୩ ପିଲାଙ୍କୁ ଅନାଥ କଲା କାମଳ ରୋଗ

ରସୁଲପୁର,୧୯ା୭(ଡି.ଏନ.ଏ.): ରସୁଲପୁର ବ୍ଲକ ପହଁଗା ପଞ୍ଚାୟତରେ କାମଳ ରୋଗ ୨ ଜଣଙ୍କ ଜୀବନ ନେଇଛି। ଗୋଟିଏ ପରିବାରର ଦମ୍ପତି ଏହି ରୋଗରେ ଆରପାରିକୁ ଚାଲିଯାଇଛନ୍ତି। ୫ବର୍ଷ ପୂର୍ବେ ସ୍ତ୍ରୀ ସରାଗୀ ଦଳାଇ ଉକ୍ତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ସ୍ବାମୀ ଶରତ ୧୫ ଦିନ ତଳେ ଆରପାରିକୁ ଚାଲି ଯାଇଛନ୍ତି। ଫଳରେ ସେମାନଙ୍କ ପୁଅ ପୀତବାସ (୧୭), ଝିଅ ସୁପ୍ରିୟା (୧୪) ଓ ସୁଲଗ୍ନା (୧୩) ଅନାଥ ହୋଇପଡ଼ିଛନ୍ତି। ଏହି ଅନାଥ ପିଲାଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରିବାକୁ ଦାବି ହେଉଛି। ଏକଥା ଜାଣିବା ପରେ ଯାଜପୁର ଜିଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଅଂଶୁମାନ ଟ୍ରଷ୍ଟ ପକ୍ଷରୁ ଉକ୍ତ ପିଲାଙ୍କୁ ୧୦ ହଜାର ଟଙ୍କା ଓ ରାଶନ ସାମଗ୍ରୀ ପ୍ରଦାନ କରାଯାଇଛି। ଟ୍ରଷ୍ଟ ସମ୍ପାଦକ ହିମାଂଶୁ ଶେଖର ସାହୁ ପିଲାମାନଙ୍କୁ ଭେଟି ଉକ୍ତ ସହାୟତା ପ୍ରଦାନ କରିଛନ୍ତି।
ଶରତ ଯାଜପୁର ରୋଡ୍‌ ରେଲୱେ ଷ୍ଟେଶନରେ କୁଲି କାମ କରି ପରିବାର ପ୍ରତିପୋଷଣ କରୁଥିଲେ। ଉକ୍ତ ପରିବାର ଭୂମିହୀନ ହୋଇଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିକ ଛଡ଼ା ଆଉ କିଛିନାହିଁ। ଶରତ ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ସେଥିରୁ କିଛି ଅର୍ଥ ସଞ୍ଚୟ କରି ୩ ପିଲାଙ୍କୁ ପାଠ ପଢ଼ାଇବାରେ ଖର୍ଚ୍ଚ କରନ୍ତି। ପିଲାମାନେ ପାଠପଢ଼ି ରୋଜଗାରକ୍ଷମ ହେବେ ବୋଲି ଶରତଙ୍କ ଆଶାଥିଲା। ମାତ୍ର ସେ ଆଶା ଅଧୁରା ରହିଗଲା। ପୀତବାସ ଏବେ ଶଙ୍ଖଚିଲାସ୍ଥିତ ମା’ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ କଲେଜରେ ଯୁକ୍ତ ୨ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ସୁପ୍ରିୟା ଓ ସୁଲଗ୍ନା ରାଛିପୁର ପଞ୍ଚାୟତର ଯୁଝୁପଦା ହାଇସ୍କୁଲରେ ଦଶମ ଓ ନବମ ଶ୍ରେଣୀରେ ପଢୁଛନ୍ତି। ମା’ବାପା ଚାଲିଗଲା ପରେ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି। ପିଲାମାନେ ରୋଜଗାରକ୍ଷମ ନୁହନ୍ତି। ଏଭଳି ସ୍ଥିତିରେ ସେମାନେ କିପରି ଦୈନନ୍ଦିନ ଜୀବନ ନିର୍ବାହ କରିବେ ତା’ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ବିଡିଓ ଉମାକାନ୍ତ ପରିଡ଼ା କହିଛନ୍ତି, ବ୍ଲକ ସମାଜ ମଙ୍ଗଳ ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେ ତଦନ୍ତ ରିପୋର୍ଟ ଦେଲାପରେ ପିଲାମାନଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri