ନିର୍ବନ୍ଧ ପରେ ବି ଏହି ବ୍ୟକ୍ତିଙ୍କ ପାଇଁ କରିଶ୍ମା-ଅଭିଷେକଙ୍କ ଭାଙ୍ଗିଯାଇଥିଲା ସମ୍ପର୍କ

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କ ପ୍ରୋଫେସନାଲ ହେଉ କି ପର୍ସନାଲ ଲାଇଫ୍‌ ବିଷୟରେ ଜାଣିବା ପାଇଁ ସମସ୍ତେ ଉତ୍ସୁକ ରହିଥାନ୍ତି। ବଲିଉଡ୍‌ରେ ଏଭଳି କିଛି ସେଲିବ୍ରିଟି ଅଛନ୍ତି ଯେଉଁମାନଙ୍କର ଲଭ୍‌ ଲାଇଫ୍‌ ଅତି ରୋଚକ ହେବା ସହ ରୋମାଞ୍ଚକର ମଧ୍ୟ ହୋଇଥାଏ। ଆଉ କିଏ ସବୁବେଳେ ବିବାଦ ମଧ୍ୟରେ ରହିଥାଏ। ତେବେ କାହାର ପ୍ରେମ କାହାଣୀ ବିବାହର ରୂପ ନେଉଥିବା ବେଳେ ତ ଆଉ କାହାର ସମ୍ପର୍କ ଅଧାରୁ ଭାଙ୍ଗିଯାଇଥାଏ। ତେଣୁ ଚଳଚ୍ଚିତ୍ର ତାରକାମାନଙ୍କର ରହସ୍ୟମୟ ଜୀବନ ଏବଂ ସମ୍ପର୍କ ବିଷୟରେ ଜାଣିବା ପାଇଁ ସର୍ବଦା ଆଗ୍ରହ ରହିଥାଏ। ବଲିଉଡ୍‌ ସେଲିବ୍ରିଟିଙ୍କ ମଧ୍ୟରେ ଏଭଳି ଯୋଡି ହେଉଛନ୍ତି ଅଭିଷେକ ବଚ୍ଚନ ଏବଂ କରିସ୍ମା କପୁର।

ଅଭିନେତା ଅମିତାଭ ବଚ୍ଚନଙ୍କ ନିଜର ୬୦ତମ ଜନ୍ମଦିନ ଅବସରରେ କରିସ୍ମା ଓ ଅଭିଷେକଙ୍କ ନିର୍ବନ୍ଧ ଘୋଷଣା କରିଥିଲେ। ଫିଲ୍ମ ଜଗତର ଦୁଇ ଶକ୍ତିଶାଳୀ ପରିବାର କପୁର ଓ ବଚ୍ଚନ ଏକ ବନ୍ଧନରେ ବାନ୍ଧି ହେବାକୁ ଯାଉଥିଲେ। କିନ୍ତୁ ଏହି ସମ୍ପର୍କ ହେବା ପୂର୍ବରୁ ଭାଙ୍ଗି ଯାଇଥିଲା। ଏହି ସମ୍ପର୍କ ଭାଙ୍ଗିବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହୋଇଥିଲା। ଊକ୍ତ ବିବାହ ଭାଙ୍ଗିବା ପଛର କାରଣ ଅନେକ ଦିଆଯାଇଥିଲା। କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବିବାହ ଭାଙ୍ଗିବାର ସବୁଠାରୁ ବଡ଼ କାରଣ ହେଉଛନ୍ତି କରିସ୍ମା କପୁରଙ୍କ ମା’ ବବିତା କପୁର। କାରଣ କରିସ୍ମାଙ୍କ ମା’ ବିବତା ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସମ୍ମୁଖରେ ଏକ ସର୍ତ୍ତ ରଖିଥିଲେ। କୁହାଯାଏ, ସେହି ସମୟରେ ବଚ୍ଚନ ପରିବାରର ଆର୍ଥିକ ଅବସ୍ଥା ଏତେ ସ୍ବଚ୍ଛଳ ନ ଥିଲା। ତେଣୁ ଝିଅର ଭବିଷ୍ୟତକୁ ନେଇ ଚିନ୍ତିତ ଥିଲେ ବବିତା। ଏଥିପାଇଁ ବଚ୍ଚନ ପରିବାରର ସମ୍ପତ୍ତିରୁ ଅଭିଷେକଙ୍କ ଅଂଶ ରଖିବାକୁ ସେ ପ୍ରଥମେ ଦାବି କରିଥିଲେ। ଏହା ଶୁଣି ବଚ୍ଚନ ପରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ କରିଶ୍ମା ଓ ଅଭିଷେକଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା ବୋଲି ଚର୍ଚ୍ଚା ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri