ଅଧାରେ ଲାଖିଛି ବିକାଶ

ଯାଜପୁର ଅଫିସ,୨୪ା୯: ଯାଜପୁର ଜିଲା ସଦର ମହକୁମାର ନବକଳେବର ପରିପ୍ରେକ୍ଷୀରେ ଆଉ ଏକ ପ୍ରସ୍ତାବକୁ ପ୍ରଶାସନିକ ମଞ୍ଜୁରୀ ମିଳିଛି। ଏଥିରେ ମାନ୍‌ସାପୋଲଠାରୁ ବିରଜା ମହିଳା କଲେଜ ଛକ ଏବଂ ଜିଲା ସଦର ଡାକ୍ତରଖାନାଠାରୁ କାଲିଘାଟ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ କାର୍ଯ୍ୟ ରହିଛି। ଏଥିସକାଶେ ଶୀତଳେଶ୍ୱର ଗ୍ରାମର ୟୁନିଟ-୭ଠାରେ ୦.୩୫୬ ଏକର ବେସରକାରୀ ଜମି ଅଧିଗ୍ରହଣ କରିବାକୁ ୬ କୋଟି ୩୪ ଲକ୍ଷ ୨ ହଜାର ୮୦୭ ଟଙ୍କା ମଞ୍ଜୁର ହୋଇଛି। ତେବେ ଏହା ପୂର୍ବରୁ ଏକାଧିକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧାରେ ଲାଖି ରହିଥିବାରୁ ସହରର ବିକାଶର ଅଗ୍ରଗତି ପରାହତ ହୋଇଛି।
୧୯ଟି ରାଜସ୍ବ ଗ୍ରାମ ଓ ତତ୍‌ସଂଲଗ୍ନ ୨୭ଟି ରାଜସ୍ବ ଗ୍ରାମ ସହ ସର୍ବମୋଟ ୪୬ ରାଜସ୍ବ ମୌଜାର ୨୯.୮୪ ବର୍ଗ କି.ମି. ପରିମିତି ଅଞ୍ଚଳକୁ ନେଇ ଯାଜପୁର ସହରର ମାଷ୍ଟର ପ୍ଲାନ୍‌ ପ୍ରସ୍ତାବ ରହିଛି। ହରିୟାଣାର ଗୁରୁଗାଁଓର ଭୟେଣ୍ଟସ୍‌ ସଲ୍ୟୁଶନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ସଂସ୍ଥାକୁ ଏହାର ଦାୟିତ୍ୱ ଦିଆଯାଇଛି। ଆଗାମୀ ୨୦୪୦ ମସିହା ପର୍ଯ୍ୟନ୍ତ ଯାଜପୁରର ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସହରର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାସ୍ତା ପ୍ରଶସ୍ତୀକରଣ, ନାଳ ନର୍ଦ୍ଦମା ଜଳ ନିଷ୍କାସନ, ଜନସାଧାରଣଙ୍କ ଚିତ୍ତବିନୋଦନ ନିମନ୍ତେ ପ୍ରମୋଦ ଉଦ୍ୟାନ, ନୂତନ ବଜାର ନିର୍ମାଣ ଓ ସମ୍ପ୍ରସାରଣ, ଶିକ୍ଷାନୁଷ୍ଠାନ, ହାଟବଜାର, କଳକାରଖାନା ପାଇଁ ସ୍ବତନ୍ତ୍ର ସ୍ଥାନ ନିରୂପଣ ନିମନ୍ତେ ପ୍ରାଧାନ୍ୟ ଦିଆଯାଉଛି ା ଏହି କ୍ରମରେ ଏଡ୍‌ମିନିଷ୍ଟ୍ରେଟିଭ୍‌ ଏନ୍‌କ୍ଲାଭ୍‌ ବା ମିନି ସଚିବାଳୟ କାମ ଚାଲିଛି। ଏହି ମିନି ସଚିବାଳୟ ନିର୍ମାଣରେ ୧୨୨.୦୯ କୋଟି ଟଙ୍କା ଖର୍ଚ୍ଚ କରି ୩୮.୮୬୬ ଏକର ବେସରକାରୀ ଜମି ଅଧିଗ୍ରହଣ କରାଯାଉଛି। ଅନ୍ୟପକ୍ଷେ ଗୃହ ନିର୍ମାଣ ପାଇଁ ୭୧.୩୩ କୋଟି ଟଙ୍କାକୁ ମିଶାଇ ସମୁଦାୟ ୧୯୩.୪୨ କୋଟି ଟଙ୍କା ଅଟ୍ଟକଳ ହୋଇଛି। ଅର୍ଥାତ୍‌ ଗୃହ ନିର୍ମାଣଠାରୁ ବେସରକାରୀ ଜମି ପାଇଁ ଖର୍ଚ୍ଚ ଦେଢ ଗୁଣରୁ ଅଧିକ ହେଉଛି। କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା ଚ୍ୟାଲେଞ୍ଜିଂ ମୋଡରେ ଯାଜପୁର ଜିଲାରେ ସରକାରୀ ମେଡିକାଲ କଲେଜ ଓ ଅଧ୍ୟାପନା ଡାକ୍ତରଖାନା ସ୍ଥାପନ ପାଇଁ ୨୦୨୦ ଡିସେମ୍ବରରେ କ୍ୟାବିନେଟ ଅନୁମୋଦନ ମିଳିଥିଲା। ୧୦୦ ଶଯ୍ୟା ବିଶିଷ୍ଟ ଆବଶ୍ୟକ ଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ କରିବାକୁ ୪୨୬ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି ା ଜିଲା ପ୍ରଶାସନ ପକ୍ଷରୁ ଏଥିପାଇଁ ଆଙ୍କୁଳା ଛକ ନିକଟରେ ନିର୍ଦ୍ଧାରିତ ୪୦ ଏକର ଜମି ଚିହ୍ନଟ କରାଯାଇ ଏଲ୍‌ ଆଣ୍ଡ ଟି ଦ୍ୱାରା କାମ ଆରମ୍ଭ ହୋଇ ସାରିଛି।
ଏହାବାଦ୍‌ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଯାଜପୁର ଜିଲାରେ ୨୭.୦୬ କୋଟି ଟଙ୍କାର ୪ଟି ପ୍ରକଳ୍ପ ରହିଛି। ପର୍ଯ୍ୟଟନ ବିଭାଗର ରିପୋର୍ଟ ଅନୁସାରେ ୨୦୧୯-୨୦ ବର୍ଷରେ ଯାଜପୁର ଜିଲାର ମା’ବିରଜା ଓ ବରାହ କ୍ଷେତ୍ରରେ ଡେଷ୍ଟିନେଶନ ଟୁରିଷ୍ଟ ସ୍ପଟ୍‌ ପାଇଁ ୯.୭୧ କୋଟି ଟଙ୍କା ଏବଂ ବରାହ ଦ୍ୱୀପରେ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ପାଇଁ ୯.୬୬ କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ୨ ପ୍ରକଳ୍ପର କାର୍ଯ୍ୟାଦେଶ ୬ା୮ା୨୦୨୧ରେ ଜାରି ହୋଇଥିବାବେଳେ ସେହି କାର୍ଯ୍ୟ ଆରମ୍ଭ ହୋଇନାହିଁ। ବରାହପୀଠରେ ହେରିଟେଜ ପାର୍କ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ତାହା ୧୫ା୧ା୨୦୧୯ରେ କାର୍ଯ୍ୟାଦେଶ ଦିଆଯାଇଥିଲା। ଏହା ୧୪ା୬ା୨୦୧୯ରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ କେତୋଟି ଘର ନିର୍ମାଣରେ ଏହି ପ୍ରକଳ୍ପ କାର୍ଯ୍ୟ ସୀମିତ ରହିଛି। ଏସବୁ ପ୍ରକଳ୍ପଗୁଡିକର ନୈରାଶ୍ୟଜନକ ଅଗ୍ରଗତି ଉପରେ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଅଡିଟ-୨) ଗତ ୭ା୮ା୨୦୨୧ ତାରିଖରେ ସ୍ପଷ୍ଟୀକରଣ ମାଗିଥିଲେ। ବିଭାଗ ତରବରିଆ ଭାବେ ଯାଜପୁର ଜିଲାର ବୈତରଣୀ ନଦୀକୂଳରେ ଥିବା ବରାହପୀଠରେ ହେରିଟେଜ ପାର୍କ ଅଧାପନ୍ତରିଆ ରହିଥିଲେ ହେଁ ରିପୋର୍ଟରେ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇଥିଲେ। ଏହାବାଦ୍‌ କୁସୁମା ପୋଖରୀରେ ୬.୬୯ କୋଟି ଟଙ୍କାର ମ୍ୟୁଜିକାଲ ଫାଉଣ୍ଟେନ କାମ ପାଇଁ ଗତ ୭ା୨ା୨୦୧୮ ତାରିଖରୁ କାର୍ଯ୍ୟାଦେଶ ଦିଆଯାଇଛି। ହେଲେ ଗତ ଅଗଷ୍ଟ ସୁଦ୍ଧା ସେହି କାମରେ ମାତ୍ର ୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଭଳି ଅଧାପନ୍ତରିଆ କାମ ଯୋଗୁ ଦାୟିତ୍ୱରେ ଥିବା ବିଭାଗୀୟ ଅଧିକାରୀମାନେ ହରଡ଼ଘଣାରେ ପଡିଛନ୍ତି। ଏଭଳି ଭାବେ ସହରର ସୌନ୍ଦର୍ଯ୍ୟକରଣ ଓ ବିକାଶ ଦିଗରେ ସ୍ଥାନୀୟ ନେତୃବୃନ୍ଦଙ୍କ ଉଦ୍ୟମ ପ୍ରଶଂସନୀୟ ହୋଇଥିବାବେଳେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେବାରେ ଅନ୍ତରାୟ ସୃଷ୍ଟି ହେଉଥିବା ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

୨୮ ବିଧାନସଭା ଆସନ ପାଇଁ ୨୫୬ ପ୍ରାର୍ଥତ୍ପତ୍ର କାଏମ

ଭୁବନେଶ୍ୱର,୨୮ା୪(ଅନିଲ ଦାସ)ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୨୮ଟି ବିଧାନସଭା ଆସନ ପାଇଁ ୨୬୬ ଜଣ ପ୍ରାର୍ଥୀ...

ଅରିନ୍ଦମ୍‌ଙ୍କୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ କର୍ମୀ

ସାଲେପୁର,୨୮।୪(ଅରବିନ୍ଦ ଭୂୟାଁ)ବହୁ କଳ୍ପନାଜଳ୍ପନା ପରେ ଶେଷରେ ସାଲେପୁର ବିଧାନସଭା ଆସନର ଭାଜପା ପ୍ରାର୍ଥୀଭାବେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା କଟକର ଯୁବନେତା ଅରିନ୍ଦମ ରାୟଙ୍କ ନାମ...

ରାସ୍ତାକଡ଼ ଜଙ୍ଗଲରେ ପଖାଳ ଖାଇଲେ ପାଣ୍ଡିଆନ

ଭୁବନେଶ୍ୱର,୨୮।୪(ଅସମାପିକା ସାହୁ)ବିଜୁ ଜନତା ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ତୃତୀୟ ଦିନରେ ପ୍ରଚାର ମଇଦାନରେ ଓହ୍ଲାଇ କଳାହାଣ୍ଡି ଲୋକ ସଭା କ୍ଷେତ୍ରର ବିଭିନ୍ନ...

ଏଥର ଯୋଡ଼ା ପଦ୍ମ ଫୁଟିବ: ଜଗଦ୍ଦେବ

ଖୋର୍ଦ୍ଧା,୨୮ା୪(ପ୍ରଭାତ ପାଣିଗ୍ରାହୀ)ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶନିବାର ବିଧାନସଭା ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ୩ ଆସନ ମଧ୍ୟରୁ...

ମହାନଦୀକୁ ନେଇ ଭାଜପା-ବିଜେଡି ଦୋଷ ଲଦାଲଦି

ସମ୍ବଲପୁର,୨୮ା୪ (ଭବାନୀ ଶଙ୍କର ଭୋଇ/ପ୍ରମୋଦ ବହିଦାର)ଗ୍ରୀଷ୍ମଋତୁର ସୂର୍ଯ୍ୟ ତାପଠୁଁ ବଳିଗଲାଣି ସମ୍ବଲପୁରର ରାଜନୈତିକ ତାତି। ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ଭାଜପା ମଧ୍ୟରେ ଆରୋପ-ପ୍ରତ୍ୟାରୋପ...

ଆଞ୍ଚଳିକ ସମସ୍ୟା ପ୍ରତି ବିତୃଷ୍ଣାର ପ୍ରତିଫଳନ ନୋଟା

କେନ୍ଦ୍ରାପଡ଼ା,୨୮ା୪ (ଜଗନ୍ନାଥ ଧଳ)ଦେଶରେ ଭୋଟଦାନ ଚାଲିଛି। ଏଭଳି ସମୟରେ ପ୍ରାର୍ଥୀଙ୍କ ବିଷୟରେ ଯେଭଳିି ଚର୍ଚ୍ଚା ହେଉଛି ନୋଟା (ନନ୍‌ ଅଫ୍‌ ଦି ଏବଭ) ମଧ୍ୟ ଆଲୋଚନା...

ଚମ୍ପୁଆରୁ ମୁରଲୀ, ଫକୀରମୋହନ ତେଲକୋଇରୁ ଭାଜପା ବିଧାୟକ ପ୍ରାର୍ଥୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ)ଦୀର୍ଘଦିନ ଧରି ଘୋଷଣା ହୋଇପାରୁ ନ ଥିବା ଚମ୍ପୁଆ ଓ ତେଲକୋଇ ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଶନିବାର ପ୍ରାର୍ଥୀଙ୍କ ନାମ ଘୋଷଣା କରିିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri