କରୋନାରୁ ସୁସ୍ଥ ହେବା ପରେ ସମ୍ପୂର୍ଣ୍ଣ ସ୍ବାଦ, ଗନ୍ଧ ଫେରିବାକୁ ୧ ବର୍ଷ ଲାଗିପାରେ: ବିଶେଷଜ୍ଞ

ପ୍ୟାରିସ୍,୨୭ା୬: କରୋନାରୁ ସୁସ୍ଥ ହେବା ପରେ ଯଦି ସ୍ବାଦ ଏବଂ ଗନ୍ଧ ବାରି ନ ହୁଏ ତେବେ ଏହା ଫେରିବାକୁ ୧ ବର୍ଷ ଲାଗିପାରେ ବୋଲି ଏକ ନୂତନ ଅନୁସନ୍ଧାନରୁ ଜଣାପଡ଼ିଛି। କରୋନା ଭାଇରସକୁ ୨୦୨୦ ଆରମ୍ଭରେ ମହାମାରୀ ଘୋଷଣା କରାଯାଇଥିଲା। ଗନ୍ଧ ହରାଇବା ବ୍ୟକ୍ତିଙ୍କ ଜୀବନଶୈଳୀକୁ ଏହା ବିଶେଷ ଭାବରେ ପ୍ରଭାବିତ କରିଥାଏ। ଫଳରେ ଖାଦ୍ୟର ସ୍ବାଦ ଚାଖିବା, ପରିବେଶରେ ବାୟୁବାହକ ବିପଦ ଚିହ୍ନଟ କରିବା ଏବଂ ଇନ୍ଦ୍ରିୟ ଉପରେ ନିର୍ଭରଶୀଳ ଅନ୍ୟାନ୍ୟ କାର୍ଯ୍ୟ କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ।

ଫ୍ରାନ୍ସର ଷ୍ଟ୍ରାସବର୍ଗର ୟୁନିଭର୍ସିଟି ହସ୍ପିଟାଲର ଅନୁସନ୍ଧାନକାରୀମାନେ ୯୭ ଜଣଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ। ଯେଉଁମାନେ କରୋନାରେ ଆକ୍ରାନ୍ତ ହେବା ପରେ ସେମାନଙ୍କର ଗନ୍ଧ ଏବଂ ସ୍ବାଦ ହରାଇଥିଲେ। ଏହି ସମସ୍ୟା ସେମାନଙ୍କ ମଧ୍ୟରେ ଏକ ବର୍ଷ ପର୍ଯ୍ୟନ୍ତ ଦେଖାଗଲା। ଅଧ୍ୟୟନ ସମୟରେ, ଏହି ଲୋକମାନଙ୍କୁ ପ୍ରତି ୪ ମାସରେ ଏକ ସର୍ଭେ କରିବାକୁ କୁହାଯାଇଥିଲା। ଏଥିମଧ୍ୟରୁ ୫୧ ଜଣ ପ୍ରତି ଚାରି ମାସରେ କରାଯାଇଥିବା ସର୍ଭେରେ ଅଂଶଗ୍ରହଣ କରିଥିବାବେଳେ ଅବଶିଷ୍ଟ ୪୬ ଜଣ ପୂରା ବର୍ଷ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଏହା ଜଣାଇଥିଲେ। ୮ ମାସ ପରେ ୫୧ଟି ମଧ୍ୟରୁ ୪୯ ଜଣ ସୁସ୍ଥ ହୋଇଥିବାବେଳେ ଅବଶିଷ୍ଟ ଦୁଇ ରୋଗୀଙ୍କ ମଧ୍ୟରୁ ଜଣେ ଅସ୍ବାଭାବିକ ଭାବରେ ଗନ୍ଧ ଚିହ୍ନଟ କରିବାରେ ସକ୍ଷମ ହୋଇଥିବାବେଳେ ଅନ୍ୟଜଣକ ଅଧ୍ୟୟନ ଶେଷ ସୁଦ୍ଧା ଗନ୍ଧ ବାରିବାରେ ସକ୍ଷମ ହୋଇ ନ ଥିଲେ।

ବିଶେଷଜ୍ଞମାନେ କହିଛନ୍ତି ଯେ, କରୋନା ସଂକ୍ରମଣ ପରେ ପୋଷ୍ଟ-କୋଭିଡ୍‌ ସମସ୍ୟା ରୋଗୀଙ୍କୁ ଘାରିଛି। ଏହାକୁ ରୋକିବା ପାଇଁ କିଛି କଥା ପ୍ରତି ଗୁରତ୍ୱ ଦେବା ଆବଶ୍ୟକ। ରୋଗୀ ଅଧିକ ଚାପଗ୍ରସ୍ତ ହେବା ଉଚିତ୍‌ ନୁହେଁ। ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟରେ ଅଧିକ ପାନୀୟ ସାମିଲ କରନ୍ତୁ। ଏହି ସମୟରେ, ଇଣ୍ଟରନେଟ୍‌ ଏବଂ ନ୍ୟୁଜ୍‌ ଚ୍ୟାନେଲରେ କରୋନା ସମ୍ବନ୍ଧୀୟ ସୂଚନା ପଢ଼ନ୍ତୁ ନାହିଁ କିମ୍ବା ଦେଖନ୍ତୁ ନାହିଁ। କେବଳ ବୈଜ୍ଞାନିକଙ୍କ ସୂଚନା ରଖନ୍ତୁ। ଅଧିକ ଚାପ ନିଅନ୍ତୁ ନାହିଁ। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଂକ୍ରମଣରୁ ମୁକ୍ତି ପାଇଥିବା ରୋଗୀଙ୍କୁ ସାଧାରଣ ଜନତା ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିବା ଉଚିତ୍‌। ଯଦି ଏହି ସବୁର ଯତ୍ନ ନିଆଯାଏ ତେବେ ରୋଗୀମାନେ କରୋନାକୁ ମାତ୍‌ ଦେବାରେ ସମ୍ପୂର୍ଣ୍ଣ ସକ୍ଷମ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri