Posted inଖେଳ

ରାଜସ୍ଥାନର ପିଛା ଛାଡୁ ନାହିଁ ସମସ୍ୟା

ମୁମ୍ବାଇ, ୨୫।୪: ହ୍ୟାଟ୍ରିକ ପରାଜୟ ପରେ ଗୋଟିଏ ମ୍ୟାଚ୍‌ ଜିତିଥିବା ରାଜସ୍ଥାନ ରୟାଲ୍ସର ପିଛା ଛାଡ଼ୁନାହିଁ ସମସ୍ୟା। ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ୟୁ ଟେ ବ୍ୟକ୍ତିଗତ କାରଣ ଯୋଗୁ ସ୍ବଦେଶ ଫେରି ଯାଇଛନ୍ତି। ତାଙ୍କ ପୂର୍ବରୁ ବେନ ଷ୍ଟୋକ୍ସ (ଆଙ୍ଗୁଠି ଜନିତ ଆହତ ସମସ୍ୟା) ଓ ଲିଆମ ଲିଭିଙ୍ଗଷ୍ଟୋନ (କ୍ଲାନ୍ତ ଅନୁଭବ) ସ୍ବଦେଶ ଫେରି ଯାଇଥିଲେ। ଦଳର ମୁଖ୍ୟ ପେସର ଜୋଫ୍ରା ଆର୍ଚ୍ଚର ପୂର୍ବରୁ ଉପଲବ୍ଧ ନାହାନ୍ତି। ଏଭଳି ବିପରୀତ ପରିସ୍ଥିତିରେ ଟେ ସ୍ବଦେଶ ଫେରିଯିବାରୁ ସମସ୍ୟାରେ ଘେରି ହୋଇଯାଇଛି ରାଜସ୍ଥାନ ଫ୍ରାଞ୍ଚାଇଜ। ଦଳରେ ଆଉ ମାତ୍ର ୪ (ଜୋସ ବଟଲର, କ୍ରିସ ମୋରିସ, ମୁସ୍ତାଫିଜୁର ରେହମାନ ଓ ଡେଭିଡ୍‌ ମିଲର) ଜଣ ବିଦେଶୀ ଖେଳାଳି ଅଛନ୍ତି। ସେମାନଙ୍କୁ ଦଳରେ ନିୟମିତ ସ୍ଥାନ ଦେବା ଛଡ଼ା ଆଉ ସଞ୍ଜୁ ସାମସନଙ୍କ ନିକଟରେ ବାଟ ନାହିଁ। ଏପଟେ ବାୟୋ ବବ୍‌ଲ ନିୟମ ଯୋଗୁ ଅନ୍ୟ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରିବା ସହଜ ନୁହେଁ।

୨୦୧୮ ଆଇପିଏଲରେ ସର୍ବାଧିକ ଉଇକେଟ ହାତେଇଥିବା ଟେ ଚଳିତ ସିଜନରେ ଗୋଟିଏ ବି ହେଲେ ମ୍ୟାଚ୍‌ ଖେଳି ନ ଥିଲେ। ଗତ ସଂସ୍କରଣରେ ତାଙ୍କୁ କେବଳ ଗୋଟିଏ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ବର୍ଷ ଆରମ୍ଭ ପୂର୍ବରୁ ବଡ଼ ଘୋଷଣା କରିଦେଲେ ଟ୍ରମ୍ପ, ସାଧାରଣ ଲୋକଙ୍କୁ ହେବ ଫାଇଦା

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ୍‌ ଏବଂ ଟିକସ ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଉତ୍ତର କାରୋଲିନାରେ ତାଙ୍କ ଭାଷଣ...

ମାଲାୟାଲମ୍ ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ପରଲୋକ, ୨୦୦ରୁ ଅଧିକ ଚଳଚ୍ଚିତ୍ରରେ କରିଥିଲେ ଅଭିନୟ

ନୂଆଦିଲ୍ଲୀ,୨୦ା୧୨: ମାଲାୟାଲମ ସିନେମା ଅଭିନେତା-ନିର୍ଦ୍ଦେଶକ ଶ୍ରୀନିବାସନଙ୍କ ଦେହାନ୍ତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ କିଛି ଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ...

ଟେଷ୍ଟ କ୍ରିକେଟ୍‌ରେ ଏମିତି ବିଶ୍ୱରେକର୍ଡ: ପୂର୍ବରୁ କେବେ ହୋଇ ନ ଥିଲା…

ମାଉଣ୍ଟ ମାଉଙ୍ଗାନୁଇ,୨୦।୧୨: ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ଟେଷ୍ଟ ଏକ ରୋମାଞ୍ଚକର ଘଟଣା ପାଲଟିଛି। ଆୟୋଜକ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନରେ...

ବଡ଼ ଦିନକୁ ଶାନ୍ତିଶୃଙ୍ଖଳା ସହ ପାଳନ କରିବା ପାଇଁ ପୋଲିସ ତରଫରୁ ବ୍ୟାପକ ପଦକ୍ଷେପ, ଗାଁ ଗାଁରେ ହେଲା…

ଜି.ଉଦୟଗିରି,୨୦।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସମସ୍ତ ଚର୍ଚ୍ଚଗୁଡ଼ିକରେ ପ୍ରାକ ବଡ଼ଦିନ ଉତ୍ସବ ପାଳନ ଚାଲିଥିବା ବେଳେ ବଡ଼ଦିନ ପାଇଁ ଅଞ୍ଚଳବାସୀ ଚର୍ଚ୍ଚ ଗୃହ...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri