ନଦୀ ଜଳଧାରଣ କ୍ଷମତା କମୁଛି

ଭୁବନେଶ୍ୱର, ୧୫।୯(ବ୍ୟୁରୋ):ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳପ୍ରବାହ ଗତ ୨୦ ବର୍ଷ ଭିତରେ ଯଥେଷ୍ଟ ହ୍ରାସ ପାଇଛି। ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ମୌସୁମୀ ପ୍ରଭାବରେ ନଦୀଗୁଡ଼ିକୁ ଶୁଷ୍କ ହୋଇଯିବା ଆଶଙ୍କା ଦେଖାହେଲାଣି। ଚାଷକାର୍ଯ୍ୟ ତ ଦୂରର କଥା ଆଗକୁ ପିଇବା ପାଣି ମୁନ୍ଦାଏ ପାଇବାକୁ ମଧ୍ୟ ଡହଳ ବିକଳ ହେବାକୁ ପଡ଼ିବ। ଜଳ ସମ୍ପଦ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟରୁ ଏଭଳି ଚିତ୍ର ଜଳଜଳ ହୋଇ ଦିଶିଲାଣି। ଏହାର ପ୍ରତିକାର ଲାଗି ରାଜ୍ୟ ସରକାର ଆଗାମୀ ୫୦ ବର୍ଷକୁ ନଜରରେ ରଖି ଜଳ ସଂରକ୍ଷଣ ପାଇଁ ୧୧,୭୦୦ କୋଟିର ଯୋଜନା ପ୍ରସ୍ତୁତ କରିଛନ୍ତି।
ଗତ ୨୦ ବର୍ଷ ମଧ୍ୟରେ ଭୁବନେଶ୍ୱର ନିକଟସ୍ଥ କୁଆଖାଇ ନଦୀରେ ମୌସୁମୀ ସମୟରେ ଯେତିକି ଜଳ ପ୍ରବାହିତ ହେଉଥିଲା, ସେଥିରୁ ୨୧.୬୫ ପ୍ରତିଶତ ଏବଂ ଅଣ ମୌସୁମୀ ସମୟରେ ୨୧.୪୯ ପ୍ରତିଶତ କମ୍‌ ଜଳ ପ୍ରବାହିତ ହେଉଛି। ସେହିପରି ମହାନଦୀର ଶାଖା ବିରୂପା ନଦୀରେ ମୌସୁମୀ ବେଳେ ୩.୧୩ ଏବଂ ଅଣ ମୌସୁମୀ ସମୟରେ ୪.୫୩ ପ୍ରତିଶତ, ଜିରା ନଦୀରେ ଯଥା କ୍ରମେ ୩.୨୭ ଓ ୨.୬୨, ଇନ୍ଦ୍ର ୦.୫୫ ଓ ୦.୦୮, ବୈତରଣୀ ନଦୀର ଶାଖା ଖସରୁଅଁା ନଦୀର ୩.୭୭ ଓ ୨.୨୮, ବୈତରଣୀ ୧.୪୪ ଓ ୦.୭୨, କୁଶେଇ ୨.୧୫ ଓ ୧.୭ , ବୁଢ଼ାବଳଙ୍ଗରେ ୨.୮୭ ଓ ୧.୮୭ ପ୍ରତିଶତ ଜଳପ୍ରବାହ ହ୍ରାସ ପାଇଛି। ଅନୁରୂପ ଭାବେ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକ ଜଳଧାରଣ କ୍ଷମତା ହରାଇ ଚାଲିଛନ୍ତି। ମୌସୁମୀ ସମୟରେ ନଦୀରେ ଯେଉଁ ଜଳ ପ୍ରବାହିତ ହେଉଛି, ସେଥିରୁ ପ୍ରାୟ ୬୫% ଜଳ ସମୁଦ୍ରକୁ ଚାଲିଯାଉଛି।
ଏକ ଆକଳନ ଅନୁଯାୟୀ ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୁଲ୍ୟା, ବଂଶଧାରା, ବୁଢ଼ାବଳଙ୍ଗ, କୋଲାବ, ଇନ୍ଦ୍ରାବତୀ, ବାହୁଦା, ନାଗାବଳୀ ଏବଂ ସୁବର୍ଣ୍ଣରେଖା ଭଳି ୧୧ଟି ପ୍ରମୁଖ ନଦୀର ୯୫ ହଜାର ୫୪୦ ନିୟୁତ କ୍ୟୁବିକ ମିଟର ଜଳଧାରଣ କ୍ଷମତା ରହିଛି। ସେଥିରୁ ୨୧,୭୯୩.୧୯ ନିୟୁତ କ୍ୟୁବିକ ମିଟର ଜଳ ଚାଷ ପାଇଁ ବ୍ୟବହାର କରାଯାଉଛି। ସେହିପରି ପାନୀୟ ଓ ଦୈନନ୍ଦିନ ବ୍ୟବହାର ପାଇଁ ୨୮୩.୯୫, ଶିଳ୍ପ ପାଇଁ ୨୨୭୫.୮୫ ଏବଂ ପରିବେଶ ଲାଗି ୨୦୫୪୧.୧୦ ନିୟୁତ କ୍ୟୁବିକ ମିଟର ଉପଯୋଗ ହେଉଥିବା ସର୍ଭେରୁ ଜଣାପଡିଛି। ଏସବୁ ସତ୍ତ୍ୱେ ନଦୀର ଆହୁରି ୫୦,୬୪୫.୯୧ ନିୟୁତ କ୍ୟୁବିକ ମିଟର ଜଳ ବଳକା ରହୁଛି। ତେବେ ଉକ୍ତ ଜଳକୁ ରୋକିବା ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ତାହା ସିଧାସଳଖ ସମୁଦ୍ରକୁ ଚାଲିଯାଉଛି। ମହାନଦୀରୁ ୨୫,୯୪୦.୨୮ ନିୟୁତ କ୍ୟୁବିକ ମିଟର, ବ୍ରାହ୍ମଣୀରୁ ୭,୮୧୯.୭୧, ବୈତରଣୀରୁ ୨,୨୧୫.୮୦, ବଂଶଧାରାରୁ ୨,୪୬୮.୪୭, ବୁଢ଼ାବଳଙ୍ଗରୁ ୧,୬୬୮.୦୪, କୋଲାବ ୪,୬୯୯.୮୧, ଇନ୍ଦ୍ରାବତୀ ୨,୦୩୮.୬୭, ନାଗାବଳୀରୁ ୧,୬୧୪.୮୧ ଏବଂ ସୁବର୍ଣ୍ଣରେଖା ନଦୀରୁ ୧,୪୫୧.୫୯ ନିୟୁତ କ୍ୟୁବିକ ମିଟର ଜଳ ସମୁଦ୍ରକୁ ଚାଲିଯାଉଛି। ଅପରପକ୍ଷେ ଶିଳ୍ପସଂସ୍ଥାଗୁଡ଼ିକ ଯେଉଁ ପରିମାଣର ଜଳ ନଦୀରୁ ଶୋଷି ଚାଲିଛନ୍ତି, ଏହାକୁ ଦେଖିଲେ ଆଗାମୀ କିଛି ବର୍ଷ ମଧ୍ୟରେ ନଦୀ ଓ ଭୂତଳ ଜଳ ମଧ୍ୟ ନିଅଣ୍ଟିଆ ପଡ଼ିବ। ରାଜ୍ୟର ପ୍ରମୁଖ ୧୦ ନଦୀରୁ ୨୪୫ ଶିଳ୍ପସଂସ୍ଥା ଦୈନିକ ୧,୯୯୭.୪୪୮ କ୍ୟୁସେକ (୫୫,୯୨୮.୫୪୪ ଲିଟର) ପାଣି ନେଉଛନ୍ତି। ସେହିପରି ୭୯୪ ଶିଳ୍ପାନୁଷ୍ଠାନ ଭୂଗର୍ଭରୁ ୩୮.୦୨୬ କ୍ୟୁସେକ୍‌ (୧୦୬୪.୫୬ ଲିଟର) ପାଣି ଶୋଷୁଛନ୍ତି । ଏସବୁକୁ ଦେଖିଲେ ଆଗାମୀ ୩୦ ବର୍ଷ ମଧ୍ୟରେ ରାଜ୍ୟରେ ଜଳସଙ୍କଟ ଆହୁରି ଉତ୍କଟ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।
ଏହାର ମୁକାବିଲା ଲାଗି ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟ ଜଳ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିସହିତ ଜଳ ସଂରକ୍ଷଣ ପାଇଁ ଜଳ ସମ୍ପଦ ବିଭାଗ ଦ୍ୱାରା ୫ ବର୍ଷ ମଧ୍ୟରେ ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ୧୧,୭୦୦ କୋଟି ଟଙ୍କାର ଏକ ନୂତନ ଯୋଜନା ଆରମ୍ଭ କରାଯାଇଛି ବୋଲି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ସକାଶେ ୭୯୪.୭୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ସ୍ଥାନ ଚୟନ କରି କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ୨୩ଟି ନଦୀଗର୍ଭ ଜଳାଶୟ ନିର୍ମାଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଜଳକୁ ସଂରକ୍ଷଣ କରିବା ସକାଶେ ଲୋୟର ସୁକତେଲ, ସୁବର୍ଣ୍ଣରେଖା, କାନୁପୁର, ହଦୁଆ, ଦେଓ, ଛେଳିଗଡ଼, ଘଟକେଶ୍ୱର, ଆନନ୍ଦପୁର, ମହେନ୍ଦ୍ରତନୟା ଏବଂ କୁସୁମୀ ବ୍ୟାରେଜ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri