Posted inଖେଳ

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ ଜଡ଼ିତ କିଛି ମଜାଦାର କଥା ସୌରଭ ଏକାଧିକ ଥର ଅନ୍ୟକୁ ଜଣାଇଛନ୍ତି। ଉପରକୁ ସରଳ ଏବଂ ଶାନ୍ତ ଜଣାପଡ଼ୁଥିବା ସଚିନ ବାସ୍ତବରେ କେତେ ଦୁଷ୍ଟ ଥିଲେ ତାହା ଏକ ସାକ୍ଷାତକାରରେ ସୌରଭ କହିଥିଲେ।ଏକଦା ସଚିନ ତାଙ୍କ କୋଠରୀରେ କିଭଳି ପାଣି ଭର୍ତ୍ତି କରିଦେଇଥିଲେ। ଏପରିକି ମ୍ୟାଚ୍‌ ହାରିବା ପରେ କାନ୍ଦିଥିବା ସୌରଭ କହିଥିଲେ।

ସାମ୍ବାଦିକ ସୌରଭ କପୁର ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଗାଙ୍ଗୁଲୀଙ୍କ ସାକ୍ଷାତକାରର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ଗାଙ୍ଗୁଲୀ କହିଥିଲେ, ସେତେବେଳେ ମୁଁ ୧୪ ବର୍ଷର ଥିଲି। ଇନ୍ଦୋରରେ ଜାତୀୟସ୍ତରର କ୍ୟାମ୍ପ ଥିଲା। ବାସୁ ସାର୍‌ ସମସ୍ତଙ୍କୁ ବହୁତ ଦୌଡ଼ାନ୍ତି। ଆମେ ଥକି ଯାଇଥିଲୁ। ମୁଁ ଅପରାହ୍ନରେ ଶୋଇଯାଇଥିଲି। ରବିବାର ଛୁଟି ଥିଲା। ମୁଁ ଓ ମୋ ବନ୍ଧୁ ଶୋଇଥିଲୁ। ୫ଟାରେ ନିଦ ଖୋଲିବା ପରେ ପୁରା କୋଠରୀରେ ପାଣି ଭର୍ତ୍ତି ହୋଇଯାଇଥିବା ଦେଖିବାକୁ ପାଇଥିଲୁ। ସୁଟ୍‌କେସ୍‌ ଓ ଚପଲ ଆଦି ପାଣିରେ ଭାସୁଥିଲେ। ଆମକୁ ପାଇପ୍‌ ଫାଟିଯାଇଥିବା ଭଳି ଲାଗିଥିଲା। ହେଲେ ବାଥରୁମ୍‌ ଶୁଖିଲା ଥିଲା। କବାଟ ଖୋଲିବା ପରେ ସଚିନ ଏବଂ ବିନୋଦ କାମ୍ପଲୀ ଫାଟକ ପାଖରେ ଛିଡ଼ା ହୋଇଥିବା ଦେଖିଥିଲି। ଟେନିସ ଖେଳିବାକୁ ଚାଲ ବୋଲି ସେମାନେ କହିଥିଲେ। କବାଟ କାହିଁକି ଠକ୍‌ଠକ୍‌ କଲନାହିଁ ବୋଲି ମୁଁ ପଚାରିଥିଲି। ପରେ ସାରା ଘଟଣା ସ୍ପଷ୍ଟ ହୋଇଥିଲା।

୧୯୯୬-୯୭ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଭାରତ ହାରି ଯାଇଥିଲା। ୧୨୦ ରନ୍‌ ଆମେ କରିପାରି ନ ଥିଲୁ। ହାରିବା ପରେ ସଚିନ ରାଗିଯାଇଥିଲେ। ମୁଁ ପ୍ରଥମ ଥର ସଚିନଙ୍କୁ ଡ୍ରେସିଂ ରୁମ୍‌ରେ କାନ୍ଦିବା ଦେଖିଥିଲି। ପରେ ସବୁତକ ରାଗ ସେ ମୋ ଉପରେ ଶୁଝାଇଥିଲେ। ରନ୍‌ କରିବାକୁ ଚାହୁଁଛ ଯଦି କାଲିଠାରୁ ମୋ ସହ ଦୌଡ଼। ମୋ ସହ ଟିମ୍‌ରେ ରହିବାକୁ ଚାହୁଁଥିଲେ ଏପରି କରିବାକୁ ପଡ଼ିବ। ଅଧିନାୟକଙ୍କୁ ରାଗ ଲାଗିବା ଠିକ୍‌ ବୋଲି ଗାଙ୍ଗୁଲିଙ୍କୁ ସଚିନ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାଥୀ କ୍ରିକେଟର୍‌ଙ୍କ ଭଉଣୀଙ୍କୁ ମନ ଦେଇ ବସିଥିଲେ ହିଟ୍‌ମ୍ୟାନ୍‌

ଭାରତୀୟ କ୍ରିକେଟ ଦଳର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ମୁମ୍ବାଇର ଏହି ବିସ୍ଫୋରକ ବ୍ୟାଟମ୍ୟାନ୍‌ ଅନେକ ରେକର୍ଡ ହାସଲ କରିଚନ୍ତି।...

କେକେଆର ବୋଲର ପ୍ରଭାବୀ

କୋଲକାତା,୩୦ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲର ପ୍ରଭାବୀ ବୋଲିଂ କରିଛନ୍ତି। ବରୁନ ଚକ୍ରବର୍ତ୍ତୀଙ୍କ ୩/୧୬...

ଇଂଲଣ୍ଡକୁ ହରାଇ କ୍ୱାର୍ଟରରେ ଭାରତ

ଚେଙ୍ଗଡୁ,୩୦ା୪(ପି.ଟି.): ଥୋମାସ୍‌ କପ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡକୁ ଏକପାଖିଆ ୫-୦ରେ ପରାସ୍ତ କରିବା ସହ ଗ୍ରୁପ୍‌...

୨୨ ଜଣିଆ ଓଡ଼ିଶା ମହିଳା ଦଳ ଘୋଷଣା

ଭୁବନେଶ୍ୱର,୩୦ା୪, (ସରୋଜ ଜେନା): ରାଜମାତା ଜିଜାବାଈ ଫୁଟବଲ ଟୁର୍ନାମେଣ୍ଟ ପାଇଁ ୨୨ ଜଣିଆ ଓଡ଼ିଶା ମହିଳା ଫୁଟବଲ ଦଳ ସୋମବାର ଘୋଷଣା କରାଯାଇଛି। ମେ ୧ରୁ...

କ୍ରିକେଟର ହେବେ ଅବରାମ! ଦେଖାଇଲେ ପ୍ରଥମ ଝଲକ

ନୂଆଦିଲ୍ଲୀ,୨୯।୪: କୋଲକାତା ନାଇଟ ରାଇଡର୍ସ ଆଇପିଏଲ ୨୦୨୪ ର ୪୭ ତମ ମ୍ୟାଚ ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଏହି ମ୍ୟାଚ କୋଲକାତାର ଇଡେନ...

ଆଇପିଏଲ୍‌ ମଝିରେ ଆମେରିକା ଯିବ ଭାରତୀୟ ଟିମ୍‌!

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ ପରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଆଇପିଏଲର ଫାଇନାଲ ମେ ୨୬ ଖେଳାଯିବ। ଏହାର ୫ ଦିନ ପରେ ଅର୍ଥାତ୍‌ ଜୁନ୍‌...

ଏହି ଦିନ ହୋଇପାରେ ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୯।୪: ଜୁନ ୧ ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୪ ପାଇଁ ଦଳ ଘୋଷଣା କରିଥିବା ନ୍ୟୁଜିଲାଣ୍ଡ ହେଉଛି ପ୍ରଥମ...

ଏବି ଡି ଭିଲିୟର୍ସଙ୍କ ‘ମହାରେକର୍ଡ’ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ବିରାଟ କୋହଲି ଏକ ଚମତ୍କାର ଇନିଂସ ଖେଳିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପୂର୍ବତନ ଅଧିନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri