Odisha Elections 2024
Posted inଖେଳ

ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଟାଲୀର ବୃହତ୍‌ ବିଜୟ

ରୋମ୍‌,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍‌ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍‌ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ ଗୋଲ ସ୍କୋର ହୋଇଥିଲା। ସାରା ମ୍ୟାଚ୍‌ରେ ଇଟାଲୀ ପ୍ରଭାବ ବିସ୍ତାର କରି ଖେଳିଥିଲା।
୨୦୧୮ ଫିଫା ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରି ନ ପାରି ଇଟାଲୀ ବେଶ୍‌ ସମାଲୋଚିତ ହୋଇଥିଲା। ତେବେ ଏହି ମ୍ୟାଚରେ ଦମ୍‌ଦାର ପ୍ରଦର୍ଶନ କରିଥିଲା। ଏହାପୂର୍ବରୁ କ୍ୱାଲିଫାଇଂରେ ଇଟାଲୀ ୧୦ଟି ମ୍ୟାଚ୍‌ ଖେଳି ସବୁଥିରେ ବିଜୟ ହାସଲ କରିଥିଲା। ଗତ ୫ ବର୍ଷ ମଧ୍ୟରେ କୋଚ୍‌ ରୋବେର୍ଟୋ ମାନସିନିଙ୍କ ଇଟାଲୀ ଦଳ ପ୍ରଥମଥର ପାଇଁ ୩-୦ରେ ବିଜୟ ହାସଲ କରି ଜବରଦସ୍ତ ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ଇଟାଲୀ ୧୩ଟି ପ୍ରୟାସ ଓ ତୁର୍କୀ କୌଣସି ପ୍ରୟାସ କରି ନ ଥିଲା। ସମ୍ପୂର୍ଣ୍ଣ ମ୍ୟାଚ୍‌ରେ ଇଟାଲୀ ୨୪ ଓ ତୁର୍କୀ ୩ଟି ପ୍ରୟାସ କରିଥିଲା। ତୁର୍କୀର ଖେଳ ରକ୍ଷଣାତ୍ମକ ଥିଲା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ତୁର୍କୀ ସେଣ୍ଟରବ୍ୟାକ୍‌ ମୋରି ଡେମିରାଲ ୫୩ତମ ମିନିଟ୍‌ରେ ଆତ୍ମଘାତୀ ଗୋଲ କରିଥିଲେ। ଫଳରେ ଇଟାଲୀ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୬୬ତମ ମିନିଟ୍‌ରେ ସିରୋ ଇମୋବାଇଲ ଓ ୭୯ତମ ମିନିଟ୍‌ରେ ଲୋରେଞ୍ଜୋ ଇନ୍‌ସିଗ୍ନେ ଗୋଲ ଦେଇ ଇଟାଲୀକୁ ଜିତାଇଥିଲେ। ଶନିବାର ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍‌ରେ ସୁଇଜରଲାଣ୍ଡ ଓ ଓ୍ବେଲ୍ସ ପରସ୍ପରକୁ ଭେଟିଥିଲେ ଓ ଏହା ୧-୧ ଗୋଲରେ ଅମୀମାଂସିତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri