Posted inଫୁରସତ

ହାର ମାନିଛି ବୟସ: ୮୦ ବର୍ଷରେ ବି ରାଜକିଶୋରଙ୍କ ନିହାଣ ଚଳଚଞ୍ଚଳ

ଓଡ଼ିଶାର ପାରମ୍ପରିକ କଳା କାରିଗରିରେ ଦେଶ ବିଦେଶରେ ଏକ ସ୍ବତନ୍ତ୍ର ପରିଚୟ ରହିଛି। ତେବେ କଳାକୃତି ତିଆରି କରୁଥିବା ଶିଳ୍ପୀମାନଙ୍କ ମଧ୍ୟରେ କେହି ନିଶାରେ ତ ଆଉ କେହି ବୃତ୍ତି ଭାବେ ବିଭିନ୍ନ ପ୍ରକାର କଳା କାରିଗରୀକୁ ଆପଣେଇଥାନ୍ତି। ଏମିତିରେ କାରିଗରିରେ ନିୟୋଜିତ ଶିଳ୍ପୀଙ୍କୁ ବି ରୋଜଗାର ପନ୍ଥା ମିଳିଯାଇଥାଏ। ତେବେ ଶିଳ୍ପୀମାନଙ୍କ ବିଭିନ୍ନ ପ୍ରକାର କଳାକୃତିକୁ ଦେଖିଲେ ମନରେ ନିଆରା ଆକର୍ଷଣ ସୃଷ୍ଟିହୁଏ। ତେବେ ଏମିତି ଜଣେ ଶିଳ୍ପୀ ଯେକି ବୟସର ଅପରାହ୍ନରେ ବି ସର୍ବଦା ତିଆରି କରିଆସୁଛନ୍ତି ବିଭିନ୍ନ କଳାକୃତି । ସେ ହେଲେ ରାଜକିଶୋର ସୂତାର। ବୟସ ପ୍ରାୟ ୮୦ ହେବ। କିନ୍ତୁ ସେ ଦିନରାତି ନିମଗ୍ନ ରହି କାଠ, ମାଟି ଓ ସିମେଣ୍ଟ ଆଦିରେ ତିଆରି କରନ୍ତି ବିଭିନ୍ନ ପ୍ରକାର ସୁନ୍ଦରସୁନ୍ଦର ମୂର୍ତ୍ତି । ପ୍ରାୟ ୭ଦଶନ୍ଧି ଧରି ଚାଲିଛି ତାଙ୍କର ଏହି ଶିଳ୍ପୀକାମ । ତାଙ୍କ ନିହଣମୁନର ଯାଦୁକରି ସ୍ପର୍ଶରେ ନିର୍ଜୀବ କାଠରେ ବି ହସିଉଠେ ଛୋଟଛୁଆର ଦରୋଟି ଓଠ, ପୁଣି ସେ ସୃଷ୍ଟି କରନ୍ତି ନିଆରା ଦୁନିଆର ପରିଚୟ। ତାଙ୍କ ହାତଗଢ଼ା ଅନେକ କଳାକୃତି ଅନେକ ସମୟରେ ତାଙ୍କୁ ମନେପକାନ୍ତି । ହେଲେ ଏମିତି ଶିଳ୍ପୀଙ୍କୁ ଏଯାଏ ମିଳିନାହିଁ କୌଣସି ସରକାରୀ ସ୍ବୀକୃତିପ୍ରାପ୍ତ ପୁରସ୍କାର କି ମାନପତ୍ର । କିନ୍ତୁ ସେ କୁହନ୍ତି, ଆଜିକାଲି ଅନେକ କ୍ଷେତ୍ରରେ ତୋଷାମଦିଆ ପୁରସ୍କାର କି ସମ୍ବର୍ଦ୍ଧିତ ଲାଳସାରେ କେବେ କାହାରିକୁ ଖୋସାମତ କରିନିି । କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଲିପାଟଣା ଗାଁରେ ଏକ ବଢ଼େଇ କୁଳରେ ମୋର ଜନ୍ମ। ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ଖୁସି ହେଉଥିଲି। ଘରେ ବାପା ତିଆରି କରୁଥିବା ବିଭିନ୍ନ ମୂର୍ତ୍ତି କାମକୁ ଦେଖି ଶିଖିବାକୁ ଅଭ୍ୟାସ କରୁଥିଲି। ମାତ୍ର ବିଲକୁ ଯେତେବେଳେ ଗାଈଗୋଠ ନେଇ ଯାଏ ସେଠାରେ ବଳକା ସମୟରେ ମାଟିରେ ବିଭିନ୍ନ ପ୍ରକାରର ମୂର୍ତ୍ତି ତିଆରି କରିବାରେ ମନଦେଇଥାଏ। କିନ୍ତୁ ସ୍କୁଲରେ ପଢୁଥିବାବେଳେ ଛୁଟିଦିନରେ ମାଟି ଓ ସିମେଣ୍ଟ କୁଣ୍ଡ ତିଆରି କରିବା ମତେ ଅଧିକ ପ୍ରେରଣା ଦେଇଥିଲା। ଶିକ୍ଷାଶ୍ରମରେ ଗୁରୁଙ୍କଠାରୁ ମଧ୍ୟ ଅନେକ କିଛି ଶିଖିଲି। ସେତେବେଳେ ଅରୁଆ ଶିକ୍ଷାଶ୍ରମରେ ୧୯୬୮ରେ ଏକାଦଶ ପଢିଲି। ତା’ପରେ କଟକ ଖପୁରିଆ ଆଇଟିଆଇରେ କାର୍ପେଟର ଭାବେ ତାଲିମ ପାଇଲି। ସମୟକ୍ରମେ ଜଳସମ୍ପଦ ଓ ପୂର୍ତ୍ତ ବିଭାଗରେ ଶିଳ୍ପୀ ଭାବେ ସ୍ବଳ୍ପ ବେତନରେ ଚାକିରି କଲି। ଚାକିରି ଜୀବନ ସହିତ ମୋର ଶିଳ୍ପୀକାମ ଚାଲିଥାଏ। ଏଯାଏ ଶହଶହ ସଂଖ୍ୟାରେ ମାଟିମୂର୍ତ୍ତି ଗଢିଛି, ସେହିପରି କାଠଖୋଦନ କରି ଅନେକ ମୂର୍ତ୍ତି ତିଆରି କରିଛି ଏବଂ ଓଡ଼ିଶାର ଅନେକ ସ୍ଥାନରେ ସିମେଣ୍ଟରେ ବହୁ ମୂର୍ତ୍ତି ଗଢ଼ିଛି। ମୂର୍ତ୍ତିଗୁଡ଼ିକ ମଧ୍ୟରେ ଗଛ, ଚଢ଼େଇ, ମଣିଷ ସେହିପରି ବିଭିନ୍ନ ଦେବଦେବୀଙ୍କ ମଧ୍ୟରେ ବିଶେଷକରି ଶ୍ରୀଜଗନ୍ନାଥ, ଗଣେଶ, ମା’ଦୁର୍ଗା, ଲକ୍ଷ୍ମୀ, ସରସ୍ବତୀ, କାଳୀ, ଗଜଲକ୍ଷ୍ମୀଙ୍କ ପ୍ରତିମା ଗଢିଛି। ଓଡ଼ିଶାର ବରପୁତ୍ର ଭାବେ ଦେଶ ପାଇଁ କାରଗିଲରେ ଶହୀଦ ହୋଇଥିବା ଶ୍ରୀରାମପୁର ଗ୍ରାମର ପ୍ରଶାନ୍ତ ପରିଡ଼ାଙ୍କ ସମେତ ଆଉ କେତେଜଣ ଶହୀଦଙ୍କ ପ୍ରତିମୂର୍ତ୍ତି ଗଢିଛି। ମହାପୁରଷଙ୍କ ପ୍ରତିମୂର୍ତ୍ତି ମଧ୍ୟରେ ସ୍ବାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ପ୍ରମୁଖଙ୍କ ପ୍ରତିମୂର୍ତ୍ତି ତିଆରି କରିଥାଏ। ପୌରାଣିକ ବିଷୟବସ୍ତୁକୁ ନେଇ-ରାଧାକୃଷ୍ଣ, ମୀରା, ସୀତାରାମ, ହରପାର୍ବତୀ ଆଦି ଦେବଦେବୀଙ୍କ ପ୍ରତିମା ଗଢ଼ିଛି॥ ନୂତନକରି ନିର୍ମାଣ ହୋଇଥିବା କେତେକ ସ୍ଥାନର ଜଗନ୍ନାଥମନ୍ଦିରରେ ବିଭିନ୍ନ ମୂର୍ତ୍ତି ନିର୍ମାଣ କରିଛି। ପଟଚିତ୍ର ବି ତିଆରି କରିବା ଅଭ୍ୟାସ ରହିଛି। କିନ୍ତୁ ଅଧିକ ପରିମାଣରେ କାଠରେ ବିଭିନ୍ନ ମୂତ୍ତିକୁ ତିଆରି କରିଥାଏ । ଏମିତି ମୂର୍ତ୍ତି ତିଆରିରେ ଦିନତମାମ ବିତିଯାଏ। ୨୦୦୨ରେ ଚାକିରିରୁ ଅବସର ନେଇ ଘରେ ରହୁଥିବା ବେଳେ ଏହି କଳାକାରଗିରି କାମକୁ ଚାଲୁ ରଖିଛି।
ତଥ୍ୟ- ଭାସ୍କର ରାଉତରାୟ


Enter your email to get our daily news in your inbox.

All Right Reserved By Dharitri.Com

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri