। ଏହାଦ୍ୱାରା ଗ୍ରାହକଙ୍କୁ କୌଣସି ସମସ୍ୟା ସାମ୍ନା କରିବାକୁ ପଡିନାହିଁ। ଏହି କାର୍ଯ୍ୟକୁ ସୀତାରାମନ ପ୍ରଶଂସା ଜଣାଇଛନ୍ତି। ଭବିଷ୍ୟତର ଆବଶ୍ୟକତାକୁ ନଜରରେ ରଖି ଡିଜିଟାଲ ଟେକ୍ନୋଲୋଜି ଉପରେ ଧ୍ୟାନ ଦେବାକୁ ସେ ମତ ରଖିଛନ୍ତି। ଦେଶର ୭.୫ ଲକ୍ଷ ଗ୍ରାମ ପଞ୍ଚାୟତରେ ଫାଇବର ଅପ୍ଟିକାଲ ନେଟଓ୍ବର୍କ ରହିଛି। ବ୍ୟାଙ୍କ ସେବା ଉପଲବ୍ଧ ନ ଥିବା ସ୍ଥାନଗୁଡିକ ଲାଗି ଏହା ବ୍ୟବହାର କରାଯାଇପାରିବ। ୨୦୩୦ ସୁଦ୍ଧା ୨ ଲକ୍ଷ କୋଟି ଡଲାର ରପ୍ତାନି ଲକ୍ଷ୍ୟ ଦିଗରେ ବ୍ୟାଙ୍କଗୁଡ଼ିକ ଯୋଗଦାନ ରଖିବାକୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ବଜାରରେ ଷ୍ଟାର୍ଟଅପ୍‌ର ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୨୯।୪ (ଅଭୟ ଦାଶ):କ୍ରମାଗତ ଭାବେ ଘରୋଇ ବଜାରରେ ଷ୍ଟାର୍ଟଅପ ସଂଖ୍ୟାର ଉଲ୍ଲେଖନୀୟ ଅଭିବୃଦ୍ଧି ସହିତ ସଫଳତା ମଧ୍ୟ ହାସଲ କରିଛି। ଏପରିକି ୨୦୧୪ରେ ପ୍ରାୟ ୩୫୦...

SBI ଶେୟାରର କମାଲ, ୪୫ ହଜାର କୋଟି ରୋଜଗାର କଲେ ନିବେଶକ

ମୁମ୍ବାଇ, ୨୭।୪: ଗତ ସପ୍ତାହରେ ସେୟାର ବଜାର ପାଇଁ ବହୁତ ଭଲ ବୋଲି ପ୍ରମାଣିତ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଶ୍ରେଷ୍ଠ ୧୦ ଟି କମ୍ପାନୀର...

ପିପିଏଲ୍‌କୁ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’

ଭୁବନେଶ୍ୱର ,୨୮।୪ (ଅଭୟ ଦାଶ): ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ (ପିପିଏଲ୍‌)କୁ ନିକଟରେ ସମ୍ମାନଜନକ ‘ବେଷ୍ଟ ଆନୁଆଲ ରିପୋର୍ଟ ଆଓ୍ବାର୍ଡ’ ପ୍ରଦାନ କରାଯାଇଛି। ବିଶେଷକରି କର୍ପୋରେଟ ଗଭର୍ନାନ୍ସ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

ଅଙ୍କୁରା ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର, ନୂଆ ଜୀବନ ପାଇଲେ ବାଲୁଗାଁର ଯାଆଁଳା ଶିଶୁ

ଭୁବନେଶ୍ୱର ,୨୮।୪: ରାଜ୍ୟର ଅଗ୍ରଣୀ ଘରୋଇ ଚିକିତ୍ସାଳୟ ତଥା ମେଡିକାଲ ଚେନ୍‌ ଅଙ୍କୁରାର ଭୁବନେଶ୍ୱର ଶାଖା (ଅଙ୍କୁରା ହସ୍ପିଟାଲ)ରେ ଏକ ବିରଳ ଅସ୍ତ୍ରୋପଚାର ସଫଳତାର ସହ...

୬ ଦେଶକୁ ରପ୍ତାନି ହେବ ପିଆଜ

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା): ପିଆଜ ରପ୍ତାନି ଉପରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ଉପରେ ନିଷେଧାଦେଶ ସତ୍ତ୍ୱେ ୬ ଦେଶକୁ ୯୯,୧୫୦ ମେଟ୍ରିକ୍‌...

୧୦ ହଜାର ନବାଗତଙ୍କୁ ନିଯୁକ୍ତି ଦେବା ଏହି ଭାରତୀୟ ଆଇଟି କମ୍ପାନୀ

ନୂଆଦିଲ୍ଲୀ,୨୭।୪: ଭାରତର ତୃତୀୟ ବୃହତ୍ତମ ଆଇଟି କମ୍ପାନୀ ଏଚସିଏଲଟେକ୍ ୨୦୨୫ ଆର୍ଥିକ ବର୍ଷରେ ୧୦,୦୦୦ ରୁ ଅଧିକ ନବାଗତଙ୍କୁ ନିଯୁକ୍ତି ଦେବାକୁ ଯାଉଛି। ଯେଉଁ ସମୟରେ...

ଆମେରିକାରେ ସିଇଓ ହେବାକୁ ହେଲେ ଭାରତୀୟ ହେବା ଆବଶ୍ୟକ, ଜାଣନ୍ତୁ ଏପରି କାହିଁକି କହିଲେ ଆମେରିକାର ରାଷ୍ଟ୍ରଦୂତ ?

ନୂଆଦିଲ୍ଲୀ,୨୭।୪: ଗୁଗ୍‌ଲ, ୟୁଟ୍ୟୁବ୍, ମାଇକ୍ରୋସଫ୍ଟ, ଷ୍ଟାରବକ୍ସ, ଆଇବିଏମ୍ ଏବଂ ଆଡୋବ ଭଳି ଦୁନିଆର ଅନେକ ବଡ କମ୍ପାନୀର ସିଇଓ ଭାରତୀୟ ଅଟନ୍ତି। ବହୁ ଆମେରିକୀୟ କମ୍ପାନୀର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri