ଅଗଷ୍ଟରେ ପେଟ୍ରୋଲ ଚାହିଦା ବୃଦ୍ଧି

ନୂଆଦିଲ୍ଲୀ,୨ା୯: ଅଗଷ୍ଟରେ ପେଟ୍ରୋଲ ଚାହିଦା ବୃଦ୍ଧି ଘଟିଛି। ଏହି ସମୟରେ ଡିଜେଲ ବିକ୍ରି ନିମ୍ନରେ ରହିଛି। ବର୍ତ୍ତମାନ ପେଟ୍ରୋଲ ବିକ୍ରି କୋଭିଡ୍‌ ପୂର୍ବ ସ୍ଥିତିକୁ ଫେରିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଅଗଷ୍ଟରେ ୨.୪୩ ନିୟୁତ ଟନ୍‌ ପେଟ୍ରୋଲ ବିକ୍ରି ହୋଇଛି। ଏହା ଗତ ବର୍ଷ ସମାନ ଅବଧି ତୁଳନାରେ ପ୍ରାୟ ୧୩.୬% ଊର୍ଦ୍ଧ୍ୱରେ ରହିଛି। ୨୦୧୯ ଅଗଷ୍ଟରେ ୨.୩୩ ନିୟୁତ ଟନ୍‌ ପେଟ୍ରୋଲ ବିକ୍ରି ହୋଇଥିଲା। ବର୍ତ୍ତମାନର ବିକ୍ରି ଏହା ତୁଳନାରେ ୪.୧% ଊର୍ଦ୍ଧ୍ୱରେ ରହିଛି। ଗତ ବର୍ଷ ଅଗଷ୍ଟ ତୁଳନାରେ ଡିଜେଲ ବିକ୍ରି ୧୫.୯% ଊର୍ଦ୍ଧ୍ୱରେ ରହି ୪.୯୪ ଟନ୍‌ ଛୁଇଁଛି। ମାତ୍ର ଏହା ୨୦୧୯ ଅଗଷ୍ଟ ତୁଳନାରେ ୯.୮% ନିମ୍ନରେ ରହିଛି। ଚଳିତ ବର୍ଷ ଜୁଲାଇ ତୁଳନାରେ ଅଗଷ୍ଟରେ ଡିଜେଲ ବିକ୍ରି ୯.୩% ନିମ୍ନରେ ରହିଛି। ବର୍ଷାଦିନ ଯୋଗୁ ଯାନବାହନ ଚଳପ୍ରଚଳ କମିବା ଯୋଗୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଅଗଷ୍ଟର ପ୍ରଥମ ଭାଗରେ ଡିଜେଲ ବିକ୍ରି କୋଭିଡ୍‌ ପୂର୍ବ ସ୍ଥିତି ତୁଳନାରେ ୮% ନିମ୍ନରେ ରହିଛି। କୋଭିଡ୍‌-୧୯ର ଦ୍ୱିତୀୟ ଲହର ଦେଶର ଅର୍ଥନୈତିକ କାର୍ଯ୍ୟକଳାପକୁ ପ୍ରଭାବିତ କରିଛି। ଫଳରେ ଯାନବାହନ ଚଳାଚଳ ଏହାଦ୍ୱାରା ପ୍ରଭାବିତ ହୋଇଛି। ସେହିଭଳି ବିମାନ ଇନ୍ଧନ ବ୍ୟବହାର ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଛି। ଏହା ସ୍ବାଭାବିକ ହେବାକୁ ଚଳିତ ଆର୍ଥତ୍କ ବର୍ଷ ଶେଷ ଯାଏ ସମୟ ଲାଗିପାରେ। ଏଲ୍‌ପିଜି ବ୍ୟବହାର ବଢି ୨.୩୨ ନିୟୁତ ଟନ୍‌ ଛୁଇଁଛି। ୨୦୧୯ ଅଗଷ୍ଟ ତୁଳନାରେ ଏହା ଏବେ ମଧ୍ୟ ୨.୪% ନିମ୍ନରେ ରହିଛି। ୨୦୨୦ରେ ଦେଶର ତୈଳ ଚାହିଦା ଦୈନିକ ବ୍ୟାରେଲ ପିଛା ୦.୫ ନିୟୁତ ଡଲାର ଖସିଛି। ଲକ୍‌ଡାଉନ ଯୋଗୁ ଯାନବାହନ ଚଳାଚଳ ଉପରେ ପ୍ରଭାବ ପଡିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

ପ୍ରଚେଷ୍ଟା ରହିଲେ ସଫଳତା ନିଶ୍ଚିତ ମିଳିବ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସେଣ୍ଟ ଆନ୍ସ ଇଂଗ୍ରାଜୀ ମିଡିୟମ ସ୍କୁଲର ୧୯ ତମ ବାର୍ଷିକ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ...

ପରିମଳ କର୍ମଚାରୀଙ୍କ ଅନର୍ଦ୍ଦିିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ

କବିସୂର୍ଯ୍ୟନଗର,୨୨ା୧୨(କୃପାସିନ୍ଧୁ ସ୍ୱାଇଁ): ୧୦ ମାସର ବକେୟା ଦରମା ପ୍ରଦାନ ଓ ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଦାବିନେଇ କବିସୂର୍ଯନଗର ଏନ୍‌ଏସିର ପରିମଳ କର୍ମଚାରୀମାନେ ଅନର୍ଦ୍ଦିିଷ୍ଟ କାଳ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri