Posted inଖେଳ

ଆଝାର ଓ ଆବିଦଙ୍କ ଶତକ

ହରାରେ, ୮ା୫-ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନର ଆବିଦ ଅଲି(୧୧୮ ନଟ୍‌ଆଉଟ) ଓ ଆଝାର ଅଲିି (୧୨୬ ରନ) ଶତକ ହାସଲ କରିଛନ୍ତି। ଭ୍ରମଣକାରୀ ଦଳ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୪ଉଇକେଟ ବିନିମୟରେ ୨୬୮ରନ କରିଛି। ଆବିଦ ଅଲିଙ୍କ ସହ ସାଜିଦ ଖାଁ ୧ ରନ କରି ଅପରାଜିତ ରହିଛନ୍ତି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ମାତ୍ର ୧୨ ରନ୍‌ରେ ପ୍ରଥମ ଉଇକେଟ ହରାଇଥିଲା। ଓପନର ଇମ୍ରାନ ବଟ ରିଚାର୍ଡ ଏନ୍‌ଗାରାଭଙ୍କ ବଲ୍‌ରେ ଡୋନାଲ୍ଡ ତିରିପାନୋଙ୍କ ଦ୍ୱାରା କ୍ୟାଚ ଆଉଟ ହୋଇଯାଇଥିଲେ। ବଟ ମାତ୍ର ୨ ରନ କରିଥିଲେ। ମାତ୍ର ଆବିଦ ଓ ଆଝାର ଦ୍ୱିତୀୟ ଉଇକେଟ ପାର୍ଟନରଶିପ୍‌ରେ ୨୩୬ ରନ ଯୋଗ କରି ଦଳର ସ୍ଥିତିକୁ ମଜଭୁତ କରିଦେଇଥିଲେ। ବ୍ଲେସିଂ ମୁଜାରାବାନି ଏହି ପାର୍ଟନରଶିପ୍‌କୁ ଭାଙ୍ଗି ଦେଇଥିଲେ। ସେ ଆଝାରଙ୍କୁ ମିଲ୍‌ଟନ ଶୁମ୍ବାଙ୍କ ଦ୍ୱାରା କ୍ୟାଚ ଆଉଟ କରିଦେଇଥିଲେ। ପରବର୍ତ୍ତୀ ଦୁଇ ବ୍ୟାଟ୍ସମ୍ୟାନ ଅଧିନାୟକ ବାବର ଆଜାମ ଓ ଫଓ୍ବାଦ ଆଲାମ ଯଥାକ୍ରମେ ମାତ୍ର ୨ ଓ ୫ ରନ କରି ଶୀଘ୍ର ଆଉଟ ହୋଇଯାଇଥିଲେ।

୧୮ବର୍ଷ ଅପେକ୍ଷା ପରେ ଟେଷ୍ଟ ପଦାର୍ପଣ କଲେ ତାବିଶ
ଏହି ମ୍ୟାଚରେ ୬୬ ବର୍ଷ ବ୍ୟବଧାନରେ ସବୁଠାରୁ ବୟସ୍କ ଖେଳାଳି ଭାବେ ତାବିଶ ଖାଁ (୩୬ବର୍ଷ ୧୪୬ ଦିନ) ପାକିସ୍ତାନ ଦଳରୁ ଟେଷ୍ଟ ପଦାର୍ପଣ କରିଛନ୍ତି। ଏହି ଫାଷ୍ଟ ବୋଲରଙ୍କୁ ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଦୀର୍ଘ ୧୮ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ତାବିଶ ୫୯୮ ପ୍ରଥମଶ୍ରେଣୀ ଉଇକେଟ ଅକ୍ତିଆର କରିଛନ୍ତି। ଟେଷ୍ଟ ପଦାର୍ପଣ ପୂର୍ବରୁ କୌଣସି ଏସୀୟ ଦଳର ଖେଳାଳିଙ୍କ କ୍ଷେତ୍ରରେ ଏହା ହେଉଛି ସର୍ବାଧିକ। ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କାର ମାଲିଣ୍ଡା ପୁଷ୍ପକୁମାରାଙ୍କ ନାମରେ ରହିଥିଲା। ସେ ୨୦୧୭ରେ ଭାରତ ବିପକ୍ଷରେ ତାଙ୍କ ଟେଷ୍ଟ ପଦାର୍ପଣ ପୂର୍ବରୁ ୫୫୮ ପ୍ରଥମ ଶ୍ରେଣୀ ଉଇକେଟ ଅକ୍ତିଆର କରିସାରିଥିଲେ। ଆୟର୍ଲାଣ୍ଡର ଟେଷ୍ଟ ପଦାର୍ପଣ ପୂର୍ବରୁ ଟିମ୍‌ ମୁର୍ତ୍ତାଗ ୭୧୨ ପ୍ରଥମ ଶ୍ରେଣୀ ଉଇକେଟ ଅକ୍ତିଆର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ ପୂର୍ବରୁ ସନ୍ୟାସ ନେଇ ଚମକାଇଲେ ଏହି ଖେଳାଳି, ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ଦଳ ଡିସେମ୍ବର ୨୦ ତାରିଖରେ ଘୋଷଣା କରାଯାଇଥିଲା। ୨୦୨୬ ଟି୨୦ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କା...

ଦିନିକିଆ ଅଧିନାୟକ ପଦରୁ ଗିଲ୍‌ ହେବେ ବିଦା! ତାଙ୍କ ସ୍ଥାନରେ ଏହି ଖେଳାଳିଙ୍କୁ ମିଳିବ ଅଧିନାୟକତ୍ୱ, ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୧୨: କ୍ରିକେଟର ଶୁବମନ ଗିଲ୍‌ଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ତାଙ୍କୁ ପ୍ରଥମେ ଟେଷ୍ଟ ଦଳର ଅଧିନାୟକ ଏବଂ ପରେ ଚଳିତ ବର୍ଷ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

୨ ଦଳ ମିଶି କଲେ ମାତ୍ର ୨୩ ରନ: ଅନ୍ତର୍ଜାତୀୟ ଟି-୨୦ରେ ସବୁଠୁ ଲଜ୍ଜାଜନକ ରେକର୍ଡ

ନୂଆଦିଲ୍ଲୀ,୨୨।୧୨: ଅନ୍ତର୍ଜାତୀୟ ଟି-୨୦ କ୍ରିକେଟ ସାଧାରଣତଃ ଦ୍ରୁତ ରନ, ବଡ଼ ଛକା ଏବଂ ବଡ଼ ସ୍କୋର ପାଇଁ ଜଣାଶୁଣା। ଏହି ଫର୍ମାଟ କେତେକ ସମୟରେ ବ୍ୟାଟସମ୍ୟାନଙ୍କ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri