ଖାଇବା ତେଲ ଦର କମିଲା, ଏଲ୍‌ପିଜି ଦାମ ବଢ଼ିବା ନିଶ୍ଚିତ…

ନୂଆଦିଲ୍ଲୀ,୧୧।୯: ପାର୍ବଣ ଋତୁ ପୂର୍ବରୁ କେନ୍ଦ୍ର ସରକାର ଖାଇବା ତେଲ ଦର ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଉତ୍ପାଦନ ଶୁଳ୍କରେ ଏବେ ୨.୫ ପ୍ରତିଶତ ହ୍ରାସ ହୋଇଛି। ଏହା ପାମ୍‌ ଅଏଲ୍‌, ସୋୟା ଅଏଲ୍‌ ଏବଂ ସନ୍‌ ଫ୍ଲାଓ୍ବାର ଅଏଲ୍‌ ଉପରେ ଲାଗୁ ହେବ। ପୂର୍ବରୁ ଅଶୋଧିତ ପାମ୍‌ ଅଏଲ୍‌ ଉପରେ ୧୦ ପ୍ରତିଶତ ଏବଂ ସୋୟା ଅଏଲ୍‌ ଓ ସନ୍‌ ଫ୍ଲାଓ୍ବାର ଅଏଲ୍‌ ଉପରେ ୭.୫ ପ୍ରତିଶତର ବେସ୍‌ ସପୋର୍ଟ ଶୁଳ୍କ ଲଗାଯାଇଥିଲା। ଫଳରେ ଶୁଦ୍ଧ ପାମ୍‌ ଅଏଲ୍‌, ସୋୟା ଅଏଲ୍‌ ଏବଂ ସନ୍‌ ଫ୍ଲାଓ୍ବାର ଅଏଲ୍‌ ଉପରେ ବେସ୍‌ ଉତ୍ପାଦନ ଶୁଳ୍କ ୩୭.୫ ପ୍ରତିଶତ ହୋଇଥିଲା।

ତେବେ ଏବେ ଏହା ୩୨.୫ ପ୍ରତିଶତରେ ପହଞ୍ଚିଛି। ଏବେ ଉତ୍ପାଦନ ଉପରେ ମୋଟ ୨୪.୭୫ ପ୍ରତିଶତ ଶୁଳ୍କ ଲାଗିବ। ଏଥିରେ ୨.୫ ଉତ୍ପାଦନ ଶୁଳ୍କ ସହିତ ଅନ୍ୟ ଟିକସ ସାମିଲ ରହିଛି। ଫଳରେ ଏବେ ପାମ୍‌ ଅଏଲ୍‌, ସୋୟା ଅଏଲ୍‌ ଏବଂ ସନ୍‌ ଫ୍ଲାଓ୍ବାର ଅଏଲ୍‌ ଉପରେ ୩୫.୭୫ ପ୍ରତିଶତ ଶୁଳ୍କ ଲାଗୁ ହେବ।

ଖାଇବା ତେଲ ଦର ଏହା ଦ୍ୱାରା କମିଥିବାବେଳେ ରୋଷେଇ ପାଇଁ ବ୍ୟବହୃତ ହେଉଥିବା ଏଲ୍‌ପିଜି ସିଲିଣ୍ଡର ଦାମ୍‌ ବଢ଼ିବା ନିଶ୍ଚିତ ହୋଇଛି। ଆଇସିଆଇସିଆଇ ସୁକ୍ୟୁରିଟିଜ୍‌ ରିପୋର୍ଟ ଅନୁସାରେ ଅକ୍ୱୋବର ସୁଦ୍ଧା ଏଲ୍‌ପିଜି ସହିତ ସିଏନ୍‌ଜି ଏବଂ ପିଏନ୍‌ଜି ଦାମରେ ୧୦ରୁ ୧୧ ପ୍ରତିଶତ ବୃଦ୍ଧି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri