ଚକ୍ଷୁଦାନ ସମ୍ପର୍କରେ..

”ଚକ୍ଷୁ ଦାନ ପାଇଁ ଆପଣ ନିଜକୁ କୌଣସି ଚକ୍ଷୁ ବ୍ୟାଙ୍କ୍‌ ବା ଚକ୍ଷୁ ଡାକ୍ତରଖାନା ମାଧ୍ୟମରେ ଠିକ୍‌ ଫର୍ମାଟ୍‌ରେ ନିଜକୁ ରେଜିଷ୍ଟର୍‌ କରାଇ ନିଅନ୍ତୁ। ଯଦି କେହି ଆଗରୁ ରେଜିଷ୍ଟର କରାଇନାହାନ୍ତି, ତେବେ ବି ମୃତ ବ୍ୟକ୍ତିଙ୍କର ନିକଟ ପରିବାରବର୍ଗ କେହି ଫୋନ୍‌ କରି ଚକ୍ଷୁଦାନ ହେଲ୍ପଲାଇନ୍‌କୁ ଜଣେଇପାରିବେ। ଚକ୍ଷୁ ବ୍ୟାଙ୍କ୍‌ ତରଫରୁ ଡାକ୍ତର ଟିମ୍‌ ଯାଇ ଚକ୍ଷୁ କଲେକ୍ସନ୍‌ କରିବେ।“

ପ୍ରତିବର୍ଷ ଅଗଷ୍ଟ ୨୮- ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ପାଳିତ ହୋଇଥାଏ ‘ଜାତୀୟ ଚକ୍ଷୁଦାନ ପକ୍ଷ’। ସେ ସମ୍ପର୍କିତ ବିଷୟକୁ ନେଇ ଉପସ୍ଥାପନା…

କଥାରେ ଅଛି, ଯଦି ଆପଣ ମୃତ୍ୟୁ ପରେ ବି ଏ ସୁନ୍ଦର ପୃଥିବୀକୁ ଉପଭୋଗ କରିବାକୁ ଚାହଁୁଛନ୍ତି, ତେବେ ଚକ୍ଷୁଦାନ କରନ୍ତୁ। ଏହା ଅକ୍ଷରେ ଅକ୍ଷରେ ସତ୍ୟ। ଚକ୍ଷୁଦାନ ଦ୍ୱାରା ଆମେ ଯେ କେବଳ ଦୁଇ ଜଣ ଦୃଷ୍ଟି ଶକ୍ତି ହରାଇଥିବା ବ୍ୟକ୍ତିଙ୍କୁ ଦୃଷ୍ଟିଦାନ କରିବା ତାହା ନୁହେଁ, ତଦ୍ଦ୍ବାରା ଆମେ ନିଜକୁ ମଧ୍ୟ ବଞ୍ଚେଇ ରଖିପାରିବା। ଆମ ପରିବାର, ବନ୍ଧୁ ପରିଜନଙ୍କୁ ମଧ୍ୟ ଗର୍ବିତ କରେଇ ପାରିବେ।
ଚକ୍ଷୁଦାନ ପାଇଁ ଆପଣ ନିଜକୁ କୌଣସି ଚକ୍ଷୁ ବ୍ୟାଙ୍କ୍‌ ବା ଚକ୍ଷୁ ଡାକ୍ତରଖାନା ମାଧ୍ୟମରେ ଠିକ୍‌ ଫର୍ମାଟ୍‌ରେ ନିଜକୁ ରେଜିଷ୍ଟର୍‌ କରାଇ ନିଅନ୍ତୁ । ଯଦି କେହି ଆଗରୁ ରେଜିଷ୍ଟର କରାଇନାହାନ୍ତି, ତେବେ ବି ମୃତ ବ୍ୟକ୍ତିଙ୍କର ନିକଟ ପରିବାରବର୍ଗ କେହି ଫୋନ୍‌ କରି ଚକ୍ଷୁଦାନ ହେଲ୍ପଲାଇନ୍‌କୁ ଜଣେଇପାରିବେ। ଚକ୍ଷୁ ବ୍ୟାଙ୍କ୍‌ ତରଫରୁ ଡାକ୍ତର ଟିମ୍‌ ଯାଇ ଚକ୍ଷୁ କଲେକ୍ସନ୍‌ କରିବେ। ଏହା ଡାକ୍ତରଖାନା ସହ ନିଜ ଘରେ ମଧ୍ୟ ସମ୍ଭବ। କିନ୍ତୁ ଏହା ମୃତ୍ୟୁର ଛଅ ଘଣ୍ଟା ମଧ୍ୟରେ ହେବା ଦରକାର। ମୃତ୍ୟୁ ପରେ ଶରୀରକୁ ଛାଇରେ, ଥଣ୍ଡାରେ ବା ଏସି ରୁମ୍‌ରେ ରଖନ୍ତୁ। ଫ୍ୟାନ୍‌ ବନ୍ଦ କରିଦିଅନ୍ତୁ। ଚକ୍ଷୁ କଲେକ୍ସନ୍‌ ଟିମ୍‌ ଆସି ପହଞ୍ଚିବା ପର୍ଯ୍ୟନ୍ତ ଆଖିପତା ଦୁଇଟିକୁ ବନ୍ଦ କରି ଓଦା ତୁଳା ବା ରୁମାଲ୍‌ରେ ଘୋଡ଼େଇ ରଖନ୍ତୁ।
ଆଉ ଗୋଟିଏ କଥା ହେଲା, ଏଥିରେ ପୂରା ଚକ୍ଷୁକୁ ତଡ଼ାଯାଇ କଢ଼ାଯାଏ ନାହିଁ। କେବଳ ସ୍ବଚ୍ଛ ପଟଳ ବା କର୍ଣ୍ଣିଆଟିକୁ କଢ଼ାଯାଇ ନିଆଯାଏ। ସେଥିରେ ଗୋଟିଏ ପ୍ଲାଷ୍ଟିକ୍‌ କ୍ୟାପ୍‌ ମଧ୍ୟ ଲଗାଇ ପତା ଦୁଇଟିକୁ ପୁନର୍ବାର ଘୋଡ଼େଇ ଦିଆଯାଏ । ତେଣୁ ବାହାରକୁ ମୋଟେ ବି ଅସୁନ୍ଦର ଜଣାଯାଏ ନାହିଁ।
ଏମିତି ବି ଯଦି ଆମେ ଚକ୍ଷୁଦାନ କରୁନାହୁଁ, ତେବେ ଏହା ନିଶ୍ଚିତ ଭାବରେ ନଷ୍ଟ ହୋଇଯାଉଛି। ଯେବେ ଆମେ ମୃତ ଶରୀରକୁ ମାଟିରେ ପୋତୁଛେ ବା ଅଗ୍ନିରେ ପୋଡ଼ୁଛେ, ଏହା କାହାର ବି କାମରେ ଲାଗି ପାରୁନାହଁି। ତେଣୁ ଆସନ୍ତୁ, ଆମେ ସମସ୍ତେ ମିଶି ଏହି ‘ଆଇ ଡୋନେଶନ୍‌ ଫର୍‌ ରାଇଟ୍‌’ରେ ଶପଥ କରିବା ଯେ, ମୃତ୍ୟୁ ପରେ ଆମେ ଆମର ଚକ୍ଷୁଦାନ କରିବା ଓ ସ୍ବଚ୍ଛ ପଟଳଜନିତ ଅନ୍ଧତ୍ୱର ଦୂରୀକରଣ କରିବା। ମୃତ୍ୟୁ ପୂର୍ବରୁ ବା ପରେ ଆମେ ସମାଜ ପାଇଁ କିଛି ମହତ୍‌ କାମ କରିଯିବା। ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ଚକ୍ଷୁଦାନ କରିଯିବା ।

– ଡା. ଶୁଭବ୍ରତା ପରିଡ଼ା
– ଚକ୍ଷୁ ବିଶେଷଜ୍ଞ, କଟକ
ମୋ : ୯୯୩୭୦୪୧୫୬୦


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri