Posted inଫୁରସତ

ବିଶ୍ୱର ସବୁଠୁ ଦାମୀ କାର୍‌, ଦାମ୍‌ ଜାଣିଲେ…

ବିଳାସପୂର୍ଣ୍ଣ କାର୍‌ ନିର୍ମାଣ କରିବାରେ ବେଶ୍‌ ଜଣାଶୁଣା କମ୍ପାନୀ ହେଉଛି ରୋଲ୍‌ସ ରୟସ। ବର୍ତ୍ତମାନ ଏହି କମ୍ପାନୀ ବିଶ୍ୱର ସବୁଠୁ ଦାମୀ କାର୍‌ ଲଞ୍ଚ୍‌ କରିଛି। ଏହି କାର୍‌ର ନାମ ବୋଟ୍‌ ଟେଲ। ଏହାର ଦାମ୍‌ ୨୦ ମିଲିୟନ ପାଉଣ୍ଡ୍‌ସ ଅର୍ଥାତ୍‌ ୨୦୦ କୋଟି ଟଙ୍କା। ୪ ବର୍ଷର କଠିନ ପରିଶ୍ରମ ପରେ ଏହି କାର୍‌କୁ ପ୍ରସ୍ତୁତ କରିଛି କମ୍ପାନୀ।

ରୋଲ୍‌ସ ରୟସ ବୋଟ୍‌ ଟେଲ ଏକ ବିଳାସମୟ କାର୍‌। ଏହାର ଲମ୍ବ ୧୯ଫୁଟ। ବୋଟ୍‌ ଟେଲ୍‌ ପୂର୍ବରୁ ସ୍ବାପ୍‌ ଟେଲ୍‌ ସବୁଠୁ ମହଙ୍ଗା କାର୍‌ ଥିଲା। ୨୦୧୭ରେ ଏହି କାର୍‌ ୧୩୦ କୋଟିରେ ବିକ୍ରି କରାଯାଇଥିଲା। ଏହି କାର୍‌ର କେବଳ ଗୋଟିଏ ମଡେଲ ଲଞ୍ଚ୍‌ ହୋଇଥିଲା। ଜଣେ ସୌଖୀନ୍‌ ୟୁରୋପିଆନ ବ୍ୟକ୍ତିଙ୍କ ଅନୁରୋଧ କ୍ରମେ ଏହି ଲକ୍‌ଜରି କାର୍‌ ତିଆରି କରାଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ, ବୋଟ୍‌ ଟେଲର ତିନୋଟି ମଡେଲ ଲଞ୍ଚ୍‌ କରାଯିବ।

ଏହି କାର୍‌ର ପଛ ଅଂଶ ଏକ ଲକ୍‌ଜରି ସ୍ପିଡ୍‌ବୋଟ୍‌ ପରି ମେଳ ଖାଉଛି। ରୋଲ୍‌ସ ରୟସ ସିଇଓ ଟର୍ସଟନ ମୁଲର କହିଛନ୍ତି, ଏହି କାର୍‌କୁ ଯେକୌଣସି ଛୁଟି ମନାଇବାକୁ ହେଉ କିମ୍ବା ପିକ୍‌ନିକ୍‌ ଯିବା ପାଇଁ ବ୍ୟବହାର କରାଯାଇପାରିବ। ଏମିତି ସୁବିଧା ଅନ୍ୟ କୌଣସି କାର୍‌ରେ ମିଳିବ ନାହିଁ।

ଏହାବ୍ୟତୀତ ଏଥିରେ ୧୫ଟି ସ୍ପିକର ଥିବା ସାଉଣ୍ଡ୍‌ ସିଷ୍ଟମ ବି ରହିଛି। ଏହି ସିଷ୍ଟମକୁ କିଛି ନବୀକରଣ କରାଯାଇଛି। ଯେଉଁଥିରେ କାର୍‌ର ପ୍ଲାଟଫର୍ମ ଏକ ସାଉଣ୍ଡ ବକ୍ସ ପରି ବ୍ୟବହାର କରାଯାଇପାରିବ। ଏହି କାର୍‌ ପାଇଁ ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ଘଡ଼ି ତିଆରି କରୁଥିବା କମ୍ପାନୀ ବୋବି ୧୮୨୨ ଏକ ସ୍ବତନ୍ତ୍ର ଘଡ଼ି ପ୍ରସ୍ତୁତ କରିଛନ୍ତି। ଏହି କାର୍‌ରେ ଏମିତି ଇଞ୍ଜିନ ଲାଗିଛି ଯାହା ପୂର୍ବରୁ ରୋଲ୍‌ସ ରୟସ କଲିନନ୍‌, ଫାଣ୍ଟମ ଏବଂ ବ୍ଲାକ୍‌ ବ୍ୟାଜ ପରି ବିଳାସମୟ କାର୍‌ରେ ବ୍ୟବହାର କରାଯାଇଥିଲା। V12 6.75 ଓ୍ବାଇଟର୍ବୋ ଇଞ୍ଜିନ୍‌ ଏଚ୍‌ପି ପାଓ୍ବାର ଦେବାରେ ଏହା ସକ୍ଷମ।

ଭାରତରେ କିଛି ବଲିଉଡ୍‌ ସେଲିବ୍ରିଟି ଦାମୀ କାର୍‌ ବ୍ୟବହାର କରୁଛନ୍ତି। ନିର୍ଦ୍ଦେଶକ ବିଧୂ ବିନୋଦ ଚୋପ୍ରା ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ରୋଲ୍‌ସ ରୟସ ଫାଣ୍ଟମ ଗାଡ଼ି ଗିଫ୍ଟ କରିଥିଲେ। ଅମିତାଭ ବଚ୍ଚନ ଫିଲ୍ମ ‘ଏକଲବ୍ୟ’ରେ ବିଧୂ ବିନୋଦ ଚୋପ୍ରାଙ୍କ ସହିତ କାମ କରିଥିଲେ। ଏହି ଫିଲ୍ମ ଶୁଟିଂ ଶେଷ ହେବା ପରେ ନିର୍ଦ୍ଦେଶକ ଏହି କାର୍‌ ଅମିତାଭଙ୍କୁ ଗିଫ୍ଟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri