ଚମ୍ପୁଆରେ ଖୋଲିବ କୋଭିଡ୍‌ ହସ୍ପିଟାଲ

ଚମ୍ପୁଆ, ୨୩।୪ (ଡି.ଏନ.ଏ.)-ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚମ୍ପୁଆରେ ବଢିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ଜିଲାପ୍ରଶାସନର ନିର୍ଦ୍ଦେଶକ୍ରମେ ଚମ୍ପୁଆରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ଉପଖଣ୍ଡ ଚିକିତ୍ସା ଅଧିକାରୀ ଉମାକାନ୍ତ ସାହୁ ସୂଚନା ଦେଇଛନ୍ତି। ଏନେଇ ଚମ୍ପୁଆ ଏନଏସି ଅଧିକାରୀ ଗୌରହରି ମହାନ୍ତ ଓ ଚିକିତ୍ସା ଅଧିକାରୀ ଉମାକାନ୍ତ ସାହୁ ଖୋଲିବାକୁ ଥିବା କୋଭିଡ ହସ୍ପିଟାଲର ଆନୁଷଙ୍ଗିକ ବ୍ୟବସ୍ଥା ତଦାରଖ କରିଛନ୍ତି। ସୂଚନା ଅନୁସାରେ ଚମ୍ପୁଆ ପ୍ରଶାସନ ପକ୍ଷରୁ କୋଭିଡ ମୁକାବିଲା ପାଇଁ ବହୁବିଧି ପଦକ୍ଷେପ ଗ୍ରହଣ କରାଯାଇ ସୀମାନ୍ତ ଚେକପୋଷ୍ଟ ଠାରୁ ଆରମ୍ଭ କରି ନିୟମିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବା ସହିତ ମାସ୍କ ଓ ସାମାଜିକ ଦୂରତାକୁ କଡାକଡି କରାଯାଇଛି। ଉପଖଣ୍ଡ ଚିକିତ୍ସାଳୟରେ ନିୟମିତ କୋଭିଡ ପରିକ୍ଷା କରାଯାଇ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ଚିକିତ୍ସା ସେବା ପ୍ରଦାନ କରାଯାଇଥିବା ଯଣାଯାଇଛି। ମାତ୍ର ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ କୋଭିଡ ହସ୍ପିଟାଲ ଆସନ୍ତା ୨୪ ତାରିଖରେ ଖୋଲା ହେବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ୩ ଜଣ ଡାକ୍ତରଙ୍କ ସମେତ ଆବଶ୍ୟକ ଫାର୍ମାଶିଷ୍ଟ ଓ ନର୍ସ ନିୟୋଜିତ କରାଯିବ। ଫଳରେ ସଂକ୍ରମିତ ରୋଗୀ ସହଜରେ ସେବା ପାଇପାରିବେ ବୋଲି ଚିକିତ୍ସା ଅଧିକାରୀ ସାହୁ ସୂଚନା ଦେଇଛନ୍ତି। ଅନ୍ୟ ପକ୍ଷରେ ସରକାରଙ୍କ ଗାଇଡ ଲାଇନକୁ ସମସ୍ତ ଜନସାଧାରଣ ମାନିବାକୁ ଏନଏସି ପକ୍ଷରୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍

ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...

କାର୍‌ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…

ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍‌ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

ବିଜେଡି ନେତାଙ୍କ ଭୋଜି: ନେତୃତ୍ୱକୁ ବିରୋଧ ଚର୍ଚ୍ଚା…..

ଭୁବନେଶ୍ୱର,୨୦।୧୨(ସୁନିତ୍‌ ମିଶ୍ର):ବିଜେଡିର କେତେଜଣ ପୂର୍ବତନ ବିଧାୟକ ଏବଂ ଗତ ନିର୍ବାଚନରେ ପରାଜିତ ନେତା ଭୁବନେଶ୍ୱର ଉପକଣ୍ଠରେ ଏକାଠି ହୋଇ ଏକ ଭୋଜିର ଆୟୋଜନ କରିଥିଲେ। ଏହି...

ସରକାରଙ୍କ ବଡ଼ ଘୋଷଣା: ପ୍ରତି ବ୍ଲକରେ ଖୋଲିବ…

ଭୁବନେଶ୍ୱର,୨୦ା୧୨ (ସୁଚିସ୍ମିତା ସାହୁ):ଓଡ଼ିଶାରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ ୨୦୩୬ ଓ ୨୦୪୭ରେ ୪ଟି ପ୍ରମୁଖ ମାନଦଣ୍ଡକୁ ସ୍ଥାନିତ କରାଯାଇଛି। ଉଚ୍ଚଶିକ୍ଷା କ୍ଷେତ୍ରରେ...

ବିବାହିତ ମହିଳାଙ୍କ ପ୍ରେମରେ ପଡିଥିଲେ ନାବାଳକ, ଦେଖାକରିବାକୁ ଯାଇ…

ବିଞ୍ଝାରପୁର, ୨୦ା୧୨(ରାମକୃଷ୍ଣ ଦାସ): ପ୍ରେମ ପାଇଁ ଆସିଥିବା ଜଣେ ନାବାଳକ ପ୍ରେମିକଙ୍କ ଝୁଲନ୍ତା ମୃତଦେହକୁ ବିଞ୍ଝାରପୁର ଥାନା ଅଞ୍ଚଳର ପ୍ରେମିକାଙ୍କ ଘର ନିକଟରୁ ଶୁକ୍ରବାର ପୂର୍ବାହ୍ନରେ...

୧୦ମ ଶ୍ରେଣୀ ଛାତ୍ରୀ ହେଲେ ଗର୍ଭବତୀ , ବଳାତ୍କାର କରିବା ସହ…

କୁଆଁରମୁଣ୍ଡା,୨୦ା୧୨ (ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅଞ୍ଚଳର ଜଣେ ନାବାଳିକା ୫ ମାସର ଗର୍ଭବତୀ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ବୀରମିତ୍ରପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri