ଡିକିରୁ ମିଳିଲା ୨ଲକ୍ଷ, ପୋଲିସ ଏସ୍‌ଆଇ ଦେଇ ପାରିଲେନି ଉତ୍ତର

ଗୋଲାମୁଣ୍ଡା,୨୧।୭(ଡି.ଏନ୍‌.ଏ.): ଭିଜିଲାନ୍ସ ଜାଲରେ ପୋଲିସ ସବ୍‌ ଇନ୍ସପେକ୍ଟର। କଳାହାଣ୍ଡି ଜିଲା ଗୋଳାମୁଣ୍ଡା ଏସ୍‌ଆଇ ଉଗ୍ରସେନ ପଟେଲଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକ ରଖି ପଚରାଉଚୁରା କରୁଛନ୍ତି।

ମିଳିଥିବା ସୂଚନା ମୁତାବକ, ଗୋଲାମୁଣ୍ଡାସ୍ଥିତ ଏକ ଚା ଦୋକାନରେ ଏସ୍‌ଆଇ ଉଗ୍ରସେନ ଚା’ ପିଉଥିଲେ। ସେତିକିବେଳେ ଏକ ଭିଜିଲାନ୍ସର ଏକ ଟିମ୍‌ ଚା’ ଦୋକାନରେ ପହଞ୍ଚି ଏସ୍‌ଆଇ ଉଗ୍ରସେନଙ୍କୁ କାବୁକରି ନେଇଥିଲେ। ଅଧିକାରୀମାନେ ଯାଞ୍ଚ ବେଳେ ତାଙ୍କ ବାଇକ୍‌ ଡିକିରୁ ୨ଲକ୍ଷ ଟଙ୍କା ମିଳିଥିଲା। ପରେ ଅଧିକାରୀମାନେ ଏସ୍‌ଆଇ ଉଗ୍ରସେନଙ୍କୁ ଗୋଲାମୁଣ୍ଡା ଥାନାକୁ ନେଇ ପଚରାଉଚୁରା କରିଥିଲେ। ହେଲେ ଏସ୍‌ଆଇ ଉଗ୍ରସେନ ଟଙ୍କା ବିଷୟରେ କୌଣସି ଉତ୍ତର ଦେଇପାରି ନ ଥିଲେ। ପରେ ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯାଳୟକୁ ନିଆଯାଇଥିଲା।

ଏପରି କି, ଭିଜିଲାନ୍ସ ଟିମ୍‌ ତାଙ୍କ ପୈତୃକ ବାସଭନ ବଲାଙ୍ଗୀର ଜିଲା ସଇଁତଲା ଥାନା ଡଙ୍ଗରମୁଣ୍ଡା ଗାଁରେ ଚଢାଉ ଜାରି ରଖିଛି । ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗଙ୍କ ନେତୃତ୍ୱରେ ଅଜିତ ପାଢୀ, ମାଳକାନଗିରି ଡିଏସ୍‌ପି ଶୁସାନ୍ତ କୁମାର ବିଶ୍ବାଳ, ନୂଆପଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା, କଳାହାଣ୍ଡି ଡିଏସ୍‌ପି ସତ୍ୟବାନ ମହାନନ୍ଦ, ପ୍ରମିଳା ସୁନାନୀ ପ୍ରମୁଖ ଏହି ଚଢାଉ ଟିମ୍‌ରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଜଭୁତ ହେଉଛି ବିଜେଡି: ମିଶ୍ରଣ ପର୍ବରେ କଂଗ୍ରେସର ଅନେକ କର୍ମୀ ଦଳରେ ସାମିଲ

ଦାରିଙ୍ଗବାଡି, ୮।୫ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବିଜେଡି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବ୍ଲକ କିରିକୁଟି ପଞ୍ଚାୟତ...

ଲାଇଭ୍‌ ମ୍ୟାଚ୍‌ରେ ସଞ୍ଜୁଙ୍କ ସହ ହେଲା ଧୋକା!ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୮।୫: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନ ଏକ ଚମତ୍କାର ଇନିଂସ ଖେଳିଥିଲେ। ତେବେ ସଞ୍ଜୁ ରାଜସ୍ଥାନକୁ ନିଜ...

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ରାସ୍ତା ପାର୍‌ ହେବାବେଳେ ଘୋଷାଡି ନେଲା ଟ୍ରକ୍‌: ଚାଲିଗଲା ୨ ଜୀବନ

ଭୁବନେଶ୍ୱର,୮।୫:ରାଜଧାନୀ ଭୁବନେଶ୍ୱରରେ ବୁଧବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍‌ ବେଳେ ୨ ଜଣଙ୍କୁ ଘୋଷାଡ଼ି ନେଇଛି ଟ୍ରକ। ଫଳରେ ଘଟଣାସ୍ଥଳରେ...

ଏହି କଥା କହି ଭାବପ୍ରବଣ ହୋଇଗଲେ ପାଣ୍ଡିଆନ୍‌

ଭୁବନେଶ୍ୱର,୮।୫: ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବୁଧବାର ଭୋରରୁ ଏକ ପ୍ରେସ୍‌ମିଟ୍‌ ଡକାଇଛନ୍ତି। ଏହି ପ୍ରେସ୍‌ମିଟ୍‌ରେ ସେ ବିରୋଧୀଙ୍କୁ ଟାର୍ଗେଟ୍‌ କରିଛନ୍ତି।...

ରାତି ନ ପାହୁଣୁ ପ୍ରେସ୍‌ମିଟ୍‌ ଡକାଇଲେ କାର୍ତ୍ତିକ ପାଣ୍ଡିଆନ୍‌: କହିଲେ ଏସବୁ କଥା…

ଭୁବନେଶ୍ୱର,୮।୫: ଆଗାମୀ ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଗୋଟିଏ ପଟେ ଭାଜପାର ହେଭିଓ୍ବେଟ୍‌ ନେତା ଓଡ଼ିଶାରେ ଘନ ଘନ ପ୍ରଚାର କରୁଥିବାବେଳେ ବିଜେଡି...

ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ, ଛତିଶଗଡ ମୁଖ୍ୟମନ୍ତ୍ରୀ, ଏହି ସବୁ ଜିଲାରେ କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୮।୫: ଆଜି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଗସ୍ତ ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଭବାନୀପାଟଣା ଏବଂ ତା’ ପରେ ରାୟଗଡା ଭାଜପା...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହାପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri