ଶୁଟିଂ ସେଟ୍‌ରେ ମାଗାଜିନ୍‌ ପଢ଼ୁପଢ଼ୁ ହିରୋଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ, ଜାଣନ୍ତୁ କାହିଁକି

ଅଭିନେତ୍ରୀ ନୂତନ ତାଙ୍କ ଅଭିନୟ ଏବଂ ସୌନ୍ଦର୍ଯ୍ୟରେ ପ୍ରଶଂସକଙ୍କୁ ପାଗଳ କରି ଦେଉଥିଲେ। ସେ ୪ ଜୁନ୍‌ ୧୯୩୬ ରେ ଜନ୍ମଗ୍ରହଣ କରିଥିଲେ। ନୂତନ ସର୍ବଦା ନିଜର ସରଳତା ଏବଂ ଶାନ୍ତ ବ୍ୟବହାର ପାଇଁ ଜଣାଶୁଣା। ମାତ୍ର ପ୍ରଶଂସକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଶାନ୍ତ ନୂତନ ଅଭିନେତା ସଞ୍ଜୀବ କୁମାରଙ୍କୁ ଚାପୁଡ଼ା ମାରିଥିଲେ। ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଧିକ ଉପରକୁ ଯାଇଥିଲେ ସେତେବେଳେ ଏହି ଘଟଣା ଘଟିଥିଲା। ସେତେବେଳେ ସଞ୍ଜୀବ କୁମାର ମଧ୍ୟ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କଳାକାର ଥିଲେ। ନୁତନ ବିଷୟରେ ଗୋଟିଏ କଥା କୁହାଯାଉଥିଲା ଯେ, ସେ ତାଙ୍କ କୋ-ଷ୍ଟାର ଏବଂ ସେଟରେ ଥିବା ଲୋକଙ୍କ ସହ ଅଧିକ କଥା ହେଉ ନ ଥିଲେ। ସେହି ସମୟରେ ସଞ୍ଜୀବ କୁମାର ଫିଲ୍ମ ‘ଦେବୀ’ରେ ନୂତନ ସାଇନ କରିଥିଲେ। ପ୍ରାରମ୍ଭରେ ନୂତନ ଏବଂ ସଞ୍ଜୀବ କୁମାର ପରସ୍ପର ସହ ଅଧିକ କଥାବାର୍ତ୍ତା ହୋଇ ନଥିଲେ। କିନ୍ତୁ ଧୀରେ ଧୀରେ ସେମାନଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ିଉଠିଥିଲା। ସେମାନେ ଦୁହେଁ ଦେବୀ ଫିଲ୍ମରେ ଏକାଠି କାମ କରିଥିଲେ।
‘ଦେବୀ’ ଶୁଟିଂରୁ ଏକଦା ବିରତି ପାଇବା ମାତ୍ରେ ନୂତନ ଏକ ମାଗାଜିନ୍‌ ପଢ଼ୁଥିଲେ। ଯେଉଥିରେ ତାଙ୍କର ସଞ୍ଜୀବଙ୍କ ସହ ଅଫେୟାର ଥିବା ନେଇ ଲେଖା ଯାଇଥିଲା। ଏହି ରିପୋର୍ଟ ପଢ଼ିବା ପରେ ନୂତନ ବହୁତ ରାଗିଯାଇ ସଞ୍ଜୀବଙ୍କୁ ସେଟରେ ଶକ୍ତ ଚାପୁଡ଼ା ମାରିଥିଲେ। ୧୯୭୨ରେ ଏକ ପତ୍ରିକାକୁ ଦିଆଯାଇଥିବା ସାକ୍ଷାତକାରରେ ସେ ଏହା ଉଲ୍ଲେଖ କରିଛନ୍ତି। ନୂତନ ଏବଂ ସଞ୍ଜୀବଙ୍କ ବନ୍ଧୁତାକୁ ମାଗାଜିନ୍‌ରେ ପ୍ରେମ ସମ୍ପର୍କର ନାମ ଦିଆଯାଇଥିଲା, ଯେଉଁଥିପାଇଁ ନୂତନଙ୍କ ଦାମ୍ପତ୍ୟ ଜୀବନ ଅଶାନ୍ତ ହୋଇପଡ଼ିଥିଲା। ଏହି ପତ୍ରିକା ପଡ଼ିବା ପରେ ନୁତନ୍‌ ବହୁତ ରାଗିଯାଇ ସଞ୍ଜୀବଙ୍କୁ ସେଟରେ ଚାପୁଡ଼ା ମାରିଥିଲେ। ଅନେକ ଲୋକ କୁହନ୍ତି ଯେ, ସେ ତାଙ୍କ ସ୍ବାମୀଙ୍କ ନିର୍ଦ୍ଦେଶରେ ଏହା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

‘ଲାହୋର ୧୯୪୭’ରେ ସନ୍ନି ଦେଓଲ

ମୁମ୍ବାଇ: ‘ଗଦର ୨’ର ସଫଳତା ପରେ ସନ୍ନି ଦେଓଲ ଆଉ ଏକ ଦମଦାର ଚଳଚ୍ଚିତ୍ର ‘ଲାହୋର ୧୯୪୭’ସହିତ ପୁଣି ଥରେ ପରଦାକୁ ଆସୁଛନ୍ତି। ଏହା ସଂପୂର୍ଣ୍ଣ...

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri