Posted inଖେଳ

ଘରୋଇ କ୍ରିକେଟରଙ୍କୁ ସହାୟତା ଯୋଜନା ଅଧୁରା

ନୂଆଦିଲ୍ଲୀ,୨୫।୫(ପି.ଟି.): କୋଭିଡ୍‌-୧୯ ପାଇଁ ଗତବର୍ଷ ରଣଜୀଟ୍ରଫି ସେସନ ବାତିଲ ହୋଇଥିଲା। ଦେଶର ପ୍ରଥମଶ୍ରେଣୀ କ୍ରିକେଟରଙ୍କୁ ସହାୟତା ତଥା ଅନୁକମ୍ପାମୂଳକ ଅର୍ଥ ପ୍ରଦାନ କରିବାକୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଇତିମଧ୍ୟରେ ଗୋଟିଏ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ ଖେଳାଳିମାନଙ୍କୁ ସହାୟତା ଦିଆଯାଇପାରିନାହିଁ। ରାଜ୍ୟ ଆସୋସିଏଶନଗୁଡିକ ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତରେ ଆବଶ୍ୟକ ଦସ୍ତାବିଜ୍‌ ଦେଇପାରି ନାହାନ୍ତି। ଫଳରେ ଘରୋଇ କ୍ରିକେଟରଙ୍କୁ ସହାୟତା ଦିଆଯାଇପାରି ନାହିଁ ବୋଲି ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ ସୋମବାର କହିଛନ୍ତି।
ଟି୨୦ ବିଶ୍ୱକପ୍‌ରେ ଭାରତୀୟ ମହିଳା ଦଳ ରନର୍ସଅପ୍‌ ହୋଇଥିଲା। ବିସିସିଆଇ ଏପର୍ଯ୍ୟନ୍ତ ଏବାବଦରେ ୫୫୦,୦୦୦ ଆମେରିକୀୟ ଡଲାର ମହିଳା ଦଳକୁ ପ୍ରଦାନ କରିନାହିଁ। ତେବେ ଚଳିତ ସପ୍ତାହରେ ଏହି ଅର୍ଥ ପ୍ରଦାନ କରିବ ବୋଲି ବୋର୍ଡ କହିଛି। ରଣଜୀ ଟ୍ରଫି ଖେଳାଳିଙ୍କୁ ସହାୟତା ପ୍ରଦାନ କରିବା ନେଇ ଆମେ ରାଜ୍ୟ ଆସୋସିଏଶନଗୁଡକ ସହିତ ଆଲୋଚନା କରିବୁ ବୋଲି ଧୂମଲ କହିଛନ୍ତି। କେଉଁ ଖେଳାଳି କୋତୋଟି ମ୍ୟାଚ୍‌ ଖେଳିଛନ୍ତି ଓ ରିଜର୍ଭ ରହିଛନ୍ତି ସେ ନେଇ ରାଜ୍ୟ ଆସୋସିଏଶନଗୁଡିକ ହିଁ କେବଳ ସୂଚନା ଦେଇପାରିବେ। କିନ୍ତୁ କୌଣସି ଆସୋସିଏଶନ ଏ ନେଇ କୌଣସି ସୂଚନା ଦେଇନାହାନ୍ତି।
ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ୭୩ ଜଣ ନାବାଗତ ଖେଳାଳି ୮ଟି ଦଳରୁ ପ୍ରତିନିଧିତ୍ୱ କରିଥିଲେ। ଅନ୍ୟ ୭୦୦ ଖେଳାଳିଙ୍କର ଆଇପିଏଲ ଚୁକ୍ତି ହୋଇନାହିଁ। ତେଣୁ ଏହି ଖେଳାଳିମାନଙ୍କୁ ସହାୟତାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ରଣଜୀ ଟ୍ରଫି ଖେଳାଳିଙ୍କୁ ସହାୟତା ପ୍ରଦାନ କରିବା ପ୍ରକ୍ରିୟା ସେତେଟା ସହଜ ନୁହେଁ। ତେଣୁ ଏଥିପାଇଁ ଏକ ସରଳ ନିୟମର ଆବଶ୍ୟକତା ରହିଛି। ଏ ଦିଗରେ ରାଜ୍ୟ ଆସୋସିଏଶନଗୁଡକ ସହାୟତା କଲେ ଆମେ ପ୍ରତିଶ୍ରୁତି ପୂରଣ କରିବୁ ବୋଲି ଧୁମଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Vijay Hazare Trophy: ବିରାଟ କୋହଲିଙ୍କ ଧୂଆଁଧାର ବ୍ୟାଟିଂ, ୧୬ ବର୍ଷ ପରେ ଏପରି ଶତକ ମାରିଲେ…

ନୂଆଦିଲ୍ଲୀ,୨୪।୧୨: ବିରାଟ କୋହଲିଙ୍କ ବ୍ୟାଟ୍ ବନ୍ଦ ହେବାର କୌଣସି ସଙ୍କେତ ଦେଖାଯାଉନାହିଁ । ଏହା ଅନ୍ତର୍ଜାତୀୟ କ୍ରିକେଟ୍ ହେଉ କି ଘରୋଇ କ୍ରିକେଟ୍ ସବୁ ସ୍ଥାନରେ...

ମାତ୍ର ୧୪ ବର୍ଷ ବୟସରେ ବଡ଼ ରେକର୍ଡ ଭାଙ୍ଗିଦେଲେ ବୈଭବ ସୂର୍ଯ୍ୟବଂଶୀ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୪।୧୨: ବିଜୟ ହଜାରେ ଟ୍ରଫି ୨୦୨୫-୨୬ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ଦଳ ବିହାର ପାଇଁ ଏକ ଭଲ ଆରମ୍ଭ ହୋଇଛି। ବିହାରର ଉପ-ଅଧିନାୟକ ବୈଭବ...

ନେମାରଙ୍କ ଅସ୍ତ୍ରୋପଚାର ସଫଳ

ସାଓ ପାଉଲୋ,୨୪ା୧୨: ବ୍ରାଜିଲର ଷ୍ଟାର ଖେଳାଳି ନେମାରଙ୍କ ବାମ ଆଣ୍ଠୁରେ ଅସ୍ତ୍ରୋପଚାର ହୋଇଛି। ତାଙ୍କ କ୍ଲବ ସାଣ୍ଟୋସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୩୩ ବର୍ଷୀୟ...

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri