Posted inଖେଳ

ଦୂତୀଙ୍କୁ ନେଇ ଆଶାରେ ହିମା

ନୂଆଦିଲ୍ଲୀ, ୨୦।୪ (ପିଟି)-ଆସନ୍ତା ମାସରେ ପୋଲାଣ୍ଡରେ ହେବାକୁଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ୪x୧୦୦ ମିଟର ରିଲେ ଦଳ ଅଂଶଗ୍ରହଣ କରିବ। ସ୍ପ୍ରିଣ୍ଟ କୁଇନ ଓଡ଼ିଶାର ଦୂତୀ ଚାନ୍ଦ ଏହି ଦଳରେ ଥିବାରୁ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବା ସମ୍ଭାବନା ଅଧିକ ବୋଲି ତାରକା ସ୍ପ୍ରିଣ୍ଟର ହିମା ଦାସ ଦୃଢ଼ ଆଶାପୋଷଣ କରିଛନ୍ତି। ମେ ୧ ଓ ୨ ତାରିଖରେ ହେବାକୁଥିବା ବିଶ୍ୱ ପ୍ରତିଯୋଗିତାର ଶ୍ରେଷ୍ଠ ୮ ରିଲେ ଦଳ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇବ। ଏପର୍ଯ୍ୟନ୍ତ ଅଲିମ୍ପିକ୍ସ ଯୋଗ୍ୟତା ପାଇ ନ ଥିବା ହିମା ଭାରତୀୟ ୪x୧୦୦ ମିଟର ରିଲେ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ। ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫଆଇ) ପକ୍ଷରୁ ଘୋଷିତ ଦଳରେ ଜାତୀୟ ରେକର୍ଡଧାରିଣୀ ଦୂତୀ ଚାନ୍ଦ, ଅର୍ଚ୍ଚନା ସୁସେନ୍ଦ୍ରନ, ଏସ. ଧନଲକ୍ଷ୍ମୀ, ହିମାଶ୍ରୀ ରୟ ଓ ଏ.ଟି. ଧନେଶ୍ୱରୀ ଅନ୍ୟତମ ସଦସ୍ୟା ଅଛନ୍ତି। ”ଦୂତୀ ରିଲେ ଦଳରେ ଥିବାରୁ ଆମେ ଆଗାମୀ ପ୍ରତିଯୋଗିତାରୁ ଅଲିମ୍ପିକ୍ସ ଯୋଗ୍ୟତା ପାଇବାକୁ ଦୃଢ଼ ଆଶାୟୀ। ଫେଡେରେଶନ କପ୍‌ର ବ୍ୟକ୍ତିଗତ ୧୦୦ ମିଟର ଇଭେଣ୍ଟରେ ଆମେ ସମସ୍ତେ ଭଲ ପ୍ରଦର୍ଶନ କରିଥିଲୁ। ସମସ୍ତେ ଭଲ ପ୍ରସ୍ତୁତି କରିଥିବାରୁ ଆମର ଆଶା ବଢ଼ିଛି“ ବୋଲି ହିମା କହିଛନ୍ତି। ଗତ ମାର୍ଚ୍ଚରେ ହୋଇଥିବା ଫେଡେରେଶନ କପ୍‌ର ୧୦୦ ମିଟରରେ ଧନଲକ୍ଷ୍ମୀ ୧୧.୩୮ ସେକେଣ୍ଡ ସହ ପ୍ରଥମସ୍ଥାନ ଅଧିକାର କରିଥିଲେ। ଦୂତୀ ୧୧.୫୮ ଓ ସୁସେନ୍ଦ୍ରନ ୧୧.୭୬ ସେକେଣ୍ଡ ସହିତ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ହିମା ପ୍ରାରମ୍ଭିକ ହିଟ୍‌ରେ ୧୧.୬୩ ସେକେଣ୍ଡ ସମୟ ନେଇଥିଲେ ହେଁ ଫାଇନାଲ ରେସ୍‌ ବେଳକୁ ଫଲ୍ସ ଷ୍ଟାର୍ଟ ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ। ଏଏଫଆଇ ପକ୍ଷରୁ ଚଳିତମାସ ଶେଷ ଭାଗରେ ଟ୍ରେନିଂ ଏବଂ ଏକ୍ସପୋଜର ଟୁର୍‌ରେ ଭାରତୀୟ ଆଥଲେଟ୍‌ ତୁର୍କୀ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ ନିଶ୍ଚିତ ୧୦୦ ଓ ୨୦୦ ମିଟର ରନ କରିବେ ବୋଲି ‘ଧିଙ୍ଗ ଏକ୍ସପ୍ରେସ’ଭାବେ ପରିଚିତ ଏହି ୨୧ ବର୍ଷୀୟା ଆସାମ ଆଥଲେଟ୍‌ ପ୍ରକାଶ କରିଛନ୍ତି। ମୁଁ ସେଠାରେ ୧୦୦ ଓ ୨୦୦ ମିଟରରେ ରନ୍‌ କରିବି। ଏହାଛଡ଼ା ସେତେବେଳେ ତୁର୍କୀରେ ହେବାକୁଥିବା ଅଲିମ୍ପିକ୍ସ କ୍ୱାଲିଫାଇଂ ଇଭେଣ୍ଟରେ ମଧ୍ୟ ୧୦୦ ଓ ୨୦୦ ମିଟରରେ ଭାଗନେବି ବୋଲି ସେ କହିଛନ୍ତି।
ହିମା ବିଶ୍ୱ ଜୁନିୟର ୪୦୦ ମିଟର ଚାମ୍ପିୟନ ଥିବାବେଳେ ୨୦୧୮ ଏସିଆନ ଗେମ୍ସରେ ରୌପ୍ୟ ପଦକ ପାଇଥିଲେ। ମାତ୍ର ଚଳିତ ସିଜନରେ ସେ କେବଳ ୧୦୦ ଓ ୨୦୦ ମିଟରରେ ରେସ୍‌ କରିବେ। ମୁଁ ଚଳିତ ସିଜନରେ ୪୦୦ ମିଟରରେ ରେସ୍‌ କରିପାରିବି କି ନାହିଁ ତାହା କେବଳ କୋଚ୍‌ ଗାଲିନା ବୁଖାରିନା ଏବଂ ଏଏଫଆଇ ସ୍ଥିର କରିବେ। ସମସ୍ତେ ଜାଣିଛନ୍ତି ୪୦୦ ମିଟରକୁ ନେଇ ମୋର କିଛି ସମସ୍ୟା ରହିଛି। ସେଥିପାଇଁ ୨୦୧୯ ଏସିଆନ ଚାମ୍ପିୟନଶିପ୍‌ରେ ଭାଗନେଇପାରି ନ ଥିଲି ବୋଲି ସେ କହିଛନ୍ତି। ୨୦୧୮ ଏସିଆନ ଗେମ୍ସର ୪୦୦ ମିଟରରେ ହିମା ୫୦.୭୯ ସେକେଣ୍ଡ ସମୟ ନେଇ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ। ମାତ୍ର ପିଠିରେ ଯନ୍ତ୍ରଣା ଯୋଗୁ ସେ ୨୦୧୯ ଦୋହା ଏସିଆନ ଚାମ୍ପିୟନଶିପ୍‌ରେ ଗୋଟିଏ ଲ୍ୟାପ ଅଧାରୁ ଓହରି ଯାଇଥିଲେ। ଶେଷଥରପାଇଁ ସେ ଗତବର୍ଷ ଅଗଷ୍ଟରେ ଚେକ୍‌ ରିପବ୍ଲିକ୍‌ରେ ୪୦୦ ମିଟର ରେସ୍‌ରେ ୨ଥର ଭାଗ ନେଇଥିଲେ। ମାତ୍ର ଶେଷ ରେସ୍‌ରେ ସେ ୫୩.୦୭ ସେକେଣ୍ଡ ସମୟ ନେଇଥିଲେ। ପିଠିରେ ଯନ୍ତ୍ରଣା ଯୋଗୁ ସେ ୨୦୧୯ ସେପ୍ଟେମ୍ବରରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଭାଗନେଇ ପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri