ଭିଣୋଇଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ ପ୍ରଥମ ସ୍ତ୍ରୀ କବିତା, ମା’ ସେମାନଙ୍କୁ ଅସଂଯତ ଅବସ୍ଥାରେ ଧରିଥିଲେ: ରାଜ କୁନ୍ଦ୍ରା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ୨୦୦୯ରେ ବିବାହ କରିଥିଲେ। ସେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ହାତ ଧରିଥିଲେ। ବିବାହ ପୂର୍ବରୁ ରାଜ ବିବାହିତ ଥିଲେ ହେଁ ପ୍ରଥମ ସ୍ତ୍ରୀ କବିତାଙ୍କୁ ଛାଡ଼ପତ୍ର ଦେଇ ଶିଳ୍ପାଙ୍କୁ ଜୀବନସାଥୀ କରିଥିଲେ ସେ। ସେତେବେଳେ ଶିଳ୍ପାଙ୍କ ପାଇଁ ଉଭୟଙ୍କ ବିବାହ ବିଚ୍ଛେଦ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏବେ ଛାଡ଼ପତ୍ରର ୧୧ ବର୍ଷ ପରେ ମୁହଁ ଖୋଲିଛନ୍ତି ରାଜ। ଛାଡ଼ପତ୍ର ପାଇଁ ଶିଳ୍ପା ନୁହନ୍ତି ବରଂ ପ୍ରଥମ ସ୍ତ୍ରୀ ହିଁ ଦାୟୀ ବୋଲି ସଫାସଫା କହିଛନ୍ତି ସେ। କୋଟି କୋଟି ଟଙ୍କା ଖର୍ଚ୍ଚ କରି କବିତା ଶିଳ୍ପାଙ୍କ ନାମରେ ଏଣୁତେଣୁ ଛାପିଥିଲେ। ଫଳରେ ଲୋକେ ଶିଳ୍ପାଙ୍କୁ ଦୋଷୀ ବୋଲି ମନେ କରିଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏକ ସାକ୍ଷାତକାରରେ ରାଜ ମନକଥା କହି ପ୍ରଥମ ସ୍ତ୍ରୀ କବିତାଙ୍କୁ କାଠଗଡ଼ାକୁ ଆଣିଛନ୍ତି। କବିତା ରାଜଙ୍କ ଭଉଣୀଙ୍କ ସ୍ବାମୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲେ। ଅନେକ ଥର ଆପତ୍ତିଜନକ ଅବସ୍ଥାରେ ଉଭୟଙ୍କୁ ରାଜଙ୍କ ମା’ ଧରିଥିଲେ। ଗୋଟିଏ ଘରେ ରହୁଥିବା ଯୋଗୁ କଥା ଧରା ପଡ଼ିଯାଇଥିଲା।

ରାଜଙ୍କ ଭଉଣୀ ଓ ଭିଣୋଇ ବ୍ରିଟେନ୍‌ରେ ରହିବାକୁ ଚାଲିଯାଇଥିଲେ। ହେଲେ ସେତେବେଳକୁ କବିତା ଭିଣୋଇଙ୍କ ବେଶ୍‌ ନିକଟତର ହୋଇଯାଇଥିଲେ। ରାଜ ବ୍ୟବସାୟ କାମରେ ବାହାରକୁ ଚାଲିଗଲେ ଉଭୟଙ୍କୁ ସମୟ ବିତାଇବାକୁ ମଉକା ମିଳିଯାଉଥିଲା। ଘରର ସଦସ୍ୟଙ୍କ ସହ ଡ୍ରାଇଭର ମଧ୍ୟ ଉଭୟଙ୍କ ସମ୍ପର୍କ ଆଗକୁ ବଢ଼ିଯାଇଥିବା ସନ୍ଦେହ କରୁଥିଲେ। ସେତେବେଳେ ରାଜ ଯଥାସମ୍ଭବ ସମ୍ପର୍କ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଁ ପାରି ନ ଥିଲେ।

ଏକଦା ରାଜଙ୍କୁ ତାଙ୍କ ଭଉଣୀ କାନ୍ଦି କାନ୍ଦି ଫୋନ୍‌ କରିଥିଲେ। କାରଣ ପଚାରିବାରୁ ତାଙ୍କୁ ସ୍ବାମୀଙ୍କ ଅନ୍ୟ ଏକ ଫୋନ ମିଳିଥିବା ଏବଂ ସେଥିରେ ସେ ଅନ୍ୟଜଣେ ଯୁବତୀଙ୍କ ସହ ଅତି ବ୍ୟକ୍ତିଗତ କଥା ହେଉଥିବା ସେ ଜାଣିବାକୁ ପାଇଥିବା କହିଥିଲେ। ରାଜ ଉକ୍ତ ନମ୍ବରକୁ ଯାଞ୍ଚ କରିବା ପରେ ତାହା ଘର ପାଖ ଟାଓ୍ବାର ସହ ଜଡ଼ିତ ଥିବା ଜଣାପଡ଼ିଥିଲା। ପରେ କବିତାଙ୍କ ଫୋନ୍‌ ଯାଞ୍ଚ କରି ଉଭୟଙ୍କ ଭିତରେ ସବୁ ଚାଟିଂକୁ ରାଜ ପଢ଼ିଥିଲେ। ଶେଷରେ ଦୁଇ ପରିବାରରେ ଫାଟ ସୃଷ୍ଟି ହୋଇଥିଲା। ରାଜ କବିତାଙ୍କଠାରୁ ଅଲଗା ହୋଇଥିବା ବେଳେ ରାଜଙ୍କ ଭଉଣୀ ମଧ୍ୟ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri