Posted inଖେଳ

ବିଶ୍ୱକପ୍‌ ଦଳରେ ସାମିଲ ହେବା ମାତ୍ରେ ରେକର୍ଡ କଲେ ୟୁନିଭର୍ସ ବସ୍‌

ନୂଆଦିଲ୍ଲୀ,୧୨।୯: ଏକ ସମୟ ଥିଲା ଯେତେବେଳେ ଟି-୨୦ କ୍ରିକେଟକୁ ଯୁବ ପ୍ରତିଭାଙ୍କ ଖେଳ ବୋଲି କୁହାଯାଉଥିଲା। ହେଲେ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ସହ ବିଶ୍ୱର ପ୍ରତିଟି ଦେଶରେ ଟି-୨୦ ଲିଗ୍‌ ଆରମ୍ଭ ହେବା ପରେ ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି।

ଚଳିତ ବର୍ଷ ୟୁଏଇରେ ଭାରତ ପକ୍ଷରୁ ଟି-୨୦ ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଛି। ଏଥର ବିଶ୍ୱକପ୍‌ ପାଇଁ ଘୋଷିତ ଦଳଗୁଡ଼ିକରେ ବହୁତ ଯୁବ ଖେଳାଳିମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ହେଲେ ଦଳରେ ବୟସ୍କ ଖେଳାଳି ବି ଅଛନ୍ତି। ସେଭଳି ଏକ ଦଳ ହେଲା ଦୁଇଥର ଟି-୨୦ ବିଶ୍ୱକପ୍‌ ବିଜେତା ଓ୍ବେଷ୍ଟଇଣ୍ଡିଜ୍‌।

ଓ୍ବେଷ୍ଟଇଣ୍ଡିଜ ଦଳରେ ବହୁ ପୁରାତନ ଖେଳାଳି ଅଂଶଗ୍ରହଣ କରିବେ। ସେଥିରୁ ଜଣେ ହେଲେ ୟୁନିଭର୍ସ ବସ୍‌ ଭାବେ ପରିଚିତ କ୍ରିସ୍‌ ଗେଲ୍‌। ତାଙ୍କ ବ୍ୟତିତ ବ୍ରାଭୋ, ରବି ରାମପାଲ, ଲିଣ୍ଡଲେ ସିମନ୍ସ ପ୍ରମୁଖ ଦଳରେ ସ୍ଥାନ ପାଇଛନ୍ତି।

ଏହି ବିଶ୍ୱକପ୍‌ ଖେଳିବାକୁ ଗେଲ୍‌ ଓହ୍ଲାଇବା ମାତ୍ରେ ସବୁଠାରୁ ବୟସ୍କ ଖେଳାଳି ଭାବେ ରେକର୍ଡ କରିବେ। ସେପ୍ଟେମ୍ବର ୨୨୧ରେ ଗେଲ୍‌କୁ ୪୨ ବର୍ଷ ହେବ। ଦଳ ଘୋଷଣା ହେବା ମାତ୍ରେ ବିଶ୍ୱକପ୍‌-୨୦୨୧ ବୟସ୍କ ଖେଳାଳିଭାବେ ରେକର୍ଡ କରିଛନ୍ତି। ତାଙ୍କଠାରୁ ଅଧିକ ବୟସର ଖେଳାଳି କୌଣସି ଦଳରେ ନାହାନ୍ତି।

ତେବେ ଗେଲ୍‌ଙ୍କ ପାଇଁ ଏହା ଅନ୍ତିମ ଟି-୨୦ ବିଶ୍ୱକପ୍‌ ହୋଇପାରେ। ୨୦୦୭ରୁ ୨୦୧୬ ପର୍ଯ୍ୟନ୍ତ ଖେଳାଯାଇଥିବା ବିଶ୍ୱକପ୍‌ର ୨୮ ମ୍ୟାଚ୍‌ର ୨୬ ଇନିଂସରେ ସେ ୧୪୬.୭୩ ଷ୍ଟ୍ରାଇକ୍‌ ରେଟ୍‌ ସହ ୯୨୦ ରନ୍‌ କରିଛନ୍ତି। ବିଶ୍ୱକପ୍‌ରେ ସେ ଦୁଇଥର ଶତକ ହାସଲ କରିଛନ୍ତି। ଏହି ଟୁର୍ନାମେଣ୍ଟ ଇତିହାସରେ ସର୍ବାଧିକ ରନ୍‌ କରିଥିବା ତାଲିକାର ଦ୍ୱିତୀୟ ସ୍ଥାନରେ ସେ ଅଛନ୍ତି। ସେ ୬୦ ଛକା ଏବଂ ୭୫ ଚୌକା ମାରିଛନ୍ତି। ପ୍ରଶଂସକମାନେ ମଧ୍ୟ ଏଥର ଗେଲ୍‌ଙ୍କଠାରୁ ସମାନ ଖେଳ ଆଶା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri