ଶପଥ ନେବ ତାଲିବାନ୍‌ ସରକାର

କାବୁଲ, ୧୧ା୯: ଆମେରିକାରେ ୯/୧୧ ଆକ୍ରମଣର ୨୦ ବର୍ଷପୂର୍ତ୍ତି ଅବସରରେ ଆଫଗାନିସ୍ତାନରେ ନୂଆ ସରକାର ଗଢ଼ିଥିବା ତାଲିବାନ୍‌ ଶନିବାର ଶପଥ ସମାରୋହ ଆୟୋଜନ କରିପାରେ। ଏପରି କରି ତାଲିବାନ୍‌ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଭୋଗିଥିବା ଯନ୍ତ୍ରଣାକୁ ବିଦ୍ରୂପ କରିଛି। ଆମେରିକାର ମୋଷ୍ଟ ଓ୍ବ୍‌।ଣ୍ଟେଡ୍‌ ତାଲିକାରେ ଥିବା ଆତଙ୍କବାଦୀଙ୍କୁ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି। ସମାରୋହରେ ଚାଇନା, ତୁର୍କୀ, ପାକିସ୍ତାନ, ଇରାନ୍‌, କାତାର, ଭାରତ ସମେତ ଆମେରିକାକୁ ମଧ୍ୟ ତାଲିବାନ୍‌ ନିମନ୍ତ୍ରଣ କରିଥିବା ଜଣାପଡ଼ିଛି। ମଙ୍ଗଳବାର ତାଲିବାନ୍‌ ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦାଙ୍କ ଅଧୀନରେ ଅନ୍ତରୀଣ ସରକାର ଗଢ଼ିଥିଲା। ମୁଲ୍ଲା ମହମ୍ମଦ ହାସନ୍‌ ଅଖୁନ୍ଦ ପ୍ରଧାନମନ୍ତ୍ରୀ ପଦରେ ବସିଛନ୍ତି। ଶପଥ ନେବା ପୂର୍ବରୁ ଅଖୁନ୍ଦ ପୂର୍ବ ସରକାରବେଳେ କାମ କରୁଥିବା ସମସ୍ତ କର୍ମଚାରୀଙ୍କୁ କାର୍ଯ୍ୟକୁ ଫେରିବାକୁ ପରାମର୍ଶ ଦେଇଛନ୍ତି। ଆଫଗାନିସ୍ତାନରେ ଏପରି ମୁହୂର୍ତ୍ତ ପାଇଁ ବହୁ ମୂଲ୍ୟ ଦେବାକୁ ପଡ଼ିଛି। ଏଣିକି ଆଫଗାନ୍‌ ମାଟିରେ ରକ୍ତପାତ ସମୟ ଶେଷ ହୋଇଛି ବୋଲି ଅଖୁନ୍ଦ କହିଛନ୍ତି।

ଅମ୍‌ରୁଲ୍ଲାଙ୍କ ଭାଇଙ୍କୁ ହତ୍ୟା

ପଞ୍ଜଶିରରେ ସଂଘର୍ଷ ବେଳେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହଙ୍କ ଭାଇ ରୋହୁଲ୍ଲା ସାଲେହଙ୍କୁ ତାଲିବାନ ଲଢ଼ୁଆମାନେ ନିର୍ଯାତନା ଦେବା ସହ ହତ୍ୟା କରିଥିବା ଜଣାପଡ଼ିଛି। ଗୁରୁବାର ରାତିରେ ପଞ୍ଜଶିର ଉପତ୍ୟକାରେ ତାଲିବାନ ଲଢ଼ୁଆମାନେ ତାଙ୍କୁ ଚିହ୍ନଟ କରିଥିଲେ। ଉକ୍ତ ଉପତ୍ୟକାକୁ ତାଳିବାନ ସମ୍ପୂର୍ଣ୍ଣ ଦଖଲ କରିଥିବା ଦାବି କରିଆସୁଛି। ତେବେ ଜାତୀୟ ପ୍ରତିରୋଧ ସାମ୍ମୁଖ୍ୟ (ଏନ୍‌ଆର୍‌ଏଫ୍‌)ର ସମର୍ଥକମାନେ ତାଲିବାନର ଏହି ଦାବିକୁ ଖଣ୍ଡନ କରିଛନ୍ତି। ତାଲିବାନ ବିରୋଧରେ ଲଢ଼େଇ ଚଳାଇଥିବା ପ୍ରତିରୋଧୀ ବାହିନୀ ମୁଖ୍ୟ ଅହମଦ ମାସୁଦ୍‌ ଏବଂ ଅମ୍‌ରୁଲ୍ଲା ସାଲେହ ତାଜାକିସ୍ତାନ ପଳାଇଯାଇଥିବା ଖବର ପ୍ରକାଶ ପାଇଥିଲା। ତେବେ ତାଜିକିସ୍ତାନରେ ଥିବା ପୂର୍ବତନ ଆଫଗାନ୍‌ ସରକାରଙ୍କ ରାଷ୍ଟ୍ରଦୂତ ଏହାକୁ ଖଣ୍ଡନ କରିଛନ୍ତି।

ପୂର୍ବତନ ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ

ଅଶ୍ରଫ୍‌ ଗନିଙ୍କ ସରକାର ସମୟରେ କାର୍ଯ୍ୟରତ ଥିତ୍ବା ଅଫିସର ଓ କର୍ମଚାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାମଚଳା ତାଲିବାନ୍‌ ସରକାର ବନ୍ଦ କରିଦେଇଛି। ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିବା ପରେ ଅଧିକାଂଶ କର୍ମଚାରୀ ଦେଶ ଛାଡ଼ି ପଳାଇଯାଇଥିଲେ। କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ସମ୍ପର୍କରେ ତାଲିବାନ ସାଂସ୍କୃତିକ କମିଶନ ସଦସ୍ୟ ଅନାମୁଲ୍ଲା ସମଙ୍ଗାନୀ ଘୋଷଣା କରିଛନ୍ତି। ତେବେ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା କର୍ମଚାରୀମାନଙ୍କ ନାଁ ସେ ପ୍ରକାଶ କରିନାହାନ୍ତି। ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri