ସୁରକ୍ଷିତ ରହିବ ସରକାରୀ ସମ୍ପତ୍ତି

ଅନୁଗୋଳ ଅଫିସ, ୭।୮ ଅନୁଗୋଳ ପୌରାଞ୍ଚଳରେ ଆଉ ଦେଖାଦେବନି ଜବରଦଖଲ ସମସ୍ୟା। ଏଠାରେ ଥିବା ସରକାରୀ ସମ୍ପତ୍ତି ଉନ୍ନୟନ କାର୍ଯ୍ୟ ନିମନ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। କୌଣସି ସ୍ଥାନକୁ କେହି ଅକ୍ତିଆର କରିବାକୁ ଉଦ୍ୟମ କରିବା ମାତ୍ରେ ତୁରନ୍ତ ଖବର ପହଞ୍ଚତ୍ବ ପୌରପାଳିକା ନିକଟରେ। ଏପରି କି ପ୍ରତି ମାସରେ ଡ୍ରୋନ୍‌ ମ୍ୟାପିଂ କରାଯାଇ ତାହାକୁ ମୂଳ ମ୍ୟାପ ସହ ମିଳାଇ ନିଆଯିବ। ଫଳରେ କୌଣସି ବାହୁବଳୀ କି ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ, ତୁରନ୍ତ ତାହା ପୌର ପ୍ରଶାସନ ଜାଣିପାରି ଉଚ୍ଛେଦ କରିପାରିବ। ଆସନ୍ତା ଅକ୍ଟୋବର ୨ ତାରିଖରୁ ଅନୁଗୋଳ ପୌରାଞ୍ଚଳରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ଇଣ୍ଟେଲିଜେଣ୍ଟ ଲ୍ୟାଣ୍ଡ ଇନ୍‌ଫରମେଶନ୍‌ ସିଷ୍ଟମ୍‌ ବା ଇଏଲ୍‌ଆଇସି (ଇଲିସି) ଦ୍ୱାରା ଏହା ସମ୍ଭବ ହୋଇପାରିବ। ପୌରପାଳିକା ପକ୍ଷରୁ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବା ସହ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି।
ଅନୁଗୋଳ ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଗୁରୁବାର ପୌର ପ୍ରଶାସକ ତଥା ଜିଲାପାଳଙ୍କ କାର୍ଯ୍ୟାଳୟରେ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ପୌରପାଳିକା ପକ୍ଷରୁ ଏକ କମାଣ୍ଡ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଏଥିରେ ସହରର ପ୍ରତି ଅଞ୍ଚଳର ତଥ୍ୟ ରହିବ। ପ୍ରତି ମାସରେ ସହରକୁ ଡ୍ରୋନ୍‌ ମ୍ୟାପିଂ କରାଯାଇ ଏହାର ତଥ୍ୟ, ଫଟୋକୁ କମ୍ପ୍ୟୁଟରରେ ଅପ୍‌ଲୋଡ୍‌ କରାଯିବ। ସହରର କେଉଁ ସ୍ଥାନରେ କିଛି ପରିବର୍ତ୍ତନ ହୋଇଥିଲେ ତୁରନ୍ତ ତାହା ସଫ୍ଟଓ୍ବେର ମାଧ୍ୟମରେ ଧରାପଡ଼ିଯିବ। ସେହିପରି ସହରର ଗଳିକନ୍ଦିରେ ସିସିଟିଭି କ୍ୟାମେରା ଲଗାଯିବ। ୨୦ ପୌର କର୍ମଚାରୀଙ୍କୁ ସାଟେ୍‌ଲାଇଟ ଫୋନ୍‌ ଦିଆଯିବ। ଏହି କାର୍ଯ୍ୟକ୍ରମରେ ପୌରପାଳିକା ୧୭ଟି ଲାଭ ପାଇବ। ସହରରେ ଥିବା ଖାଲିସ୍ଥାନ, ଜଳାଶୟ, ପରିମଳ ଭଳି ବ୍ୟବସ୍ଥାକୁ ପରଖା ଯାଇପାରିବ। କେଉଁ ଅଞ୍ଚଳରେ ପାଣି ଜମୁଛି, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଛି, ଜବରଦଖଲ କରାଯାଇଛି ତାହା ଜଣାପଡ଼ିବ। ସେହିପରି ସହରରେ ଥିବା କେମିକାଲ ଡିପୋ, ଖାଦ୍ୟ ଗୋଦାମ, ଲାବୋରେଟାରି ଆଦି ଉପରେ ନଜର ରଖାଯାଇପାରିବ। ଏଥିସହ ସହରର କେଉଁ ଘରୁ ରାଜସ୍ବ ଆଦାୟ ହେଉଛି, କେଉଁ ଅଞ୍ଚଳରୁ କେତେ ଅଳିଆ ସଂଗ୍ରହ କରାଯାଉଛି, ତାହାର ସମସ୍ତ ତଥ୍ୟ ଏହି ‘ଇଲିସି’ରେ ରହିବ। ପୌରାଞ୍ଚଳବାସୀ ଚାହିଁଲେ ଉକ୍ତ ତଥ୍ୟ ଇଲିସି ଆପ୍‌ କମ୍ବା ୱେବସାଇଟ୍‌ରୁ ପାଇପାରିବେ। ଏଥିରେ ଲୋକମାନେ ଅଭିଯୋଗ କରିବାର ସୁବିଧା ମଧ୍ୟ ରହିଛି। କୌଣସି ଅଭିଯୋଗ ଆସିବା ମାତ୍ରେ ବିଭିନ୍ନ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ସମସ୍ୟାର ସମାଧାନ କରିବେ। ବିଦ୍ୟୁତ୍‌, ପରିମଳ, ଟ୍ୟାକ୍ସ, ଏନ୍‌ଫୋର୍ସମେଣ୍ଟ, ରାଜସ୍ବ, ଇଞ୍ଜିନିୟରିଂ ବିଭାଗକୁ ଏଥିରେ ସାମିଲ କରାଯିବ। ଏହି କର୍ମଚାରୀମାନେ ସାଟେଲାଇଟ୍‌ ଫୋନ୍‌ ଧରି ସହରର ବିଭିନ୍ନ ସ୍ଥାନ ଅନୁଧ୍ୟାନ କରି ସମସ୍ୟା ଥିଲେ ସୂଚନା ଦେବେ। ଘଟଣା ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ସହରାଞ୍ଚଳରେ ‘ଇଲିସି’ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ସହର ସମ୍ପୂର୍ଣ୍ଣ ଭାବେ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରହିବ। ଏ ନେଇ ଟେଣ୍ଡର ଡକାଯିବାର ବ୍ୟବସ୍ଥା ହେଉଛି। ଜିଲାପାଳଙ୍କ ନିକଟରେ ସହରର ମ୍ୟାପ୍‌ ଅନୁଧ୍ୟାନ କରାଯାଇଥିବା ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।
ସୁବିଧା ପାଇବେ ସାଧାରଣ ଜନତା
ଅନୁଗୋଳ ସହରରେ ଇଣ୍ଟେଲିଜେଣ୍ଟ ଲ୍ୟାଣ୍ଡ୍‌ ଇନ୍‌ଫରମେଶନ୍‌ ସିଷ୍ଟମ୍‌ କାର୍ଯ୍ୟକାରୀ ହେବା ପରେ ଏହାର ସୁଫଳ ଜନସାଧାରଣଙ୍କୁ ମିଳିବ। ପୌରସଂସ୍ଥା ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବ। ସରକାରୀ ଜାଗା ସମେତ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ସହଜ ହେବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ
ପ୍ରଶାସନର ରାଜସ୍ବ ବୃଦ୍ଧି ହେବ
ଅନୁଗୋଳ ପୌରପାଳିକାରେ ଇଲିସି କାର୍ଯ୍ୟକ୍ରମ ଆରମ୍ଭ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ସହରାଞ୍ଚଳରେ ଜବରଦଖଲ ସମସ୍ୟାରୁ ମୁକ୍ତି ମିଳିବ। ରାଜସ୍ବ ମଧ୍ୟ ବଢ଼ିବ। ସହର ସୀମାନ୍ତରେ ରହୁଥିବା ଲୋକଙ୍କ ସମସ୍ୟା ଦୂର ହେବ।
-ଧରଣୀଧର ନାଥ, ଅବସରପ୍ରାପ୍ତ ପ୍ରଶାସକ

ଲୋକାଭିମୁଖୀ ପଦକ୍ଷେପ
ଇଣ୍ଟେଲିଜେଣ୍ଟ ଲ୍ୟାଣ୍ଡ ଇନ୍‌ଫରମେଶନ୍‌ ସିଷ୍ଟମ୍‌ ଏକ ଲୋକାଭିମୁଖୀ ପଦକ୍ଷେପ। ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ପ୍ରଶାସନ ନିକଟରେ ସମସ୍ତ ତଥ୍ୟ ରହିବ। ଜମି ଦଲାଲମାନେ ସାବାଡ୍‌ ହେବେ।ମୂଲ୍ୟବାନ ଜମି ସୁରକ୍ଷିତ ରହିବ।
– ପ୍ରଫେସର ଶାନ୍ତନୁ ସର, ଅବସରପ୍ରାପ୍ତ ଅଧ୍ୟକ୍ଷ


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri