ଆଇସିସି ବିଶ୍ୱକପ୍‌: ଆଫଗାନିସ୍ତାନ- ଓ୍ବେଷ୍ଟଇଣ୍ଡିଜ ସମ୍ମାନ ଲଢ଼େଇ

ଲିଡ୍ସ,୪।୭(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ରେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଦୁଇ ଦଳ ଓ୍ବେଷ୍ଟଇଣ୍ଡିଜ ଓ ଆଫଗାନିସ୍ତାନ ସେମାନଙ୍କ ଶେଷ ଲିଗ୍‌ ମ୍ୟାଚ୍‌ରେ ଗୁରୁବାର ପରସ୍ପରକୁ ଭେଟିବେ। ଲିଡ୍ସର ହେଡିଂଲେ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଟୁର୍ନାମେଣ୍ଟର ଏହି ୪୨ତମ ମ୍ୟାଚ୍‌ରେ ଆଫଗାନିସ୍ତାନ ମନସ୍ତାତ୍ତ୍ୱିକ ଭାବେ ଆଗରେ ଥିବା ଭଳି ମନେହେଉଛି। ଆଫଗାନିସ୍ତାନ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍‌ ଖେଳି ସବୁଥିରେ ପରାସ୍ତ ହୋଇ ଖାତା ଖୋଲି ନ ପାରି ଟେବୁଲର ଦଶମ ତଥା ଅନ୍ତିମ ସ୍ଥାନରେ ରହିଛି। ସେହିପରି ଓ୍ବେଷ୍ଟଇଣ୍ଡିଜ ୮ଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ, ୬ଟି ପରାଜୟ ଓ ଗୋଟିଏ ବିନା ଫଳାଫଳ ସହ ୩ ପଏଣ୍ଟ ପାଇ ଟେବୁଲର ନବମ ସ୍ଥାନରେ ରହିଛି।
ଏହି ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଆଫଗାନିସ୍ତାନ ପ୍ରଥମ ବିଜୟ ହାସଲ କରି ସାନ୍ତ୍ୱନାମୂଳକ ବିଜୟ ସହ ସ୍ବଦେଶ ଫେରିବା ଲକ୍ଷ୍ୟରେ ରହିଛି। ଗତବର୍ଷ ହରାରେଠାରେ ଆଫଗାନିସ୍ତାନ ତାରକା ଖଚିତ ଓ୍ବେଷ୍ଟଇଣ୍ଡିଜକୁ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ଦୁଇଥର ପରାସ୍ତ କରିଛି। ସେତେବେଳେ ଓ୍ବେଷ୍ଟଇଣ୍ଡିଜ ଦଳରେ କ୍ରିସ୍‌ ଗେଲ୍‌, କାର୍ଲୋସ ବ୍ରାଥଓ୍ବେଟ୍‌ ଓ ସାଇ ହୋପଙ୍କ ଭଳି ତାରକା ଖେଳୁଥିଲେ। ଟୁର୍ନାମେଣ୍ଟରେ ସବୁ ମ୍ୟାଚ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆଫଗାନିସ୍ତାନ ଏକାଧିକ ଶକ୍ତିଶାଳୀ ଦଳକୁ ପାଣି ପିଆଇଛି। ତେଣୁ ଓ୍ବେଷ୍ଟଇଣ୍ଡିଜ ଶକ୍ତିଶାଳୀ ମନେହେଉଥିଲେ ମଧ୍ୟ ଆଫଗାନିସ୍ତାନ ବାଜି ମାରିବା ଲକ୍ଷ୍ୟରେ ରହିଛି। ଆଗଭଳି ଆଫଗାନିସ୍ତାନ ଏକ ଦୁର୍ବଳ ଦଳ ହୋଇ ରହିନାହିଁ। ଏହି ଦଳ ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଭଳି ହେଭିଓ୍ବେଟ୍‌ ଦଳଗୁଡିକୁ ସମସ୍ୟାରେ ପକାଇଛି। ଆଫଗାନିସ୍ତାନ ବିପକ୍ଷରେ ଏହି ୩ ଦଳ ବେଶ୍‌ ସଂଘର୍ଷ କରିବାର ଦେଖାଯାଇଛି। ମହମ୍ମଦ ନବୀ, ମୁଜିବ ଉର ରହମାନ ଓ ରସିଦ ଖଁାଙ୍କ ଭଳି ସ୍ପିନର ବେଶ୍‌ ପ୍ରଭାବୀ ସାବ୍ୟସ୍ତ ହୋଇଥିଲେ।
ତୃତୀୟଥର ପାଇଁ ଟୁର୍ନାମେଣ୍ଟରେ ସୋମବାର ଶ୍ରୀଲଙ୍କା ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜ ବିଜୟର ନିକଟଥର ହୋଇଥିଲେ ମଧ୍ୟ ପରାସ୍ତ ହୋଇଥିଲା। ଏହାପୂର୍ବରୁ ଅଷ୍ଟେଲିଆ ଓ ନ୍ୟୁଜିଲାଣ୍ଡ ଭଳି ଦଳ ବିପକ୍ଷରେ ମଧ୍ୟ ଓ୍ବେଷ୍ଟଇଣ୍ଡିଜ ଅଳ୍ପକେ ବିଜୟ ହାତଛଡ଼ା କରିଥିଲା। ନ୍ୟୁଜିଲାଣ୍ଡ ବିପକ୍ଷରେ କାର୍ଲୋସ ବ୍ରାଥଓ୍ବେଟ୍‌ ଧୂଆଁଧାର ବ୍ୟାଟିଂ କରି ଶତକ ହାସଲ କରିବା ପରେ ବିଜୟସୂଚକ ଛକା ମାରିବାକୁ ଯାଇ ବାଉଣ୍ଡାରିରେ ଧରା ପଡିଥିଲେ। ବିଜୟର ନିକତର ହୋଇ କେତୋଟି ମ୍ୟାଚ୍‌ରେ ଆମେ ପରାସ୍ତ ହୋଇଛୁ ଓ ଏହା ନୈରାଶ୍ୟଜନକ ଥିଲା ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ୧୯୭୫ ଓ ୧୯୭୯ରେ ବିଶ୍ୱକପ୍‌ ଟାଇଟଲ ଜିତିଥିତ୍ବା ଓ୍ବେଷ୍ଟଇଣ୍ଡିଜ୍‌ ପାକିସ୍ତାନକୁ ତା’ର ପ୍ରଥମ ମ୍ୟାଚ୍‌ରେ ୭ ଉଇକେଟରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଥିଲା। ତେବେ ଏହାପରେ ଓ୍ବେଷ୍ଟଇଣ୍ଡିଜ ଗୋଟିଏ ହେଲେ ବି ମ୍ୟାଚ୍‌ରେ ବିଜୟୀ ହୋଇ ପାରିନାହିଁ। ତେଣୁ ଅନ୍ତିମ ମ୍ୟାଚ୍‌ରେ ବିଜୟୀ ହୋଇ ଓ୍ବେଷ୍ଟଇଣ୍ଡିଜ ସାନ୍ତ୍ୱନାମୂଳକ ବିଜୟ ସହ ସ୍ବଦେଶ ଫେରିବାକୁ ଚାହିଁବ। ଆଫଗାନିସ୍ତାନ ଅଧିନାୟକ ଗୁଲବଦିନ ନାଇବ ମଧ୍ୟ ଦଳର ବିଜୟ ନେଇ ବେଶ୍‌ ଆଶାବାଦୀ ଥିତ୍ବା କଥା କହିଛନ୍ତି। ପୁଣିଥରେ ସ୍ପିନରମାନେ କମାଲ କରିବେ ଓ ଦଳକୁ ବିଜୟୀ କରାଇବେ ବୋଲି ସେ କହିଛନ୍ତି। ସେମି ଦୌଡ଼ରୁ ଦୁଇ ଦଳ ବାଦ୍‌ ପଡିସାରିଥିବାରୁ ଏହି ମ୍ୟାଚ୍‌ ଗୁରୁତ୍ୱ ହରାଇଛି। ତେବେ ବିଜୟ ସହ ଚଳିତ ବିଶ୍ୱକପ୍‌ରେ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ଦୁଇ ଦଳ ରହିଥିବାରୁ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।
ଓ୍ବେଷ୍ଟଇଣ୍ଡିଜ ଦଳ: ଜାସନ ହୋଲ୍ଡର (ଅଧିନାୟକ), କ୍ରିସ୍‌ ଗେଲ୍‌, ସାଇ ହୋପ୍‌, ଶିମରନ ହେଟମେୟର, କାର୍ଲୋସ ବ୍ରାଥଓ୍ବେଟ୍‌, ଶେଲଡନ କଟ୍ରେଲ, ଓଶେନ ଥୋମାସ, କେମର ରୋଚ, ଆଶଲେ ନର୍ସ, ନିକୋଲାସ ପୁରନ, ସୁନୀଲ ଅମ୍ବରୀଶ, ଏଭିନ ଲୁଇସ୍‌, ଶାନନ ଗାବ୍ରିଏଲ, ଡାରେନ ବ୍ରାଭୋ ଓ ଫାବିଆନ ଆଲେନ।
ଆଫଗାନିସ୍ତାନ ଦଳ: ଗୁଲବଦିନ ନାଇବ (ଅଧିନାୟକ), ସୟଦ ଅହମଦ ଶିରଜାଦ, ହଜରତୁଲ୍ଲା ଜଜାଇ, ଅସଘର ଆଫଗାନ, ରସିଦ ଖାଁ, ମହମ୍ମଦ ନବୀ, ମୁଜିବ ଉର ରହମାନ, ଦଲତ ଜଡ୍ରାନ, ନାଜିବୁଲ୍ଲା ଜଡ୍ରାନ, ହସମାତୁଲ୍ଲା ଶାହିଦୀ, ସମିଉଲ୍ଲା ଶିନ୍‌ଓ୍ବାରି, ରହମତ ଶାହ, ନୁର ଅଲି ଜଡ୍ରାନ ଓ ଇକରାମ ଅଲିଖିଲ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri