ଆତଙ୍କବାଦ ସହିତ ଲଢୁ ତାଲିବାନ, ପଡ଼ୋଶୀ ଦେଶଙ୍କ ଅପିଲ୍‌…

କାବୁଲ,୧୧।୯: ଆତଙ୍କବାଦି କାର୍ଯ୍ୟ କଳାପ ସହିତ ଲିପ୍ତ ଥିବା ତାଲିବାନ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବ। ଏନେଇ ପଡ଼ୋଶୀ ଦୋମାନଙ୍କ ପକ୍ଷରୁ ତାଲିବାନକୁ ଅପିଲ୍‌ କରାଯାଇଛି। ତାଲିବାନ ସହିତ ଚାଇନା, ଇରାନ୍‌, ତାଜିକିସ୍ତାନ,ତୁର୍କମେନିସ୍ତାନ, ଉଜବେକିସ୍ତାନ ଏବଂ ପାକିସ୍ତାନ ଆଦି ଦେଶ ପକ୍ଷରୁ ଭର୍ଚୁଆଲ ବୈଠକରେ ଏଭଳି ଅପିଲ୍‌ ହୋଇଛି। ନିଜ ଶାସନରେ ତାଲିବାନ ବିଭିନ୍ନ ଆତଙ୍କବାଦୀ ସଂଗଠନର କାର୍ଯ୍ୟ କଳାପ ଆଫଗାନିସ୍ତାନରେ ପ୍ରଶୟ ନ ଦେବା ଉଚିତ ନୁହେଁ ବୋଲି ପଡ଼ୋଶୀ ଦେଶ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା ସୂଚାଇ ଦେଉଛି ଯେ ତାଲିବାନ ଶାସନ ପ୍ରତି ପଡୋଶୀ ଦେଶଙ୍କ ମଧ୍ୟରେ ଆଶଙ୍କା ଏବଂ ଭୟ କମିନାହିଁ।

ଆଫଗାନିସ୍ତାନରେ ତାଲିବାନକୁ ଉଦାରବାଦୀ ନୀତି ଗ୍ରହଣ କରିବାକୁ ପଡ଼ୋଶୀ ଅନୁରୋଧ କରିଛନ୍ତି। ଭର୍ଚୁଆଲ ବୈଠକରେ ସ୍ବାଧୀନ ଚିନ୍ତାଧାରାକୁ ପସନ୍ଦ କରୁଥିବା ସରକାର ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପଡ଼ୋଶୀମାନେ ଆଶା ପ୍ରକଟ କରିଛନ୍ତି ଯେ ତାଲିବାନ ଏକ ସରକାର ଗଠନ କରିବ ଯାହା ଆଭ୍ୟନ୍ତରୀଣ ଏବଂ ବାହ୍ୟ ନୀତି ପ୍ରତି ଉଦାରବାଦୀ ଆଭିମୁଖ୍ୟ ଗ୍ରହଣ କରୁଥିବା। ବିଶେଷକରି ଆଫଗାନିସ୍ତାନର ପଡୋଶୀ ଦେଶଗୁଡିକ ଉପରେ ଏହାର ନୀତି ବନ୍ଧୁତ୍ୱପୂର୍ଣ୍ଣ ହେବ। ଏହା ସହିତ ପାରସ୍ପରିକ ଶାନ୍ତି, ନିରାପତ୍ତା ଏବଂ ଦୀର୍ଘସ୍ଥାୟୀ ସମୃଦ୍ଧି ଦୃଷ୍ଟିରୁ ତାଲିବାନକୁ ନୀତି ପ୍ରସ୍ତୁତ କରିବାକୁ ଆହ୍ବାନ ଦିଆଯାଇଛି।

ତାଲିବାନ ବିଭିନ୍ନ ସମ୍ପ୍ରଦାୟ ସମେତ ମହିଳା ଏବଂ ଶିଶୁମାନଙ୍କର ମାନବିକ ଅଧିକାରକୁ ସୁରକ୍ଷା କରିବା ଆବଶ୍ୟକ ବୋଲି ଆବେଦନ କରାଯାଇଛି। ଏହା ସହିତ ତାଲିବାନ ଆଇଏସ, ଅଲ-କାଏଦା, ତେହେରିକ-ଇ-ତାଲିବାନ ପାକିସ୍ଥାନ, ବିଏଲଏ, ଜୋନ୍ଦୋଲ୍ଲାହ, ଇଟିଆଇଏମ ସମେତ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନଠାରୁ ନିଜକୁ ଦୂରେଇ ରଖିବା ଉଚିତ ବୋଲି ବୈଠକରେ ପରାମର୍ଶ ଦିଆଯାଇଛି। ଆଫଗାନିସ୍ତାନର ଭବିଷ୍ୟତ ସ୍ଥିର କରିବା ପାଇଁ ତାଲିବାନ ସରକାରଙ୍କୁ ମିଳିତ ଜାତିସଂଘ ଘୋଷଣାନାମା ଅନୁଯାୟୀ ନୀତି ପ୍ରସ୍ତୁତ କରି ନିଷ୍ପତ୍ତି ନେବାକୁ ପଡ଼ିବ ବୋଲି ପଡ଼ୋଶୀ କହିଛନ୍ତି।

ଏପରିସ୍ଥଳେ ତାଲିବାନ ମଧ୍ୟ ପଡ଼ୋଶୀଙ୍କ ଆଶା ପୂରଣ କରିବା ବିଷୟରେ କହିଛି। ତାଲିବାନ ସମଗ୍ର ବିଶ୍ୱ ଏବଂ ପଡ଼େଶୀ ଦେଶ ସହ ସମନ୍ବୟ ରକ୍ଷା କରିବାକୁ କହିଛି। ତାଲିବାନ କାହାକୁ ନିଜ ଜମି ବ୍ୟବହାର କରି ଆତଙ୍କବାଦ ବିସ୍ତାର କରିବାକୁ ଦେବ ନାହିଁ ବୋଲି ଏହି ମର୍ମରେ ସଂଗଠନର ଜଣେ ବରିଷ୍ଠ ଅଧିକାରୀ ଅବଦୁଲ ହକ ଇମାଦ କହିଛନ୍ତି ।

ଏହା ସହିତ ଭର୍ଚୁଆଲ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ତାଲିବାନ ସରକାର ଏବଂ ପଡୋଶୀ ଦେଶର ମଧ୍ୟରେ ନିୟମିତ ବ୍ୟବଧାନରେ ଆଲୋଚନା ଅନୁଷ୍ଠିତ ହେବ। ପରବର୍ତ୍ତୀ ବୈଠକ ତେହେରାନରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ଗ୍ରହଣ ହେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

ଜାପାନରେ ଶକ୍ତିଶାଳୀ ଭୂକମ୍ପ, ବ୍ୟାପକ କ୍ଷୟକ୍ଷତି ଆଶଙ୍କା

ଟୋକିଓ,୨୭ା୪: ଜାପାନର ବୋନିନ ଦ୍ୱୀପପୁଞ୍ଜରେ ଶନିବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୬.୩ ମାପ କରାଯାଇଛି। ଏହି ଭୂକମ୍ପର କେନ୍ଦ୍ର...

ଜୀବନର ବହୁତ ବଡ କଥା କହିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ଓ୍ବାଶିଂଟନ,୨୭।୪: ଆମେରିକାରେ କିଛି ମାସ ମଧ୍ୟରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଇତିମଧ୍ୟରେ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ...

ରୁଷିଆ ସେନାକୁ ଚାଇନା ସହାୟତା: ପ୍ରତିବାଦ ଜଣାଇଲେ ବ୍ଲିଙ୍କେନ୍‌

ବେଜିଂ,୨୭ା୪: ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଶୁକ୍ରବାର ଚାଇନା କର୍ତ୍ତୃପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ୟୁକ୍ରେନ୍‌ ସହ ଯୁଦ୍ଧରେ ରୁଷିଆ ସେନାକୁ...

ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ କମ୍ପାନୀ ଦାୟୀ

ଲଣ୍ଡନ୍‌,୨୭ା୪: ବିଶ୍ୱର ଅର୍ଦ୍ଧାଧିକ ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ୫୬ ବହୁରାଷ୍ଟ୍ରୀୟ କମ୍ପାନୀ ଦାୟୀ। ସେହିପରି ଏକ-ଚତୁର୍ଥାଂଶ ପ୍ରଦୂଷଣ ପାଇଁ ୬ଟି କମ୍ପାନୀ ଦାୟୀ ବୋଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri