Posted inଖେଳ

ଏହି ୩ କଥା ରୁଟ୍‌ଙ୍କଠାରୁ ଶିଖନ୍ତୁ କୋହଲି

ଲିଡ୍ସ,୨୭।୮: ଇଂଲଣ୍ଡ ଅଧିନାୟକ ଜୋ ରୁଟ ଲିଡସ ଟେଷ୍ଟରେ ନିଜର ସର୍ବଶ୍ରେଷ୍ଠ ଫର୍ମ ଜାରି ରଖିଛନ୍ତି। ଜୋ ରୁଟ ଲିଡ୍ସ ଟେଷ୍ଟରେ ୧୨୧ ରନ ସଂଗ୍ରହ କରି ଟେଷ୍ଟ ସିରିଜରେ କ୍ରମାଗତ ତୃତୀୟ ଶତକ ହାସଲ କରିଥିଲେ। ଶତକ ହାସଲ କରିବା ପରେ ଜୋ ରୁଟ ବ୍ୟାଟ ଉଠାଇଥିଲେ, ସେତେବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କୁ ଦେଖୁଥିଲେ। ସ୍ଲିପ୍‌ରେ ଠିଆ ହୋଇଥିବା ବିରାଟ କୋହଲିଙ୍କ ମୁହଁରେ ଖୁସି କି ଦୁଃଖ ନ ଥିଲା। ତାଙ୍କ ଆଖି ଏବଂ ମୁହଁରେ ଏକ ଗଭୀର ନୀରବତା ଥିଲା ଯାହା ହୁଏତ ତାଙ୍କ ପ୍ରଶଂସକମାନେ ମଧ୍ୟ ଅନୁଭବ କରିଥିବେ। ରୁଟ୍‌ ମାତ୍ର ୨୧ ଇନିଂସରେ ୬ ଟି ଶତକ ହାସଲ କରିଛନ୍ତି ଏବଂ କୋହଲି ଏକ ଶତକ ହାସଲ କରିବାକୁ ୫୦ ଇନିଂସ ଅତିକ୍ରମ କରିଛନ୍ତି। ଜୋ ରୁଟ ଏବେ ବିରାଟ କୋହଲିଙ୍କ ବଡ଼ ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି।
ରୁଟ୍‌ଙ୍କ ଠାରୁ ଫୁଟ୍‌ଓ୍ବାର୍କ ଶିଖନ୍ତୁ
ଜୋ ରୁଟ ପାଇଁ ଲିଡ୍ସରେ ଏକ ଶତକ ହାସଲ କରିବା ନିଶ୍ଚିତ ଭାବରେ ଟିକିଏ ସହଜ ଥିଲା ଓପନର ହାସିବ ହମିଦ ଏବଂ ରୋରି ବନର୍‌ସ ଏକ ଭଲ ଆରମ୍ଭ କରିଥିଲେ। ବଲ ଟିକେ ପୁରୁଣା ଥିଲା, ରୁଟ ଆସିବା ମାତ୍ରେ ସେଟ ହୋଇ ଖେଳିଥିଲେ କିନ୍ତୁ ଇଂଲଣ୍ଡରେ ଶତକ ସ୍କୋର କରିବାକୁ ସ୍ବତନ୍ତ୍ର ବ୍ୟାଟିଂ କରିବାକୁ ପଡିବ, ଯାହା ଇଂଲଣ୍ଡ ଅଧିନାୟକ କରିଥିଲେ। ଜୋ ରୁଟଙ୍କ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସେ ଇନିଂସ ଆରମ୍ଭରେ ବଲ ଉପରେ ଡ୍ରାଇଭ ରଖିବା ଠାରୁ ଦୂରେଇ ରହିଥିଲେ। ସେ ବଲ୍‌କୁ ବହୁତ ବିଳମ୍ବରେ ଖେଳିଥିଲେ। ଫଳରେ ସେ ସଟ୍‌ ଖେଳିଥିଲେ। ଅର୍ଥାତ୍‌ ସେ ଫ୍ରଣ୍ଟଫୁଟ୍‌ ବଲ୍‌କୁ ବ୍ୟାକ୍‌ଫୁଟ୍‌ରେ ଅଧିକ ବ୍ୟବହାର କରିଥିଲେ ଏବଂ ଏହି କାରଣରୁ ସେ ବହୁତ ବିଳମ୍ବରେ ବଲ ଖେଳିବାରେ ସକ୍ଷମ ହୋଇଥିଲେ।

ଆରମ୍ଭରୁ କଭର୍‌ ଡ୍ରାଇଭ୍‌ ନ ଖେଳନ୍ତୁ
ବିରାଟ କୋହଲିଙ୍କୁ ମଧ୍ୟ ଜୋ ରୁଟଙ୍କ ସଟ ଚୟନରୁ ବହୁତ କିଛି ଶିଖିବା ଆବଶ୍ୟକ। ଗୋଟିଏ ପଟେ ବିରାଟ କୋହଲି ଭି ଏରିଆରେ ରନ ସ୍କୋର କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ତାଙ୍କର ପ୍ରିୟ ଶଟ ହେଉଛି କଭର ଡ୍ରାଇଭ ଏବଂ ସେ କ୍ରିଜକୁ ଆସିବା ମାତ୍ରେ ଏହାକୁ ଖେଳିବାକୁ ଚେଷ୍ଟା କରୁଛନ୍ତି, ଅନ୍ୟପକ୍ଷରେ ଇଂଲଣ୍ଡ ଅଧିନାୟକ ରୁଟ ଏହାର ବିପରୀତ କାର୍ଯ୍ୟ କରୁଛନ୍ତି। ଜୋ ରୁଟ ଲିଡ୍ସରେଥାର୍ଡ ମ୍ୟାନ୍‌ଙ୍କ ଆଡକୁ ଅଧିକ ସଟ ଖେଳିଥିଲେ। ଅର୍ଥାତ୍‌ ରୁଟ ଉଇକେଟ ଆଗରେ ଅପେକ୍ଷା ଅଧିକ ରନ ସ୍କୋର କରିବାକୁ ଚେଷ୍ଟା କରିଥିଲେ।

ଆଭିମୁଖ୍ୟ ବଦଳାନ୍ତୁ
୨୦୧୪ ମସିହାରେ, ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଫ୍ଲପ ସାବ୍ୟସ୍ତ ହୋଇଥିଲେ, ସେତେବେଳେ ସେ ପ୍ରଥମେ ଭାରତ ଆସି ତାଙ୍କ ବ୍ୟାଟିଂ ଆଭିମୁଖ୍ୟରେ ପରିବର୍ତ୍ତନ କରିଥିଲେ। ୨୦୧୮ ମସିହାରେ ସେ ଇଂଲଣ୍ଡରେ ୨ ଶତକ ସ୍କୋର କରିଥିଲେ କିନ୍ତୁ ଏବେ ପୁଣି ଥରେ ବିରାଟ କୋହଲିଙ୍କ ଆଭିମୁଖ୍ୟରେ କିଛି ଅଭାବ ଦେଖାଦେଇଛି । ବୋଧହୁଏ ଏହି କାରଣରୁ ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ମଧ୍ୟ ସଚିନଙ୍କ ସହ କଥା ହେବାକୁ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri