ଭାଇ ଭଉଣୀଙ୍କ ସହ ନନ୍ଦିଘୋଷରେ ଯାଆନ୍ତି ଜଗନ୍ନାଥ

ଶ୍ରୀଜଗନ୍ନାଥ ସଂସ୍କୃତିରେ ଆଦିବାସୀ ସଂସ୍କୃତିର ରହିଛି ନିବିଡ ସମ୍ପର୍କ ।
ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ଘୋଷଯାତ୍ରାରେ ଆଦିବାସୀ ପରମ୍ପରା ଓ ସଂସ୍କୃତିର ଛାପ ପ୍ରତିଫଳିତ ହୋଇଥାଏ । ବିଭିନ୍ନ ସଙ୍ଗଠନ ପକ୍ଷରୁ ବିଶ୍ୱର ସର୍ବୋଚ୍ଚ ରଥ ଭାବେ ମାନ୍ୟତା ପାଇଥିବା ନନ୍ଦିଘୋଷ ରଥରେ ଶ୍ରୀଜଗନ୍ନାଥ,ବଳଭଦ୍ର ଓ ଦେବୀ ସୁଭଦ୍ରା ମାଉସୀମା’ ମନ୍ଦିରକୁ ଯାତ୍ରା କରନ୍ତି । ୧୬ ଚକ ବିଶିଷ୍ଟ ଶ୍ରୀବଳଦେବ ଜୀଉଙ୍କ ଏହି ରଥର ଉଚ୍ଚତା ୭୨ ଫୁଟ । ଏହି ରଥକୁ ଶାଳକାଠ ବ୍ୟତୀତ ଧଉରା, ଗମ୍ଭାରି, ଶିମିଳି, ବାଉଁଶ, ଜାମୁ ଆଦି କାଠରେ ନିର୍ମାଣ କରାଯାଇଥାଏ । ରଥ ଟାଣିବା ପାଇଁ ଭୂୟାଁ ଓ ଜୁଆଙ୍ଗମାନଙ୍କ ଦ୍ୱାରା ପ୍ରସ୍ତୁତ ଶିଆଳି ଲତାର ଦଉଡି ବ୍ୟବହାର ହେଉଥିଲା । ଏବେ ଶିଆଳିି ଦଉଡି ପ୍ରସ୍ତୁତ ସମୟସାପେକ୍ଷ ଓ ବ୍ୟୟବହୁଳ ହେଉଥିବାରୁ ଏହା ସହିତ ନଡିଆ କତା ଓ ପ୍ଲାଷ୍ଟିକ ଦଉଡି ବ୍ୟବହାର କରାଯାଉଛି ।
୧୬୬୧ ମସିହାରେ କେନ୍ଦୁଝର ରାଜ୍ୟର ତତ୍କାଳୀନ ରାଜା ଲକ୍ଷ୍ମୀ ନାରାୟଣ ଭଞ୍ଜଦେବ ସ୍ବପ୍ନାଦେଶ ପାଇ ନଦୀ ପଠାରୁ ଶ୍ରୀବଳଦେବ ଜୀଉଙ୍କୁ ଆଣି ଏକ ମନ୍ଦିର ନିର୍ମାଣ କରି ସ୍ଥାପନ କଲେ । ସେହିଦିନଠାରୁ ରଥଯାତ୍ରା ପାଳନ ହୋଇଆସୁଛି। ଆଗରୁ ରଥଯାତ୍ରା ସମୟରେ ବଣପାହାଡରୁ ଆଦିବାସୀମାନେ ଆସି ଏଥିରେ ସାମିଲ ହୋଇଥାନ୍ତି ।
ରଥ ଟାଣିବା ସହ ୯ ଦିନ ବ୍ୟାପୀ ବଡ଼ଦାଣ୍ଡରେ ନାଚଗୀତ କରି ରାତି କଟାନ୍ତି ଆଉ ବାହୁଡ଼ା ପରେ ଫେରନ୍ତି।
ତତ୍କାଳୀନ କେନ୍ଦୁଝର ରାଜ୍ୟରେ ରାଜରାଜୁଡା ଶାସନର ଆରମ୍ଭ କରିଥିବା ଭୂୟାଁମାନେ ସୁଶାସନ ପାଇଁ ଜିଲାର ରାଜପୁତ୍ରଙ୍କୁ ତତ୍କାଳୀନ ମୟୂରଭଞ୍ଜ ରାଜ୍ୟରୁ ଚୋରାଇଆଣି ଏଠାରେ ଲୁଚାଇ ରଖି ବଡ଼ ହେବା ପରେ ସେମାନଙ୍କୁ ସିଂହାସନରେ ଅଧିଷ୍ଠିତ କରନ୍ତି। ଏଣୁ ରାଜରାଜୁଡା ଶାସନ ବେଳେ ଜିଲାର ପୁରାତନ ଜନଜାତି ଭୂୟାଁ ଓ ଜୁଆଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲା । ସେ ସମୟରେ ଆଦିବାସୀମାନେ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ବିଭିନ୍ନ ପ୍ରକାରର ହାତବୁଣା ଧଡିଲଗା ବସ୍ତ୍ର, ରୁଞ୍ଜ ଓ ପୋହଳା ମାଳ,ଖଡୁ,ବାଙ୍କିଆ,କୋଳା ଆଦି ପିନ୍ଧି ରଥଯାତ୍ରାରେ ସମାଗମ ହେଉଥିଲେ । ରାତି ତମାମ ଖୁସିରେ ବଡଦାଣ୍ଡରେ ନାଚଗୀତ କରି କଟାଉଥିଲେ । ଧାଙ୍ଗଡା ଓ ଧାଙ୍ଗଡି ଦଳ ଦଳ ହୋଇ ଅଣ୍ଟାକୁ ଅଣ୍ଟା ଧରି ପାରମ୍ପରିକ ଗୀତ ଗାଇ ଚାଙ୍ଗୁ ଓ ମାଦଳ ବାଦ୍ୟର ତାଳେ ତାଳେ ନାଚ କରୁଥିଲେ ।
ସେମାନେ ଜଙ୍ଗଲ ଓ ପାହାଡରୁ ସଂଗୃହୀତ ଫଳ, ଫୁଲ, କୀଟ ପତଙ୍ଗ, ପନିପରିବା ଆଦି ଆଣି ବଡ଼ଦାଣ୍ଡରେ ବିକ୍ରିବଟା କରୁଥିଲେ ା ଆଉ ଏବେ ସେସବୁ ଆଦିବାସୀ ପରମ୍ପରା ଓ ସଂସ୍କୃତି ରଥଯାତ୍ରାରେ ପରିଲକ୍ଷିତ ହୋଇପାରୁନାହିଁ ।
ସମୟରେ ଆଦିବାସୀଙ୍କ ପାରମ୍ପରିକ ଝିଙ୍କା ବିବାହ ଅନୁଷ୍ଠିତ ହୋଇଥାଏ ।
ଏହି ପ୍ରଥାରେ ସେମାନେ ନିଜପାଇଁ କନ୍ୟା ପସନ୍ଦ କରିଥାନ୍ତି ଏବଂ ପସନ୍ଦ ମୁତାବକ କନ୍ୟା ମୁଣ୍ଡରେ ସିନ୍ଦୂର ଲଗାଇ ଟାଣି ନିଅନ୍ତି ବା ଝିଙ୍କି ନିଅନ୍ତି । ତା’ ପରେ କନ୍ୟା ସଦସ୍ୟମାନେ ନୀତି ନିୟମ ମୁତାବକ ଗୋଡାଇ ଛଡାଇବାକୁ ଚେଷ୍ଟା କରିଥାନ୍ତି । ଏଭଳି ବହୁ ଆଦିବାସୀ ପରମ୍ପରା ହଜି ଗଲାଣି ବୋଲି ଗବେଷକ ଡ. ବିମ୍ବାଧର ବେହେରା କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri