Posted inଖେଳ

ନୀରଜ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏମିତି ପ୍ରଶ୍ନ ପଚାରିଲେ ଉପସ୍ଥାପକ, ଲାଜରେ ସରି କହିବାକୁ ବାଧ୍ୟ ହେଲେ ଗୋଲଡେନ୍‌ ବୟ

ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ଜିତି ଇତିହାସ ରଚିଥିବା ଜାଭେଲିନ୍‌ ଥ୍ରୋଓର ନୀରଜ ଚୋପ୍ରା ଏବେ ଅଜବ ପ୍ରଶ୍ନସବୁର ସାମ୍ନା କରୁଛନ୍ତି। ଭାରତ ଫେରିବା ପରେ ନୀରଜଙ୍କ ଉପରେ ଖାଲି ପ୍ରଶ୍ନ ବର୍ଷା। ସବୁଠୁ ଆଶ୍ଚର୍ଯ୍ୟର କଥା ଏଥର ଯେଉଁ ପ୍ରଶ୍ନ ପଚରାଯାଇଛି ତାହା କୌଣସି ଖେଳ କିମ୍ବା ତାଲିମକୁ ନେଇ ନୁହେଁ। ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ । ଏହି ପ୍ରଶ୍ନ ଶୁଣି ନୀରଜଙ୍କ ପ୍ରଶଂସକମାନେ ମଧ୍ୟ ଚିହିଁକି ଉଠିଛନ୍ତି।

ଏକ ରେଡିଓ କାର୍ଯ୍ୟକ୍ରମରେ ନିଆଯାଇଥିବା ନୀରଜଙ୍କ ସାକ୍ଷାତକାର ଭିଡିଓ କ୍ଲିପ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ସାକ୍ଷାତକାରରେ ନୀରଜ ଏମିତି ପ୍ରଶ୍ନକୁ ଅଣଦେଖା କରିବା ସହ ସରି କହିଛନ୍ତି। ଏହି ସାକ୍ଷାତକାରରେ ଜଣାଶୁଣା ଡିଜାଇନର ତଥା ଉପସ୍ଥାପକ ରାଜୀବ ସେଠୀ ନୀରଜଙ୍କୁ ପଚାରୁଛନ୍ତି, ତୁମେ ଖେଳ ଏବଂ ସେକ୍ସ ଲାଇଫ୍‌ରେ କେମିତି ବାଲାନ୍ସ କର। ରାଜୀବଙ୍କଠାରୁ ଏପରି ପ୍ରଶ୍ନ ଶୁଣି ନୀରଜ ବାରମ୍ବାର ସରି କହୁଥିବା ନଜର ଆସିଛନ୍ତି। ତଥାପି ରାଜୀବ ନୀରଜଙ୍କୁ ସେହି ପ୍ରଶ୍ନ ଦୋହରାଉଛନ୍ତି। ଏହା ପରେ ନୀରଜ କହିଛନ୍ତି, ମୁଁ ସରି କହିବା ପରେ ଆପଣ ଏଥିରୁ କ’ଣ କିଛି ବୁଝିପାରିଲେନି। ପ୍ଲିଜ୍‌ ମୋତେ ଏ ପ୍ରଶ୍ନ ପଚାରନ୍ତୁ ନାହିଁ। ଏହା ପରେ ରାଜୀବ କହୁଛନ୍ତି, ମୁଁ ଜାଣିଛି ଏ ପ୍ରଶ୍ନ ଆପଣଙ୍କୁ ଅଖାଡୁଆ ଲାଗିବ ତଥାପି ଏହା ପଛରେ ଏକ କାରଣ ଲୁଚି ରହିଛି। ଏ ପ୍ରଶ୍ନର ଉତ୍ତର ନୀରଜଙ୍କ ପାଖରେ ନ ଥିଲା। ରାଜୀବ କହିଛନ୍ତି, ମୁଁ ଜାଣିଛି ଏ ପ୍ରଶ୍ନର ଉତ୍ତର ନୀରଜ ଦେଇପାରିବେ ନାହିଁ।

ଅନ୍ୟପକ୍ଷରେ ନୀରଜଙ୍କୁ ଏପରି ପ୍ରଶ୍ନ ପଚାରିବା ରାଜୀବଙ୍କୁ ଭାରି ପଡ଼ିଛି। ଜଣେ ୟୁଜର ଲେଖିଛନ୍ତି, ରାଜୀବ ସେଠୀ କରଣ ଜୋହରଙ୍କ ପରି ନୀରଜଙ୍କୁ ସେକ୍ସ ଲାଇଫ୍‌ ବିଷୟରେ ପଚାରୁଛନ୍ତି। ମାତ୍ର ନୀରଜ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପରି ପ୍ରଶ୍ନର ଉତ୍ତର ନ ଦେଇ ତାଙ୍କୁ ନିରାଶ କରିଦେଇଛନ୍ତି। ସେହିପରି ଆଉ ଜଣେ ୟୁଜର କହିଛନ୍ତି, ଯଦି ଜଣେ ଝିଅକୁ ଏହି ପ୍ରଶ୍ନ ପଚରାଯାଇଥାନ୍ତା ତେବେ ଏହାକୁ ଯୌନ ଶୋଷଷ କୁହାଯାଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri