ଲୁଚାଯାଉଛି ବାୟୁ ପ୍ରଦୂଷଣ

ଯାଜପୁର ଅଫିସ,୧୪।୯: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଏସ୍‌ପିସିବି)କୁ ‘ରାଜ୍ୟକୁ ପ୍ରଦୂଷିତ କର ବୋର୍ଡ’ ବୋଲି ଯାହା ଉପହାସ କରାଯାଉଛି, ତାହା ସତ୍ୟ ମନେହେଉଛି। କାରଣ କୋଇଲା, ଲୁହାପଥର ଗୁଣ୍ଡ, କଳା ଧୂଆଁ ଓ ପାଉଁଶରେ ବାୟୂମଣ୍ଡଳକୁ ପ୍ରଦୂଷିତ କରୁଥିବା ଖଣି, କାରଖାନା ମାଲିକମାନେ ଜୋକ ମୁହଁରେ ଲୁଣ ଭଳି ଏସ୍‌ପିସିବି କର୍ତ୍ତୃପକ୍ଷଙ୍କୁ ଅଥର୍ବ କରି ପକାଇଛନ୍ତି। ଏଠାରେ ଏସ୍‌ପିସିବି କର୍ତ୍ତୃପକ୍ଷ ଖଣି ଓ ଶିଳ୍ପ ମାଲିକଙ୍କ ବୋଲକରା ସାଜିଛନ୍ତି। ୨୦୨୦ ନଭେମ୍ବର ୧୩ରେ ବେଦାନ୍ତର ଚିଫ୍‌ ଏକ୍‌ଜିକ୍ୟୁଟିଭ ଅଫିସର ପି.ଜି. ସୁରେଶ କୁମାରଙ୍କ ନିକଟକୁ ଫାକର ଓସ୍ତପାଳ ଖଣିର ସିନିୟର ମ୍ୟାନେଜର ଏ.କେ. ପାତ୍ର ଦେଇଥିବା ପତ୍ରରେ ଏହା ସ୍ପଷ୍ଟ ହୋଇ ସାରିଛି।
ସଂପ୍ରତି ଅନ୍ୟ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ରାଜ୍ୟରେ ୧୭ ସହରର ୩୯ଟି ସ୍ଥାନରେ ପାରିପାର୍ଶ୍ୱିକ ବାୟୁର ମାନ ମାପିବା ପାଇଁ ସ୍ଥାପିତ ପରୀକ୍ଷଣ ଯନ୍ତ୍ର ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟାଟସ(ଏଏକ୍ୟୁଏମ୍‌ଏସ୍‌) ମଧ୍ୟରୁ ୪ଟି ଖରାପ ରହିଛି। ସେଥିରୁ ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ଥାପିତ ୩ ଏଏକ୍ୟୁଏମ୍‌ଏସ୍‌ ମଧ୍ୟରୁ ୨ ଅଚଳ ଅବସ୍ଥାରେ ରହିଛି। ଗତ ୭ା୯ା୨୦୨୧ରେ ବିଧାନସଭାରେ ବିଧାୟକ ମୋହନ ଚରଣ ମାଝିଙ୍କ ଉତ୍‌ଥାପିତ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହା ଦର୍ଶାଇଛନ୍ତି। ଅନ୍ୟପକ୍ଷେ ଜିଲାର କଳିଙ୍ଗନଗର, କାଳିଆପାଣି, ଧର୍ମଶାଳା ଅଞ୍ଚଳରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛୋଟବଡ଼ ଇସ୍ପାତ୍‌ ଓ ସିମେଣ୍ଟ କାରଖାନା ସମେତ ଖଣି ଖାଦାନ ରହିଛି। କିନ୍ତୁ ସେଠାରେ ମାତ୍ର ୩ଟି ଏଏକ୍ୟୁଏମ୍‌ଏସ୍‌ ସ୍ଥାପନ କରି ଏସ୍‌ପିସିବି କର୍ତ୍ତୃପକ୍ଷ ଜାଣିଶୁଣି ନିଜ କର୍ତ୍ତବ୍ୟରୁ ଓହରି ଯାଇଥିବା ମନେ ହେଉଛି। ଏହି ଯନ୍ତ୍ରରେ ଦିଲ୍ଲୀ ସର୍ଭର ସହିତ ସିଧାସଳଖ ୱାଇ-କେବୁଲ ଜରିଆରେ ସଂଯୋଗ କରାଯାଇ ପ୍ରଦୂଷଣ ନିୟନ୍ତ୍ରଣ ହୋଇଥାଏ। କାଳେ ପ୍ରଦୂଷଣ ସଂକ୍ରାନ୍ତରେ ଦିଲ୍ଲୀ କର୍ତ୍ତୃପକ୍ଷ ଜାଣିଯିବେ ସେଥିପାଇଁ ଜାଣିଶୁଣି ଏଭଳି ଚକ୍ରାନ୍ତ କରାଯାଇଛି ବୋଲି ଅଭିଯୋଗ ହେଉଛି।
ରାଜ୍ୟ ତଥା କେନ୍ଦ୍ର ସରକାର ପରିବେଶର ସୁରକ୍ଷା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ, ଜଙ୍ଗଲ ସୃଷ୍ଟି ପ୍ରତି ଗୁରୁତ୍ୱାରୋପ କରୁଛନ୍ତି। ଏହି କ୍ରମରେ ଓଡ଼ିଶାରେ ପ୍ରତିଷ୍ଠିତ ସମସ୍ତ ଶିଳ୍ପ ଓ ଖଣି ଅଞ୍ଚଳରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ୨୦୧୫ ଜୁନ୍‌ ସୁଦ୍ଧା ଆବଶ୍ୟକ ସଂଖ୍ୟାରେ ଏଏକ୍ୟୁଏମ୍‌ଏସ୍‌ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ ବ୍ୟତିକ୍ରମ ହେଲେ ସଂପୃକ୍ତ ଶିଳ୍ପ କମ୍ପାନୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦିଆଯାଇଥିଲା। କିନ୍ତୁ କଳିଙ୍ଗନଗରରେ ୧୫ରୁ ଊର୍ଦ୍ଧ୍ୱ ସ୍ଥାନରେ ଏଏକ୍ୟୁଏମ୍‌ଏସ୍‌ର ଆବଶ୍ୟକ ଥିବାବେଳେ ମାତ୍ର ୩ଟି ଯଥା ବିଆରପିଏଲ ଗେଷ୍ଟ ହାଉସ, ନୀଳାଚଳ ଗେଷ୍ଟ ହାଉସ ଓ କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟରେ ରହିଛି। ଏଥିରୁ ନୀଳାଚଳ ଗେଷ୍ଟ ହାଉସ ନିକଟରେ ରହିଥିବା ଏଏକ୍ୟୁଏମ୍‌ଏସ୍‌ କେବଳ କାମ କରୁଛି। ଏଥିଯୋଗୁ ଖଣି ଓ କାରଖାନା ଦ୍ୱାରା ସୃଷ୍ଟି ପ୍ରଦୂଷଣର ଭାରରେ ଭାରାକ୍ରାନ୍ତ କଳିଙ୍ଗନଗର ପରିବେଶଗତ ବିପର୍ଯ୍ୟୟକୁ ଆଉ ସମ୍ଭାଳିବା ସ୍ଥିତିରେ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଏନସିଏପି(ନ୍ୟାଶନାଲ କ୍ଲିନ ଏୟାର ପ୍ରୋଗ୍ରାମ)ରିପୋର୍ଟରେ ମଧ୍ୟ କଳିଙ୍ଗନଗର ଶିଳ୍ପାଞ୍ଚଳ ବାୟୁ ପ୍ରଦୂଷଣରେ ସାରା ଭାରତବର୍ଷରେ ୮୨ ନମ୍ବର ସ୍ଥାନରେ ରହିଛି। ଖଣି ଓ କାରଖାନାରୁ ନିର୍ଗତ ପାଉଁଶ ବିସ୍ତୃତ ଚାଷଜମି, ଜଙ୍ଗଲରେ ମାଡିଯାଇ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟି କରୁଛି ତାହା ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହେବାରେ ଲାଗିଛି। ଏଭଳି ମାରାମତ୍କ ବାୟୁ ପ୍ରଦୂଷଣକୁ ରୋକିବାକୁ ସରକାର ଚିନ୍ତିତ ଥିବାବେଳେ କୌଣସି ଶିଳ୍ପ କମ୍ପାନୀ ଏହାକୁ ମାନୁ ନାହାନ୍ତି। ଶିଳ୍ପାଞ୍ଚଳ ପାଇଁ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ନିହାତି ଆବଶ୍ୟକ। ଏଥିପାଇଁ ଏଏକ୍ୟୁଏମ୍‌ଏସ୍‌ ଯନ୍ତ୍ର ଉଦ୍ଭାବନ କରାଯାଇଛି। ଏହି ଯନ୍ତ୍ର ଦ୍ୱାରା ପବନର ଗତି,ବେଗ, ଗୁଳୁଗୁଳି, ତାପମାତ୍ରା, ବର୍ଷା ପରିମାଣ ଆଦି ମପାଯାଇ ପାରିବ। ପାଣିପାଗର ସ୍ଥିତି ଅନୁଯାୟୀ ଆକ୍ୟୁମ୍ସ ଯନ୍ତ୍ରର ବ୍ୟବହାର କରାଯାଇ ପ୍ରଦୂଷଣ ନିୟନ୍ତ୍ରଣ ହୋଇ ପାରିବ।
ବାୟୁ ପ୍ରଦୂଷଣ ମାତ୍ରକୁ ଅବଲୋକନ କଲେ ଜିଲାର କାଳିଆପାଣି, ଫାକର ଛକ, ମେସ୍କୋ ରେଲୱେ ସାଇଡିଂ, ସୁକିନ୍ଦା ରେଲୱେ ସାଇଡିଂ, ତେଲିବାଡ଼ି ଛକ, କେଜେ ଇସ୍ପାତ୍‌ ଛକ, ଜିନ୍ଦଲ ଛକ, ବିଆରପିଏଲ ଛକ, ମଇଥାନ ଛକ, କଚେରୀ ଗାଁ ଛକ, ଡୁବୁରୀ ଛକ, ପଙ୍କପାଳ, ମାନତିରା ଆଦି ସ୍ଥାନରେ ଏଏକ୍ୟୁଏମ୍‌ଏସ୍‌ ସ୍ଥାପନ ହେବ କଥା ବୋଲି କୁହାଯାଉଛି। କିନ୍ତୁ କଳିଙ୍ଗନଗର ଅଞ୍ଚଳରେ ବାୟୁ ପ୍ରଦୂଷଣ ମାତ୍ରାକୁ ଲୁଚାଇବାକୁ ଯାଇ ମାତ୍ର ୩ଟିରୁ ୨ଟି ଏଏକ୍ୟୁଏମ୍‌ଏସ୍‌ ଜାଣିଶୁଣି ଅଚଳ କରିଦିଆଯାଇଥିବା ଅଭିଯୋଗ ଉଠିଛି। ଏହାବାଦ୍‌ ଝାରସୁଗୁଡ଼ା ବେଦାନ୍ତ ଟାଉନସିପ୍‌ ଏବଂ ପୁରୀ ଟାଉନ ପୋଲିସ ଷ୍ଟେଶନ ନିକଟରେ ରହିଥିବା ଏଏକ୍ୟୁଏମ୍‌ଏସ୍‌ ଅଚଳ ରହିଛି।
ବିଧାନସଭା ଉତ୍ତରରେ ମନ୍ତ୍ରୀ ଆରୁଖ ଆହୁରି ଦର୍ଶାଇଥିଲେ ଯେ, ଅଚଳ ଏଏକ୍ୟୁଏମ୍‌ଏସ୍‌ ସଂକ୍ରାନ୍ତରେ ମୁଖ୍ୟ କାର୍ଯ୍ୟାଳୟ ଅବଗତ ଅଛନ୍ତି। ଯନ୍ତ୍ରଗୁଡିକ କାର୍ଯ୍ୟକ୍ଷମ କରିବାକୁ ନୂଆ ଦିଲ୍ଲୀର ଆନ୍‌ଭାର୍‌ଟେକ୍‌କୁ ଅବଗତ କରାଯାଇଛି। କୋଭିଡ୍‌-୧୯ କଟକଣା ଯୋଗୁ ଯନ୍ତ୍ରୀ ଆସିବାରେ ବାଧା ସୃଷ୍ଟି ହେଉଛି। ଏହି ପରୀକ୍ଷଣ ଯନ୍ତ୍ରଗୁଡିକ ଅଳ୍ପ ଦିନ ମଧ୍ୟରେ କାର୍ଯ୍ୟକ୍ଷମ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri