କୋର୍ଟରେ ଗଡୁଛି ୨୧ ହଜାର ମାମଲା

କେନ୍ଦ୍ରାପଡ଼ା ଅଫିସ,୫।୭: କରୋନା କେନ୍ଦ୍ରାପଡ଼ା ଜିଲାବାସୀଙ୍କ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି। ପ୍ରାୟ ଦେଢ଼ବର୍ଷ ଧରି ପ୍ରବାସୀ ଜିଲାକୁ ଫେରି କର୍ମନିଯୁକ୍ତି ସମସ୍ୟାରେ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ସାମୂହିକ ସମସ୍ୟାର ସମାଧାନ ପାଉନାହାନ୍ତି। ଏଥିସହ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେଉ ନ ଥିବାରୁ ପାରିବାରିକ ଅଶାନ୍ତି ବଢ଼ୁଛି। ସମସ୍ୟାର ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ହେଉଥିଲା। ଜନଶୁଣାଣି ମାଧ୍ୟମରେ ସାମୂହିକ ସହ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେଉଥିଲା। ତେବେ ୨୦୨୦ରେ ଲକ୍‌ ଡାଉନ ଆରମ୍ଭ ପରଠାରୁ ଏହା ବନ୍ଦ ରହିଛି। କରୋନା ପାଇଁ ପ୍ରଶାସନିକ ଅଧିକାରୀ କାର୍ଯ୍ୟାଳୟରେ ରହୁ ନ ଥିବାରୁ ଗୁହାରି କାହାକୁ କରିବେ ବୋଲି ଲୋକମାନେ ଏବେ ପ୍ରଶ୍ନ ଉଠାଇଛନ୍ତି। କୋର୍ଟରେ ୨୧ ହଜାରରୁ ଅଧିକ ମାମଲା ଗଡୁଥିବା କୁହାଯାଇଛି। ଏଥିପାଇଁ କର୍ମଚାରୀ ଅଭାବ ସମସ୍ୟାକୁ ଅଧିକ ଜଟିଳ କରୁଛି।
ରାଜନଗର ଥାନା ଅଞ୍ଚଳର ଜଣେ ଶିକ୍ଷୟିତ୍ରୀ କହିଛନ୍ତି, ଭିତରକନିକା ସଂଲଗ୍ନ ନିଜର କିଛି ସମ୍ପତ୍ତି ଅଛି। ଏହି ସମ୍ପତ୍ତିକୁ କେତେଜଣ ଚିଙ୍ଗୁଡି ବ୍ୟବସାୟୀ ଜବରଦଖଲ କରି ଘେରି କରିଛନ୍ତି। ଏ ନେଇ କିଛିଦିନ ପୂର୍ବେ ଥାନାରେ ଅଭିଯୋଗ ପରେ ଆଇଆଇସି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ତେବେ ଥାନାରୁ ଫେରି ଅଭିଯୁକ୍ତମାନେ ଉଗ୍ର ହୋଇଛନ୍ତି। ସ୍ବାମୀଙ୍କୁ ମାଡ ମାରିବା ସହ ନିଜେ ଚଳାଉଥିବା ସ୍କୁଟିକୁ ଛଡାଇ ନେଇଛନ୍ତି। କରୋନା ସଂକ୍ରାନ୍ତୀୟ ଡାଟା ସଂଗ୍ରହ ପାଇଁ ଏବେ ସମସ୍ୟାରେ ଥିବା ବେଳେ ସ୍କୁଟି ଉଦ୍ଧାର ପାଇଁ ପୋଲିସ ଓ ଜିଲା ପ୍ରଶାସନର ଦ୍ୱାରସ୍ଥ ହେବାକୁ ଆସିଛନ୍ତି। ତେବେ କୌଣସି ପ୍ରଶାସନିକ ଅଧିକାରୀ କାର୍ଯ୍ୟାଳୟରେ ନ ଥିବାରୁ ଫେରି ଯାଉଛନ୍ତି। ବୁଦ୍ଧିଜୀବୀ ଆଶିଷ କୁମାର ଖଟୁଆ କହିଛନ୍ତି, କେନ୍ଦ୍ରାପଡ଼ା ଜିଲାରେ ପ୍ରତିବର୍ଷ ଜନଶୁଣାଣିରେ ଅନୂ୍ୟନ ୨ ହଜାର ସାମୂହିକ ସମସ୍ୟା ଓ ୫ ହଜାର ବ୍ୟକ୍ତିଗତ ସମସ୍ୟା ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଆସୁଥିଲା। ଏଥିମଧ୍ୟରୁ କେତେଗୋଟି ସାମୂହିକ ଓ ବ୍ୟକ୍ତିଗତ ସମସ୍ୟାର ସମାଧାନ ହେବା ନଜିର ରହିଛି। ଲୋକଙ୍କ ଦାବି ଫଳରେ ପ୍ରଶାସନିକ ଅଧିକାରୀ ଅଧିକ କର୍ମଚଞ୍ଚଳ ହେଉଥିଲେ। ଜନଶୁଣାଣି ବନ୍ଦ ଫଳରେ ସ୍ଥାନୀୟ ଅଞ୍ଚଳର ସମସ୍ୟା ବଢ଼ିଚାଲିଛି। ଆଇନଜୀବୀ ବିଭୂତି ଭୂଷଣ ସ୍ବାଇଁ କହିଛନ୍ତି, କରୋନା ସଂକ୍ରମଣ ପାଇଁ କୋର୍ଟରେ ମାମଲାଗୁଡିକ ଠିକ୍‌ ଭାବେ ପରିଚାଳନା ହୋଇପାରୁନାହିଁ। ଫଳରେ ଗ୍ରାମାଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ଗୁରୁତର ହୋଇଛି। କେନ୍ଦ୍ରାପଡ଼ା ଜିଲା କୋର୍ଟ ଅଧୀନରେ ଗତ ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ମୋଟ ୨୦, ୮୪୨ ମାମଲା ରହିଥିଲା। ଏଥିମଧ୍ୟରେ ସିଭିଲ କେସ୍‌ ୭,୪୪୮ ଥିବା ବେଳେ ୧୩,୩୯୪ଟି କ୍ରିମିନାଲ କେସ୍‌ ଅଛି। ବିଚାର ବିଭାଗ ପରିଚାଳନା ପାଇଁ ସାମାଜିକ ଦୂରତ୍ୱ ବାଧକ ହୋଇଛି। କେତେକ ମାମଲାର ପରିଚାଳନା ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ହେଉଥିଲେ ମଧ୍ୟ ତାହା ମହକିଲଙ୍କ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଏହାଦ୍ୱାରା କୃଷିକ୍ଷେତ୍ରଠାରୁ ଆରମ୍ଭ କରି ସାମାଜିକ ଚଳଣିରେ ବ୍ୟାଘାତ ସୃଷ୍ଟି ହୋଇଛି। ଜନଶୁଣାଣି ସମ୍ପର୍କରେ ଏଡିଏମ୍‌ ବସନ୍ତ କୁମାର ରାଉତ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ଅଦ୍ୟାବଧି କରୋନା ସଂକ୍ରମଣରୁ ମୁକ୍ତ ହୋଇନାହିଁ। ଜୀବନ ବଞ୍ଚାଇବାକୁ ଏବେ ଜିଲା ପ୍ରଶାସନ ପ୍ରାଥମିକତା ଦେଇଛି। ଏଥିସହ ସାମୂହିକ ଓ ବ୍ୟକ୍ତିଗତ ସମସ୍ୟା ସମ୍ପର୍କରେ ଜନଶୁଣାଣି ହେଉ ନ ଥିଲେ ମଧ୍ୟ କାର୍ଯ୍ୟାଳୟରେ ଏ ନେଇ ଆସୁଥିବା ଅଭିଯୋଗକୁ ଭିତ୍ତିକରି କାର୍ଯ୍ୟାନୁଷ୍ଠାନ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri