ଚାଷୀଙ୍କ ଦୁଃଖ କପାଳି

ବନ୍ତ,୨।୯(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଦେଇ ୩ ନଦୀ ସାଳନ୍ଦୀ, କପାଳି ଓ ସରୁସାଗର ପ୍ରବାହିତ। ସାଳନ୍ଦୀ ବ୍ୟତୀତ ସରୁସାଗର ଓ କପାଳିକୁ ସରକାରୀ ଖାତାରେ ଅଦ୍ୟାବଧି ନଦୀର ମାନ୍ୟତା ମିଳିନାହିଁ। ପ୍ରତ୍ୟେକ ବର୍ଷ ବର୍ଷାଋତୁରେ ଏହି ୨ ନଦୀର ବନ୍ୟାପାଣିରେ ନଦୀକୂଳିଆ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କପାଳି ବନ୍ୟା ଜଳରେ ନଦୀକୂଳିଆ ଚାଷଜମି ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଏହା ନଦୀକୂଳିଆ ଚାଷୀଙ୍କ ଦୁଃଖ ପାଲଟିଛି।
କପାଳି କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରୁ ଏକ ଛୋଟ ନାଳ ରୂପେ ବାହାରି ବକ୍ର ଗତିରେ ବନ୍ତ ବ୍ଲକର ବସନ୍ତିଆ, ରାମଚନ୍ଦ୍ରପୁୁର, ବନ୍ତ, ଟିଲୋ, ଛୟାଳସିଂ, ଗଣିଜାଙ୍ଗ, ରାମକୃଷ୍ଣପୁର, ରାମପୁର ପଞ୍ଚାୟତ ଦେଇ ପ୍ରବାହିତ ହୋଇ ଧାମନଗର ବ୍ଲକର ଗେଙ୍ଗୁଟି ନଦୀରେ ବିଲୀନ ହୋଇଛି। ବକ୍ର ଗତି କାରଣରୁ ସିଧାସଳଖ ଜଳ ନିଷ୍କାସନ ହୋଇ ନ ପାରି ନଦୀର ଉଭୟ ପାର୍ଶ୍ୱକୁ ବାହାରି ଚାଷଜମିରେ ମାଡ଼ିଯାଇ ବହୁ କ୍ଷତି ଘଟାଇଥାଏ। ପ୍ରତ୍ୟେକ ବର୍ଷାଋତୁରେ ଏହି ନଦୀ ବହୁବାର କୂଳ ଲଙ୍ଘିଥାଏ। ସରକାରୀ ଭାବେ ନଦୀ ମାନ୍ୟତା ପାଇ ନ ଥିବାରୁ କ୍ଷତିଗ୍ରସ୍ତ ଚାଷୀମାନେ ସହାୟତାରୁ ବଞ୍ଚିତ ହେଉଛନ୍ତି। ବିଗତ ବର୍ଷଗୁଡ଼ିକରେ ଲଘୁଚାପ ସମୟରେ ବନ୍ୟାପାଣି ମାଡ଼ିଯାଇ ନଦୀକୂଳିଆ ଜମିର ଫସଲ ନଷ୍ଟ ହୋଇଥିଲେ ସୁଦ୍ଧା ଚାଷୀମାନେ ସହାୟତା ପାଇନାହାନ୍ତି। ସେହିପରି ନଦୀ ସଂସ୍କାର ଯୋଜନା ଏଠାରେ ବିଫଳ ହୋଇଛି। ଫଳରେ ନଦୀ ଗର୍ଭ କଳମ ବୁଦାରେ ଭର୍ତ୍ତି ହେବା ସହ ଅନେକ ସ୍ଥାନରେ ପୋତି ହୋଇଗଲାଣି। ସମସ୍ୟାର ସମାଧାନ ପାଇଁ ଏହି ୨ ନଦୀକୁ ସରକାରୀ ସ୍ତରରେ ମାନ୍ୟତା ପାଇଁ ଚାଷୀ ମହଲରେ ବାରମ୍ବାର ଦାବି ହେଉଥିଲେ ମଧ୍ୟ ବିଭାଗ କିମ୍ବା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି। ଗତ ଫାଇଲିନ ବାତ୍ୟା ସମୟରେ ସ୍ଥାନୀୟ ବିଧାୟକ କପାଳିକୁ ସରକାରୀ ଭାବେ ନଦୀର ମାନ୍ୟତା ନେଇ ପ୍ରତିଶ୍ରୁତି ଦେଇଥିଲେ। ଅଦ୍ୟାବଧି ଏହା ପ୍ରତିଶ୍ରୁତିରେ ହିଁ ରହିଯାଇଛି। ବ୍ଲକର ଚାଷୀମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଓ ସ୍ଥାନୀୟ ରାଜନେତାମାନେ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ବନିତାରାଣୀ କିସ୍କୁଙ୍କୁ ପଚାରିବାରୁ କପାଳି ନଦୀକୁ ସରକାରୀ ମାନ୍ୟତା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ରାଜ୍ୟରେ ଡାକ୍ତର ମରୁଡ଼ି : ୫୨୪୮ ପଦବୀ ପୂରଣ ପାଇଁ…

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ଡାକ୍ତର ମରୁଡ଼ି ପଡ଼ିଛି। ୬୦% ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଖାଲି ପଡିଛି। ଏ ନେଇ ଗୃହରେ ଉତ୍ତର ରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ...

ସାରା ରାଜ୍ୟକୁ ଥରାଉଛି ଶୀତ, ଜି.ଉଦୟଗିରି ସବୁଠୁ ଥଣ୍ଡା, ତାପମାତ୍ରା ରହିଛି…

ଭୁବନେଶ୍ୱର,୮ା୧୨: ରାଜ୍ୟରେ କିଛିଦିନ ହେବ ଶୀତ ଲହରି ଜାରି ରହିଛି। କନ୍ଧମାଳ ଜିଲାର ସବୁଜ ସୁନ୍ଦର ପାହାଡ଼ ପର୍ବତ ଘେରା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ୍‌...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଞ୍ଚଳରେ ସୁନା ବିସ୍କୁଟ ପ୍ରଲୋଭନ ଦେଖାଇ ପୁରୀର ଜଣେ ବ୍ୟକ୍ତିଙ୍କ ଠାରୁ ୪ ଲକ୍ଷ ଟଙ୍କାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri