ଖୋଲିଲା ସ୍କୁଲ: ଆଜିଠୁ ଶ୍ରେଣୀକକ୍ଷରେ ପାଠପଢ଼ା

ପୁରୀ ଅଫିସ,୨୬।୭: ରାଜ୍ୟରେ ସୋମବାରଠାରୁ ଦଶମଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ବିଦ୍ୟାଳୟ ଖୋଲିଲା। କରୋନା ସଂକ୍ରମଣ ଯୋଗୁ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିଥିଲା। ସଂକ୍ରମଣ ଆଶିଂକ ଭାବେ କମିବା ପରେ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ ସହ ପିଲାଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି। ପୁରୀ ଜିଲାରେ ବିଦ୍ୟାଳୟ ଖୋଲିବା ନେଇ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଶ୍ରେଣୀକକ୍ଷରେ ସାମାଜିକ ଦୂରତା ରକ୍ଷା, ସମସ୍ତ ଛାତ୍ରୀଛାତ୍ରଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ, ଶ୍ରେଣୀକକ୍ଷ ସାନିଟାଇଜେଶନ୍‌ ଭଳି ପଦକ୍ଷେପ ନିଆଯାଇଛି। ଜିଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ଗତ ୫ଦିନ ଧରି ବିଭିନ୍ନ ବ୍ଲକ୍‌ର ବିଦ୍ୟାଳୟ ବୁଲି ସ୍ଥିତି ସମୀକ୍ଷା କରିବା ସହ କୋଭିଡ୍‌ ଗାଇଡ୍‌ଲାଇନ୍‌ ଆଧାରରେ ପାଠପଢ଼ା ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟସ୍ତରୀୟ ଟିମ୍‌ର ନୋଡାଲ୍‌ ଅଫିସରମାନେ ପୁରୀ ଜିଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଶିକ୍ଷକ ଓ ଶିକ୍ଷାଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗ୍ରାମାଞ୍ଚଳର ବିଦ୍ୟାଳୟରେ ଛାତ୍ରୀଛାତ୍ର କିପରି ମାସ୍କ ପାଇପାରିବେ ସେ ନେଇ ପ୍ରଚେଷ୍ଟା ହେଉଛି। ରବିବାର ପୁରୀ ଜିଲା ସ୍କୁଲ, ବିଶ୍ୱମ୍ଭର ବିଦ୍ୟାପୀଠ ଭୋଳାନାଥ ବିଦ୍ୟାପୀଠ ପ୍ରଭୃତି ବିଦ୍ୟାଳୟରେ ଶ୍ରେଣୀଗୃହ ସାନିଟାଇଜେଶନ କାର୍ଯ୍ୟ ସରିଛି। ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ବିଦ୍ୟାଳୟରେ ସାନିଟାଇଜେଶନ୍‌ ଓ ମାସ୍କ ବଣ୍ଟନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଅନ୍ୟପକ୍ଷରେ ଅଭିଭାବକମାନେ ନିଜ ପିଲାଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ପ୍ରସ୍ତୁତ ଥିଲେ ମଧ୍ୟ କିଭଳି କୋଭିଡ୍‌ କଟକଣା ଆଧାରରେ କ୍ଲାସ୍‌ ହେବ ଓ ପିଲାମାନେ ସୁସ୍ଥ ରହିବେ ସେନେଇ ଚିନ୍ତା ପ୍ରକଟ କରିଛନ୍ତି। ଅଭିଭାବକ ଶାନ୍ତନୁ ମିଶ୍ର କହିଛନ୍ତି, କୋଭିଡ୍‌ ସମୟରେ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ପିଲାଙ୍କୁ ସ୍କୁଲ ପଠାଇବାକୁ ଆମେ ପ୍ରସ୍ତୁତ। ମାତ୍ର ବିଦ୍ୟାଳୟରେ କୋଭିଡ୍‌ କଟକଣା ପାଳନ ହେଉଛି କି ନାହିଁ ତାହା ପ୍ରଶାସନ ନିଶ୍ଚିତ କରିବା ଜରୁରୀ। ଅନ୍ୟପକ୍ଷରେ ପୁରୀ ଜିଲା ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର କହିଛନ୍ତି, ଶିକ୍ଷାଦାନ ସହ କୋଭିଡ୍‌ କଟକଣା ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଶେଷ ଧ୍ୟାନ ଦେବେ। ଛାତ୍ରୀଛାତ୍ରଙ୍କ ସ୍ବାସ୍ଥ୍ୟ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସେହିପରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ହୋଇଛି ଓ ପିଲାମାନେ ବିନା ଦ୍ୱିଧାରେ ବିଦ୍ୟାଳୟକୁ ଆସନ୍ତୁ ବୋଲି ଜିଲା ଶିକ୍ଷା ଅଧିକାରୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଭୋଟ ଦେଲେ ୧୦୩ ବର୍ଷୀୟା ବୃଦ୍ଧା ଅନ୍ନପୂର୍ଣ୍ଣା

କୋରାପୁଟ,୬।୫(ଅମିତାଭ ବେହେରା): ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ହୋମ ଭୋଟିଂ (ଘରେ ମତଦାନ)। ବରିଷ୍ଠ ନାଗରିକ, ଭିନ୍ନକ୍ଷମମାନେ ମତଦାନ କେନ୍ଦ୍ରକୁ ନ...

ବିନା କାଗଜପତ୍ରରେ ଚାଲିଛି ଏକାଧିକ ଖାଦାନ

କୋରେଇ,୬।୫( ଚନ୍ଦ୍ରକାନ୍ତ ପତି): ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ବିଭିନ୍ନ ବାଲି ଖାଦାନରୁ ଦୀର୍ଘ ଦିନ ହେବ ବ୍ୟବସାୟୀମାନେ ବିପୁଳ ମାତ୍ରାରେ...

ଜହର ପାଲଟିଛି ଜିଲାର ୭ ନଦୀ, ନାଳର ଜଳ

କେନ୍ଦ୍ରାପଡ଼ା, ୬।୫ (ଜଗନ୍ନାଥ ଧଳ); ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାର ପୂର୍ବପାର୍ଶ୍ୱରେ ବଙ୍ଗୋପସାଗର ଥିବାବେଳେ ଅନ୍ୟ ୩ ପାର୍ଶ୍ୱ ଜିଲାରେ ୪ ଜିଲାର ଶିଳ୍ପାଞ୍ଚଳ ରହିଛି। ଜଗତ୍‌ସିଂହପୁର,...

ଅସହ୍ୟ ଗୁୁଳୁଗୁଳି ସାଙ୍ଗକୁ ଅଘୋଷିତ ବିଦ୍ୟୁତ୍‌ କାଟ

କାଏମା,୫ା୫(ଶିବପ୍ରସାଦ ମହାନ୍ତି): ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ଗ୍ରୀଷ୍ମ ପ୍ରବାହ ବେଳେ କଷ୍ଟଦାୟକ ହୋଇଛି ା ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ଏପରି ସମସ୍ୟା...

ଯାଜପୁର ରୋଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯାଜପୁରରୋଡ଼,୬।୫(ପବିତ୍ର ରଞ୍ଜନ ମହାନ୍ତି): କ୍ରମବର୍ଦ୍ଧିଷ୍ଣୁ ଯାଜପୁରରୋଡ଼ ସହରର ଅଭିବୃଦ୍ଧି ଦିନକୁ ଦିନ ଘଟୁଛି। ଏଥିଯୋଗୁ ସହରର ଟ୍ରାଫିକ ବ୍ୟବସ୍ଥା ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି।...

ନିର୍ବାଚନ ପୂର୍ବରୁ ଜୋରଧରିଲା ଜଳସେଚନ ସମସ୍ୟା

ପଟ୍ଟାମୁଣ୍ଡାଇ, ୬।୫(କଳ୍ପତରୁ ନାୟକ): ମୁଣ୍ଡ ଉପରେ ୨୦୨୪ ଲୋକ ସଭା ଓ ବିଧାନସଭା ନିର୍ବାଚନ। ଭୋଟରମାନଙ୍କୁ ନିଜ ସପକ୍ଷରେ ଆଣିବାକୁ ବିଭିନ୍ନ ରାଜନୈତିକ ଦଳ ଭରପୂର...

ଧାନ କୁଇଣ୍ଟାଲ ୩୫୦୦, କୃଷକଙ୍କୁ ୫୦୦୦ ଟଙ୍କା ଭତ୍ତା ଦିଅ, ନବ ନିର୍ମାଣ କୃଷକ ସଙ୍ଗଠନର ଦାବି

ତିର୍ତ୍ତୋଲ, ୬।୫ (ଗୌରାଙ୍ଗ ଚରଣ ସ୍ବାଇଁ): ତିର୍ତ୍ତୋଲ ସରଣୀ ଛକ ନିକଟ ଆନନ୍ଦ ମଣ୍ଡପ ପରିସରରେ ରବିବାର ନବ ନିର୍ମାଣ କୃଷକ ସଙ୍ଗଠନର ଏକ ବୈଠକ...

ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ କିଏ: ଜୟଶଙ୍କର କହିଲେ ଏମିତି କଥା…

ସମ୍ବଲପୁର, ୬ା୫(ଭବାନୀ ଶଙ୍କର ଭୋଇ):ଭାଷା ସାହିତ୍ୟ, ସଂସ୍କୃତି, ଇତିହାସ ସହ ଓଡ଼ିଆ ଅସ୍ମିତାକୁ ନେଇ ଓଡ଼ିଶାର ପରିଚୟ। ପ୍ରାକୃତିକ ସମ୍ବଳରେ ଭରା ଏକ ସମୃଦ୍ଧ ରାଜ୍ୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri