Posted inଖେଳ

ଟି୨୦ ବିଶ୍ୱକପ ଭେନ୍ୟୁ ୫କୁ କମିପାରେ

ନୂଆଦିଲ୍ଲୀ, ୧।୫(ପି.ଟି.)-
ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବଢ଼ୁଥିଲେ ହେଁ ଆସନ୍ତା ଅକ୍ଟୋବରରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ହେବାନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦୃଢ଼ ଆଶାବାଦୀ। ତେବେ ପୂର୍ବରୁ ଏହା ୯ଟି ଭେନ୍ୟୁରେ ହେବାକୁ ଥିବାବେଳେ ଏବେ ଏହି ସଂଖ୍ୟା ୫କୁ କମାଇ ଦେବାକୁ ଚିନ୍ତା କରାଯାଉଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ (ଆଇସିସି) ଗତ ୧ ବର୍ଷ ହେଲା ୟୁଏଇକୁ ବ୍ୟାକ୍‌ଅପ୍‌ ଭେନ୍ୟୁ ଭାବେ ପ୍ରସ୍ତୁତ ରଖିଛି। ବର୍ତ୍ତମାନ ଇଣ୍ଡିଆନ ପ୍ରିମିୟର ଲିଗ୍‌ ବିଭିନ୍ନ ବାୟୋ-ବବ୍‌ଲ ପରିବେଶରେ ଅନୁଷ୍ଠିତ ହେଉଛି। ମାତ୍ର ଆଇସିସି ଟୁର୍ନାମେଣ୍ଟ ଅବସରରେ ବିସିସିଆଇ ବଡ଼ ପରୀକ୍ଷାର ସମ୍ମୁଖୀନ ହେବ। ” ପ୍ରତିଯୋଗିତା ହେବା ପାଇଁ ୫ ମାସ ଥିବାରୁ ଦେଶର ଅନେକ ଲୋକ ଟିକା ନେଇ ସାରିଥିବେ। ତେଣୁ ଆମେ ଟି୨୦ ବିଶ୍ୱକପ ଆୟୋଜନ କରିବାନେଇ ଏବେ ମଧ୍ୟ ଆଶାବାଦୀ ଅଛୁ। ତେବେ ଭେନ୍ୟୁ ସଂଖ୍ୟା କାଟଛାଣ୍ଟ କରାଯାଇ ୫ରେ ସୀମିତ ରଖାଯିବ“ ବୋଲି ଜଣେ ସିନିୟର ବିସିସିଆଇ କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଏକ ଆଇସିସି ଟିମ୍‌ ଏପ୍ରିଲ ୨୬ରେ ଦିଲ୍ଲୀ ଆସି ଆଇପିଏଲ ପାଇଁ ହୋଇଥିବା ଜୈବ-ସୁରକ୍ଷିତ ବ୍ୟବସ୍ଥାକୁ ଅନୁଧ୍ୟାନ କରିବାର ଥିଲା। ମାତ୍ର ବିମାନ ବାତିଲ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଛି। ସ୍ଥିତି ସ୍ବାଭାବିକ ହେଲେ ସେମାନେ ଆସି ବ୍ୟବସ୍ଥାର ଅନୁଧ୍ୟାନ କରିବେ ବୋଲି ଉକ୍ତ ବିସିସିଆଇ କର୍ମକର୍ତ୍ତା କହିଛନ୍ତି।
ୟୁଏଇକୁ ବ୍ୟାକ୍‌ଅପ୍‌ ଭେନ୍ୟୁ ରଖାଯାଇଛି ବୋଲି ବିସିସିଆଇର ଜେନେରାଲ ମ୍ୟାନେଜର (ଗେମ୍‌ ଡେଭ୍‌ଲପ୍‌ମେଣ୍ଟ) ଧୀରଜ ମାଲହୋତ୍ରା ପ୍ରକାଶ କରିଛନ୍ତି। ନିୟମ ଅନୁସାରେ ୟୁଏଇକୁ ସବୁବେଳେ ଦ୍ୱିତୀୟ ପସନ୍ଦ ଭେନ୍ୟୁ ରଖାଯାଇଥାଏ ବୋଲି ଅନ୍ୟ ଜଣେ କର୍ମକର୍ତ୍ତା କହିଛନ୍ତି। ସାଧାରଣତଃ ଶ୍ରୀଲଙ୍କା ଏବଂ ବାଂଲାଦେଶ ପରି ଦେଶରେ ଆଇସିସି ଟି୨୦ ବିଶ୍ୱକପ ୩ କିମ୍ବା ୪ ଭେନ୍ୟୁରେ ହୋଇଥାଏ। ମାତ୍ର ବୋର୍ଡ ରାଜନୀତି ଏବଂ ଏ ସମ୍ପର୍କିତ ବାଧ୍ୟବାଧକତା ଯୋଗୁ ଭାରତରେ ତାହା ସମ୍ଭବ ହୋଇ ନ ଥାଏ। ୨୦୧୧ ଦିନିକିଆ ବିଶ୍ୱକପ ଏବଂ ୨୦୧୬ ଟି୨୦ ବିଶ୍ୱକପ ସମୟରେ ଆୟୋଜକ କମିଟିରେ ସ୍ଥାନ ପାଇଥିବା ଜଣେ ପୂର୍ବତନ ବିସିସିଆଇ କର୍ମକର୍ତ୍ତା ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ସଭାପତି ସୌରଭ ଗାଙ୍ଗୁଲିଙ୍କ ସହର କୋଲକାତା, ଉପସଭାପତି ରାଜୀବ ଶୁକ୍ଳାଙ୍କ ସହର ଲକ୍ଷ୍ନୌ, ସମ୍ପାଦକ ଜୟ ଶାହାଙ୍କ ସହର ଅହମଦାବାଦ ଏବଂ କୋଷାଧ୍ୟକ୍ଷ ଅରୁଣ ଧୁମାଲଙ୍କ ସହର ଧର୍ମଶାଳା। ଏହାବ୍ୟତୀତ ମୁମ୍ବାଇ, ଚେନ୍ନାଇ, ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଶ୍ରେଷ୍ଠ ଷ୍ଟାଡିୟମଗୁଡ଼ିକ ରହିଛି। କୌଣସି ଟୁର୍ନାମେଣ୍ଟ ସମୟରେ ଏଥିରୁ କୌଣସି ଭେନ୍ୟୁକୁ ଅଣଦେଖା କରାଯିବା କଷ୍ଟକର ହୋଇଥାଏ ବୋଲି ସେ ସୂଚନା ଦେଇଛନ୍ତି। ମ୍ୟାଚ ବାଣ୍ଟିବା ବିସିସିଆଇ ପାଇଁ ସବୁବେଳେ ସ୍ପର୍ଶକାତର ସମସ୍ୟା ସୃଷ୍ଟି କରିଥାଏ। ତେବେ ଯଦି ଟି୨୦ ବିଶ୍ୱକପ ଯୋଜନା ଅନୁସାରେ ହୁଏ ତେବେ କେତେକ କଠୋର ନିଷ୍ପତ୍ତି ନେବାକୁ ପଡ଼ିବ। ଟୁର୍ନାମେଣ୍ଟ ସରିଲେ ବିଦେଶରୁ ଆସିଥିବା ଦଳଗୁଡ଼ିକ କିପରି ସ୍ବଚ୍ଛନ୍ଦରେ ଫେରିପାରିବେ ତାକୁ ମଧ୍ୟ ଧ୍ୟାନରେ ରଖାଯାଇଥାଏ। ପାକିସ୍ତାନ ପାଇଁ ସବୁବେଳେ ଦିଲ୍ଲୀ ଏବଂ ଲକ୍ଷ୍ନୌରେ ଖେଳିବା ସୁରକ୍ଷିତ ହୋଇଥାଏ। ସେହିପରି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପାଇଁ ମୁମ୍ବାଇରେ ଖେଳିବା ସୁବିଧାଜନକ ହୋଇଥାଏ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri