Posted inଜାତୀୟ

ଏଆଇଏଡିଏମ୍‌କେରୁ ୧୭ ନେତା ବହିଷ୍କୃତ

ଚେନ୍ନାଇ, ୧୫।୬(ଆଇଏଏନ୍‌ଏସ୍‌): ପୂର୍ବତନ ସାଧାରଣ ସମ୍ପାଦକ ଭି.କେ. ଶଶିକଳାଙ୍କ ସହ ସମ୍ପର୍କ ରଖିଥିବା ଏଆଇଏଡିଏମ୍‌କେର ମୁଖପାତ୍ର ଭି. ପୁଗାଝେନ୍ଦିଙ୍କ ସମେତ ୧୭ ଜଣ ନେତାଙ୍କୁ ସୋମବାର ଦଳରୁ ବହିଷ୍କାର କରାଯାଇଛି। ଦଳ ମୁଖ୍ୟାଳୟରେ ଏଆଇଏଡିଏମ୍‌କେର ବୈଠକ ବସି ଏଭଳି ନିଷ୍ପତ୍ତି ନିଆଯାଇଛି। ବହିଷ୍କୃତ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଏମ୍‌. ଆନନ୍ଦନ ଏବଂ ପୂର୍ବତନ ଏମ୍‌ପି ଚିନ୍ନାସ୍ବାମୀ ଅଛନ୍ତି। ବୈଠକରେ ଶଶିକଳାଙ୍କ ବିରୋଧରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦଳୀୟ ନେତାମାନଙ୍କ ସହ ସମ୍ପର୍କ ରଖୁଥିବାରୁ ତାଙ୍କୁ ନିନ୍ଦା କରାଯାଇଛି। ସେ ଦଳକୁ କବ୍‌ଜା କରିବା ପାଇଁ ଉଦ୍ୟମ କରୁଥିବା ଏବଂ କେତେଜଣ ନେତାଙ୍କ ସହ କଥା ହୋଇ ପରେ କଥାବାର୍ତ୍ତାର କିଛି ଅଂଶକୁ ପ୍ରଘଟ କରାଇବାର ଡ୍ରାମା କରୁଥିବା ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ବାଙ୍ଗାଲୋର ସେଣ୍ଟ୍ରାଲ ଜେଲ୍‌ରେ ୪ ବର୍ଷ ରହି ଫେରିବା ପରେ ଶଶିକଳା ତାମିଲନାଡୁ ରାଜନୀତିରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଏହାର କିଛି ଦିନ ପରେ ସେ ସକ୍ରିୟ ରାଜନୀତିରୁ ଓହରିଯିବା ନେଇ ଘୋଷଣା କରି ରାଜନୈତିକ ସମୀକ୍ଷକ ଏବଂ ଦଳପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଗତ ନିର୍ବାଚନରେ ଏଆଇଏଡିଏମ୍‌କେ ପରାଜିତ ହେବା ପରେ ଶଶିକଳା ପୁଣିଥରେ ରାଜନୀତିରେ ପ୍ରବେଶ ଲାଗି ଉଦ୍ୟମ ଚଳାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ନିର୍ବାଚନକୁ ଦୃଷ୍ଟିରେ ରଖି ଜାମିନ ବିଚାର କରାଯାଇପାରେ’, କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୩।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଇଡିଙ୍କୁ କହିଛନ୍ତି ଯେ ନିର୍ବାଚନ କାରଣରୁ ଅରବିନ୍ଦ କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ...

ପୁଅ କରଣଙ୍କ ନାମାଙ୍କନ ସମୟରେ ନଜର ଆସିଲେ ନାହିଁ ବ୍ରିଜ ଭୁଷଣ

ନୂଆଦିଲ୍ଲୀ,୩।୫: ନିକଟରେ ଭାଜପା କରଣ ଭୂଷଣ ସିଂଙ୍କୁ କେସିଆରଗଞ୍ଜ ଆସନରୁ ପ୍ରାର୍ଥୀ କରିଥିଲା। ଏବେ କରଣ ଭୂଷଣ ସିଂ ଶୁକ୍ରବାର ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାହୁଲ ଗାନ୍ଧୀଙ୍କୁ ଆମେ ହରାଇ ପାରିବୁ ନାହିଁ ସେ ନିଶ୍ଚିତ ଜିତିବେ, କାହିଁକି ଏମିତି କହିଲେ ହିମନ୍ତ ବିଶ୍ୱ ଶର୍ମା

ନୂଆଦିଲ୍ଲୀ,୩।୫: ବର୍ତ୍ତମାନ ପାକିସ୍ତାନ ୨୦୨୪ ଲୋକ ସଭା ନିର୍ବାଚନରେ ପ୍ରବେଶ କରିଛି। ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ ହୁସେନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା...

ଦେବଗୌଡାଙ୍କ ପୁଅଙ୍କ ଉପରେ ଆସିଲା ଆଉ ଏକ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ,୩।୫: ଅଶ୍ଲୀଳ ଭିଡିଓ ଭାଇରାଲ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି ଦେବଗୌଡାଙ୍କ ନାତି ଉଜ୍ଜ୍ୱଳ ରେଭାନ୍ନାଙ୍କ ବରୋଧରେ ବଳାତ୍କାର ଅଭିଯୋଗ ପରେ...

ନାମାଙ୍କନପତ୍ର ଦାଖଲ କଲେ ରାହୁଲ

ଲକ୍ଷ୍ନୌ,୩ା୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ରାଏବରେଲି ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ମା’ ସୋନିଆ ଗାନ୍ଧୀ, ଭଉଣୀ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବିଷ୍ୟବାଣୀ: ଏତିକି କେତେ ଆସନରେ ଜିତିବ କଂଗ୍ରେସ

କୋଲକାତା,୩।୫: ପଶ୍ଚିମବଙ୍ଗର ବଦ୍ଧମାନ-ଦୁର୍ଗାପୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯଦି ମୋଦି...

କହୁଥିଲେ ଡର ନାହିଁ କି ପଳାୟନ କର ନାହିଁ, ଏବେ ଡରିଯାଇ ଓ୍ବାୟନାଡରୁ ରାଏବରେଲି ଯାଉଛନ୍ତି

ନୂଆଦିଲ୍ଲୀ,୩।୫: ହିମାଚଳ ପ୍ରଦେଶର ଧର୍ମଶାଳାରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ରାଏବରେଲି ଲୋକ ସଭା ଆସନରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଟାର୍ଗେଟ...

ହେମନ୍ତ ସୋରେନଙ୍କୁ ହାଇକୋର୍ଟରୁ ଲାଗିଲା ବଡ ଝଟ୍‌କା

ରାଞ୍ଚି,୩।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ଏକ ବଡ଼ ଝଟ୍‌କା ଲାଗିଛି। ହେମନ୍ତ ସୋରେନଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏହି ଆବେଦନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri