Posted inଫୁରସତ

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ: ବିପଦରେ ମହାବଳ

ଆଗାମୀ ପିଢ଼ି ମହାବଳ ହେଣ୍ଟାଳ ଶୁଣିପାରିବେ ତ? ପୃଥିବୀର ସୁନ୍ଦରତମ ହିଂସ୍ରପ୍ରାଣୀ ତାଲିକାଭୁକ୍ତ ଏହି ବନ୍ୟଜୀବର ରାଜକୀୟ ଠାଣି ଦୂରରୁ ଦେଖିବାକୁ ମିଳିବ ତ? ନା କେଇ ଦଶନ୍ଧି ମଧ୍ୟରେ ଇତିହାସ ପାଲଟିଯିବ ଭାରତର ଜାତୀୟ ପଶୁ? ଧ୍ୱଂସାଭିମୁଖୀ ଜଙ୍ଗଲ ସମ୍ପଦ, ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱତାପନର ପ୍ରତିକୂଳ ପ୍ରଭାବ ସିଧାସଳଖ ବନ୍ୟଜୀବନ ଉପରେ ପଡୁଥିବାବେଳେ ମହାବଳ ବଂଶର ଅସ୍ତିତ୍ୱକୁ ନେଇ ସୃଷ୍ଟି ହୋଇଛି ଏଭଳି ଅନେକ ପ୍ରଶ୍ନ…

ସହରୀକରଣ ପାଇଁ ଅବାଧ ଗଛକଟା, ଶିଳ୍ପାୟନରେ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ, ଅବାଧ ଶିକାର ସର୍ବୋପରି ବ୍ୟକ୍ତିଗତ ସୁଖ ପାଇଁ ପ୍ରାକୃତିକ ଆବାସସ୍ଥଳୀକୁ ଧ୍ୱଂସ କରିଦେବାର ଆଭିମୁଖ୍ୟ ବାଘବଂଶକୁ ବିପଦ ମୁହଁକୁ ଠେଲି ଦେଇଛି। ଜାତୀୟ ପଶୁର ମାନ୍ୟତା ପ୍ରଦାନ, ଏହାର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ସତ୍ତ୍ୱେ ମହାବଳ ବାଘ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ଘଟିବାରେ ଲାଗିଛି। ଏଭଳି ଧାରା ଜାରି ରହିଲେ ଆଗାମୀ କିଛି ବର୍ଷ ଭିତରେ ମହାବଳ ଇତିହାସ ପାଲଟିଯିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ।
ଓ୍ବାଲର୍‌ଡ ଓ୍ବାଇଡ୍‌ ଫଣ୍ଡ୍‌ ଫର୍‌ ନେଚର (ଡବ୍ଲ୍ୟୁଡବ୍ଲ୍ୟୁଏଫ୍‌) ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟ ଅନୁଯାୟୀ ସାରା ପୃଥିବୀରେ ଏବେ ମାତ୍ର ୩ ହଜାର ୮୯୦ ମହାବଳ ବାଘ ଜୀବିତ ରହିଛନ୍ତି। ଗ୍ଲୋବାଲ ଟାଇଗର ଫୋରମ୍‌ (ଜିଟିଏଫ୍‌)ର ତଥ୍ୟ ଅନୁଯାୟୀ ଏହି ସଂଖ୍ୟା ୩ ହଜାର ୯୦୦। ତନ୍ମଧ୍ୟରେ କେବଳ ଭାରତରେ ମହାବଳ ସଂଖ୍ୟା ୨ ହଜାର ୯୬୭। ୨୦୧୮-୧୯ ବର୍ଷରେ ଦେଶର ୨୦ ରାଜ୍ୟରେ ହୋଇଥିବା ବାଘଗଣନାରୁ ଏହି ତଥ୍ୟ ପଦାକୁ ଆସିଥିଲା। ସଂଖ୍ୟାତ୍ମକ ଅନୁପାତ ଦେଖିଲେ ପୃଥିବୀର ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ବାଘ ଭାରତର ଅଭୟାରଣ୍ୟ, ସୁନ୍ଦରବନରେ ବାସ କରୁଛନ୍ତି। ୨୦୧୬ରେ ଦେଶରେ ୧୪୧୧ ମହାବଳ ଥିବାବେଳେ ୨୦୧୮ରେ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ୨ ହଜାର ୯୬୭ରେ ପହଞ୍ଚତ୍ଛି, ଯାହା ଶୁଭସଙ୍କେତ ବୋଲି କୁହାଯାଉଛି। ତଥାପି ଅଭୟାରଣ୍ୟରେ ଶିକାରୀଙ୍କ ଦୌରାତ୍ମ୍ୟ ମହାବଳଙ୍କ ଜୀବନକୁ ସଙ୍କଟରେ ପକାଇଛି। ଜିଇଁଥିବାବେଳେ ବାଘ ଯେତିକି ଦୁର୍ମୂଲ୍ୟ, ମରିବା ପରେ ମଧ୍ୟ ସେତିକି ଦରରେ ବିକ୍ରି ହୁଏ ଏହାର ଅଙ୍ଗପ୍ରତ୍ୟଙ୍ଗ। ତେଣୁ ପୂର୍ବରୁ ଆଭିଜାତ୍ୟ ପାଇଁ ହେଉଥିବା ବାଘ ଶିକାର ଏବେ ତସ୍କରିରେ ପରିଣତ ହୋଇଛି। ଦେଶୀୟ ବଜାରରେ ବାଘ ଅଙ୍ଗପ୍ରତ୍ୟଙ୍ଗ ଲକ୍ଷାଧିକ ଟଙ୍କା ଥିବାରୁ ଶିକାରୀମାନେ ବିଭିନ୍ନ ଉପାୟରେ ଶିକାର କରୁଛନ୍ତି। ତେବେ ଅନ୍ତର୍ଜାତୀୟ ବଜାରରେ ବାଘ ଅଙ୍ଗପ୍ରତ୍ୟଙ୍ଗ ପହଞ୍ଚତ୍ବା ପରେ ଏହାର ଦର ଆକାଶଛୁଅଁା ହେଉଛି। ଏଥିରେ ବିଧିବଦ୍ଧ ଭାବେ ଏକ ଅନ୍ତର୍ଜାତୀୟ ର଼୍ୟାକେଟ କାମ କରୁଛି।
ସେହିପରି ମହାବଳ ମୁକ୍ତ ଭାବେ ବିଚରଣ କରିବାକୁ ଭଲ ପାଉଥିବା ଏକ ବନ୍ୟପ୍ରାଣୀ। ଏଥିଲାଗି ସେ ଆବଶ୍ୟକ କରେ ବିଶାଳ ଘଞ୍ଚ ଜଙ୍ଗଲ। ହେଲେ ବର୍ଦ୍ଧିତ ଜନସଂଖ୍ୟାର ଆବଶ୍ୟକତା ପୂରଣ ଲାଗି ଗତ କିଛି ଦଶନ୍ଧି ମଧ୍ୟରେ ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ହୋଇଛି। ଦେଶର ମୋଟ ଭୂଭାଗର ୩୩%ରେ ଜଙ୍ଗଲ ରହିବା ଆବଶ୍ୟକ ଥିବାବେଳେ ୨୦୧୯ ସୁଦ୍ଧା ଏହା ୨୧%କୁ ହ୍ରାସ ପାଇଲାଣି, ଯାହାର ପ୍ରଭାବ ବାଘ ସମେତ ଅନ୍ୟ ବନ୍ୟଜୀବନ ଉପରେ ପଡ଼ୁଛି। ଅନୁରୂପ ଭାବେ ଜଳବାୟୁ ପରିବର୍ତ୍ତନ ଫଳରେ ସମୁଦ୍ର ଜଳପତ୍ତନ ବୃଦ୍ଧି ଘଟିବା ଏବଂ ଏଥିରେ ବାଘଙ୍କ ଭୂସ୍ବର୍ଗ କୁହାଯାଉଥିବା ସୁନ୍ଦରବନ ଅବକ୍ଷୟ ହେବା ମହାବଳ ବଂଶ ବୃଦ୍ଧିରେ ବାଧକ ସାଜିଛି। ସଙ୍କୁଚିତ ହୋଇପଡୁଥିବା ପ୍ରାକୃତିକ ଆବାସସ୍ଥଳୀ ଖାଦ୍ୟଶୃଙ୍ଖଳକୁ ପ୍ରଭାବିତ କରୁଥିବାବେଳେ ମହାବଳ ଖାଦ୍ୟାଭାବର ଶିକାର ମଧ୍ୟ ହେଉଛନ୍ତି।

‘ସେମାନଙ୍କ ଅସ୍ତିତ୍ୱ ଆମ ହାତରେ’

ଊନବିଂଶ ଶତାବ୍ଦୀର ସତୁରି ଦଶକରେ ବହୁବିଧ ପଦକ୍ଷେପ ସତ୍ତ୍ୱେ ବାଘ ସଂଖ୍ୟାରେ ଦ୍ରୁତହ୍ରାସ ବିଶ୍ୱବ୍ୟାପୀ ଚହଳ ସୃଷ୍ଟି କରିଥିଲା। ଫଳରେ ଏହି ବିଲୁପ୍ତପ୍ରାୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ସୁରକ୍ଷା ଲାଗି ଚିନ୍ତାବ୍ୟକ୍ତ କରିଥିଲେ ବନ୍ୟପ୍ରାଣୀ ବିଶେଷଜ୍ଞ। ୨୦୧୦ରେ ରୁଷିଆର ବନ୍ଦରନଗରୀ ସେଣ୍ଟପିଟର୍ସବର୍ଗରେ ଆୟୋଜିତ ବ୍ୟାଘ୍ର ସମ୍ମେଳନରେ ବାଘ ବଂଶର ସୁରକ୍ଷା ଲାଗି ନୀତିଗତ ନିଷ୍ପତ୍ତି ହୋଇଥିଲା। ୨୦୨୨ ସୁଦ୍ଧା ବାଘବହୁଳ ରାଷ୍ଟ୍ରରେ ବ୍ୟାଘ୍ରସଂଖ୍ୟା ଦ୍ୱିଗୁଣିତ କରିବା ଲାଗି ଏଠାରେ ସହମତି ପ୍ରକାଶ ପାଇଥିଲା। ଏଥିସହ ପ୍ରତିବର୍ଷ ଜୁଲାଇ ୨୯କୁ ବାଘଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା। ବାଘବଂଶର ସୁରକ୍ଷା, ସଂରକ୍ଷଣ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୯ରେ ପାଳିତ ହେଉଛି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ଚଳିତବର୍ଷ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସର ଥିମ୍‌ ରହିଛି ‘ଦେୟାର ସର୍ଭାଇଭାଲ୍‌ ଇଜ୍‌ ଇନ୍‌ ଆଓ୍ବାର ହ୍ୟାଣ୍ଡ’ ବା ‘ସେମାନଙ୍କ ଅସ୍ତିତ୍ୱ ଆମ ହାତରେ’।
ସବୁବର୍ଷ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସକୁ ପୃଥିବୀର ବିଭିନ୍ନ ଦେଶ ଆଡମ୍ବର ସହକାରେ ପାଳନ କରିଥାଆନ୍ତି। ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଶୋଭାଯାତ୍ରା, ପ୍ରତିଯୋଗିତା ଆୟୋଜନ କରାଯାଏ। ତେବେ ଦୁଇବର୍ଷ ହେଲା କରୋନା କଟକଣା ଲାଗି ଭର୍ଚୁଆଲ ମୋଡରେ ଏହାକୁ ପାଳନ କରାଯାଉଛି। ଚଳିତବର୍ଷ ମଧ୍ୟ ବିଭିନ୍ନ ସଙ୍ଗଠନ, ବନ ବିଭାଗ ଏବଂ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ବ୍ୟାଘ୍ର ଦିବସ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ୟୁନୁସ ସରକାରଙ୍କ କ୍ଲାସ୍‌ ନେଲା ଭାରତ: ଆମେ ଅଣଦେଖା କରିପାରିବୁ ନାହିଁ…

ଢାକା,୨୬।୧୨: ବାଂଲାଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ଏବଂ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର ସମ୍ପର୍କରେ ଭାରତ ସରକାର ଏକ ବିବୃତ୍ତି ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟର...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

କେରଳରେ ଇତିହାସ ରଚିଲା ଭାଜପା: ଘଟିଲା ବଡ଼ ରାଜନୈତିକ ପରିବର୍ତ୍ତନ

ଥିରୁଭାନନ୍ତପୁରମ୍‌,୨୬।୧୨: କେରଳରେ ଭାଜପା ଇତିହାସ ସୃଷ୍ଟି କରିଛି। ଶୁକ୍ରବାର ଭାଜପା ନେତା ଭିଭି ରାଜେଶ ତିରୁଭାନନ୍ତପୁରମର ମେୟର ଭାବରେ ଶପଥ ଗ୍ରହଣ କରି ରାଜ୍ୟ ରାଜନୀତିରେ...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri