ଅଡିଟ୍‌ ଧରିଲା ୪.୨୧ ଲକ୍ଷ ଟଙ୍କା ଆତ୍ମସାତ

ଯାଜପୁର ଅଫିସ,୬।୮: ଯାଜପୁର ଜିଲା ବଡଚଣା ବ୍ଲକ ଭରତପୁର ଓ ସାମିଆ ପଞ୍ଚାୟତର ୩ ଜଣ ପଞ୍ଚାୟତ ଏକ୍‌ଜିକ୍ୟୁଟିଭ ଅଫିସର (ପିଇଓ) ଜାଲିଆତି କରି ୪ ଲକ୍ଷ ୨୧ ହଜାର ୩୨୦ ଟଙ୍କା ସରକାରୀ ଅର୍ଥ ଆତ୍ମସାତ କରିଛନ୍ତି। ସେମାନେ ହେଲେ ଭରତପୁର ପଞ୍ଚାୟତର ତତ୍କାଳୀନ ପିଇଓ ହିମାଂଶୁ ଶେଖର ବେହେରା ଓ ସିଦିଓ ମୁଣ୍ଡରି ଏବଂ ସାମିଆ ପଞ୍ଚାୟତର ତତ୍କାଳୀନ ପିଇଓ ଜଳଧର ମହନ୍ତ। ୨୦୧୮-୧୯ ବର୍ଷର ଅଡିଟ ରିପୋର୍ଟରୁ ଏହି ଜାଲିଆତି ଧରାପଡ଼ିଛି। ବୃଦ୍ଧାବୃଦ୍ଧଙ୍କ ପାଇଁ ପେନସନ ଯୋଜନା ଓ ପଞ୍ଚାୟତ ପାଣ୍ଠିରୁ ଉକ୍ତ ଅର୍ଥ ଆତ୍ମାସାତ ହୋଇଥିବା ଜଣାପଡିଛି। ଏନେଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକାଲ ଫଣ୍ଡ ଅଡିଟ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ୨ା୮ା୨୦୨୧ରେ ପଞ୍ଚାୟତିରାଜ ଓ ପାନୀୟ ଜଳ ପ୍ରକଳ୍ପ ବିଭାଗର ପ୍ରମୁଖ ସଚିବଙ୍କୁ ସୂଚିତ କରିଛନ୍ତି। ନିକଟରେ ଯାଜପୁର ପୌରାଞ୍ଚଳରେ ୩.୫୯ ଲକ୍ଷ ଟଙ୍କା ଆତ୍ମସାତ୍‌ ଘଟଣାର ପର୍ଦ୍ଦାଫାଶ ହୋଇଥିଲା। ଏସବୁରୁ ଜିଲାର ଅନେକ ବିଭାଗରେ ଦୁର୍ନୀତି କାୟା ବିସ୍ତାର କରିଚାଲିଛି ବୋଲି ସ୍ପଷ୍ଟ ହେଉଛି। ଦୁର୍ନୀତି ପ୍ରତି ସରକାରଙ୍କ କୋହଳ ଆଭିମୁଖ୍ୟରୁ ଏସବୁ ହେଉଛି ବୋଲି ମତପ୍ରକାଶ ପାଇଛି।
ଓଡ଼ିଶା ଟ୍ରେଜେରି ସଂହିତା ଖଣ୍ଡ-୧ର ନିୟମ ୩୭ ଅନୁଯାୟୀ ସମସ୍ତ ଆର୍ଥିକ ନେଣଦେଣ ହେବା ପରେ ତାହା କ୍ୟାଶ୍‌ ବହିରେ ଲିପିବଦ୍ଧ ହେବା କଥା। ଏହାସହ ହାତରେ ରହିଥିବା ସରକାରୀ ଅର୍ଥ ତୁରନ୍ତ ବିଭାଗର ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ନିୟମ ରହିଛି। କିନ୍ତ ଭରତପୁର ଓ ସାମିଆ ପଞ୍ଚାୟତରେ ଏହାର ସମ୍ପୂର୍ଣ୍ଣ ଓଲଟା ହୋଇଛି। ୨୦୧୮-୧୯ ଅଡିଟ ରିପୋର୍ଟ ଅନୁସାରେ ଭରତପୁର ପଞ୍ଚାୟତର ତତ୍କାଳୀନ ପିଇଓ ହିମାଂଶୁ ଶେଖର ବେହେରା (ବର୍ତ୍ତମାନ ମାଣ୍ଡୁକା ପଞ୍ଚାୟତର ପିଇଓ) ଯେତେବେଳେ ଦାୟିତ୍ୱ ହସ୍ତାନ୍ତର କରିଥିଲେ ସେତେବେଳେ ତାଙ୍କ ପାଖରେ ଥିବା ପଞ୍ଚାୟତ ପାଣ୍ଠିର ୨୦,୬୨୦ ଟଙ୍କା ଜମା କରି ନ ଥିଲେ। ତାହା ଏପର୍ଯ୍ୟନ୍ତ ଜମା ହୋଇ ନାହିଁ। ଏହା ତାହାକୁ ଅଡିଟ୍‌ ରିପୋର୍ଟରେ ଆତ୍ମସାତ୍‌ ବୋଲି ଦର୍ଶାଯାଇଛି। ଅନ୍ୟ ଏକ ଅଡିଟ ରିପୋର୍ଟରେ ଭରତପୁର ପଞ୍ଚାୟତର ତତ୍କାଳୀନ ପିଇଓ ସିଦିଓ ମୁଣ୍ଡରି (ବର୍ତ୍ତମାନ କୋରେଇ ବ୍ଲକରେ କାର୍ଯ୍ୟରତ) ତାଙ୍କ ଦାୟିତ୍ୱ ହସ୍ତାନ୍ତର ସମୟରେ ବୃଦ୍ଧାବୃଦ୍ଧଙ୍କ ପେନସନ ଟଙ୍କା ବାବଦକୁ ୩,୧୦,୧୦୦ ଟଙ୍କା ଜମା କରି ନ ଥିଲେ। କ୍ୟାଶ୍‌ବୁକ୍‌ ତଦନ୍ତ ସମୟରେ ଏହା ଜଣାପଡ଼ିଥିଲା। ଏନେଇ ପଞ୍ଚାୟତିରାଜ ବିଭାଗକୁ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ସେହିପରି ସାମିଆ ପଞ୍ଚାୟତର ତତ୍କାଳୀନ ପିଇଓ ଜଳଧର ମହନ୍ତ(ବର୍ତ୍ତମାନ ସୁକିନ୍ଦା ବ୍ଲକରେ କାର୍ଯ୍ୟରତ)ବୃଦ୍ଧାବୃଦ୍ଧଙ୍କ ପେନସନ ଟଙ୍କା ବାବଦକୁ ୯୦,୬୦୦ ଟଙ୍କା ଜମା କରି ନାହାନ୍ତି । ଅଡିଟ ରିପୋର୍ଟରେ କ୍ୟାଶ୍‌ ବହି ଯାଞ୍ଚ ସମୟରେ ଏହା ଜଣାପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri