Posted inRasifala

ରାଶିଫଳ: ସୋମବାର, ଏପ୍ରିଲ୍‌ ୧୯ ତାରିଖ – Daily Horoscope

ମେଷ
ନିଜ ରାଶିରେ ଗ୍ରହସନ୍ନିବେଶଜନିତ ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା ଲାଭ କରିବେ। ଅର୍ଥନୈତିକ ସ୍ଥିତିର ଅଭିବୃଦ୍ଧି, କଳା, ସାହିତ୍ୟ, ସଙ୍ଗୀତରେ ଉନ୍ନତି, ଯାନ୍ତ୍ରିକ ଦ୍ରବ୍ୟ ଲାଭରୁ ମନ ଖୁସି ରହିବ। ଆନୁଷ୍ଠାନିକ କାମ ପରିପ୍ରେକ୍ଷୀରେ ବନ୍ଧୁମିଳନ ସାଙ୍ଗକୁ ହସ ଖୁସିରେ ମସଗୁଲ୍‌ ରହିପାରନ୍ତି।
ବୃଷ
ବୃଷ
ଆଜି ନୂତନ ସ୍ଥାନ ପରିଦର୍ଶନ ସାଙ୍ଗକୁ ମିତ୍ରତାର ସମ୍ପର୍କ ଯୋଡ଼ି ହୋଇଯିବ। କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ବଳରେ ସମାଧାନ କରିବେ। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି କରିବେ। ଆର୍ଥିକ ଦିଗରୁ ଆଜି ଯାହା ପାଇବେ, ତାହାଠାରୁ ଅଧିକ ବ୍ୟୟ କରିବାକୁ ବାଧ୍ୟ ହେବେ।
ମିଥୁନ
ମିଥୁନ
ଗତକାଲିର ପରିଶ୍ରମ କାରଣରୁ ଆଜି ସକାଳୁ ଦେହଟା ଟିକିଏ ଭଲ ଲାଗି ନ ପାରେ। ଶନିଙ୍କ ପ୍ରଭାବରେ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାମ ହାସଲ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ପାରିବାରିକ ସଦ୍ଭାବ ସାଙ୍ଗକୁ କର୍ମକ୍ଷେତ୍ରର ସାବଲୀଳତା ମନକୁ ହର୍ଷୋତ୍‌ଫୁଲ୍ଲ କରିବ। ସମ୍ପର୍କୀୟଙ୍କ ଅସହଯୋଗ ମନୋଭାବ କାମକୁ ନିମ୍ନାଭିମୁଖୀ କରାଇପାରେ। ବିଶ୍ୱସ୍ତ ଲୋକଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହେବେ। ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି।
ସି˚ହ
ସି˚ହ
ପାରିବାରିକ ସମସ୍ୟା ହେତୁ ଅଫିସରେ ମନ କଥା ମନରେ ମାରି ରହିବାକୁ ବାଧ୍ୟହେବେ। ମଘା ନକ୍ଷତ୍ରର ବ୍ୟବସାୟ, ନିର୍ମାଣ, ପରିବହନ ପ୍ରଭୃତିରେ ସମସ୍ୟା ରହିବ ନାହିଁ। ଗଠନମୂଳକ ପ୍ରସ୍ତାବ ଦେଇ ବନ୍ଧୁ ଗହଣରେ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଲେ ସାମୟିକ ଭାବରେ ଅଶାନ୍ତି ଦୂରେଇ ରହିବ।
କନ୍ୟା
ନୂତନ ଯୋଜନାଟିର ଆରମ୍ଭ ଓ ଶେଷର ମଧ୍ୟବର୍ତ୍ତୀ ସମୟ ଆପଣଙ୍କ ପାଇଁ ଟେନ୍‌ସନର କାରଣ ପାଲଟିବ। ଆର୍ଥିକ ସ୍ଥିତି ଓ ବୈଷୟିକ ସମୃଦ୍ଧିର ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିରତା ରହି ନ ପାରେ। ଲେଖାପଢ଼ା, ପ୍ରକାଶନ, ମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ବନ୍ଧୀୟ ଚିନ୍ତା ବନ୍ଧୁଙ୍କ ଦ୍ୱାରା ଦୂର ହେବ।
ତୁଳା
ତୁଳା
ଶୁକ୍ରଙ୍କ ପ୍ରଭାବରୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଧିକାଂଶ ସମୟ କଟାଇବେ। ଅଫିସରେ ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ ଚାପରେ ବିବ୍ରତ ହୋଇପାରନ୍ତି। ରବିରଶ୍ମିରେ ଶୁକ୍ରଙ୍କ ନିଷ୍ପ୍ରଭତା, ଦୈହିକ ଦୁର୍ବଳତା ହେତୁ କର୍ମକ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି ହୋଇପାରେ। ବିଶାଖା ନକ୍ଷତ୍ର ଯୋଗୁ ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ।
ବିଛା
ବିଛା
ବିଭିନ୍ନ ସମସ୍ୟାରେ ଛନ୍ଦି ହେବାରୁ କାର୍ଯ୍ୟ ସମ୍ପନ୍ନ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହେବ। ଅନୁରାଧା ନକ୍ଷତ୍ର ସାଧାରଣ କଥାକୁ ଅସାଧାରଣ ଭାବେ କଳ୍ପନା କରି ଆଶଙ୍କାଗ୍ରସ୍ତ ହୋଇପାରନ୍ତି। ଅବଶ୍ୟ କ୍ରୟ, ବାଣିଜ୍ୟ, ମାଙ୍ଗଳିକ କାମକୁ ଶାନ୍ତ ମନରେ କରିବାରେ ଧୈର୍ଯ୍ୟ ଧାରଣ କରିବେ।
ଧନୁ
ଧନୁ
ଶନିଙ୍କ ପ୍ରଭାବରୁ ଏକାଧିକ ବିଷୟର ଚିନ୍ତା ମନକୁ ବିବ୍ରତ କରିପାରେ। ବନ୍ଧୁମାନେ ସମ୍ମୁଖରେ କିଛି ନ କହି ପଛରେ ସମାଲୋଚନାମୂଳକ କଥା କହିବେ। କେତେକ କ୍ଷେତ୍ରରେ ନିଜ ଲୋକମାନେ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେବେ। କିନ୍ତୁ ରାଜନୈତିକ, ପ୍ରଶାସନିକ, ରଚନାମତ୍କ ତଥା ସାମାଜିକ କ୍ଷେତ୍ରରେ ଉନ୍ନତମାନର ସୁଫଳ ମିଳିବ।
ମକର
ମକର
ଆଜି ଦିନଟିରେ ପରକାର୍ଯ୍ୟରେ ତପତ୍ରତା ପ୍ରକାଶ କରିବାକୁ ପଡ଼ିପାରେ। ବହୁ ଦିନରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବେ। ପରିବହନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। କାହାର କଥାରେ ଭାସି ନ ଯାଇ ବିଚାରପୂର୍ବକ କାମ ନକଲେ ହଇରାଣ ହେବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ନୀଚାଭିମୁଖୀ ମଙ୍ଗଳଙ୍କ ପ୍ରଭାବଜନିତ କର୍ମକ୍ଷେତ୍ରରେ ଧିମେଇ ଧିମେଇ ଗତି କରିବାକୁ ପଡ଼ିପାରେ। ପାରିବାରିକ ସ୍ଥିତି ବିଶେଷ ପ୍ରୀତିଦାୟକ ରହିବ ଏବଂ ବନ୍ଧୁମିଳନ ଜନିତ ଆନନ୍ଦ ଅନୁଭବ କରିପାରନ୍ତି। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଆଜିର ଯାତ୍ରା ସମୟରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ।
ମୀନମୀନ
ଆଜି ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବିଶେଷ ଅନୁକୂଳ ରହିବ। ନିଜର ସଂଯମ କଥାବାର୍ତ୍ତା ସମସ୍ୟା ସମାଧାନ କରି ସମ୍ମାନ ଦାନରେ ସାହାଯ୍ୟ କରିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ଆଇନ ଅଦାଲତ ଓ ଜମିଜମା କ୍ଷେତ୍ରରୁ ସଫଳତା ହାସଲ କରିବେ। ଉତ୍ତରଭାଦ୍ରବ ନକ୍ଷତ୍ରର ଆଶା ପୂରଣ ହେତୁ ମାନସିକ ସ୍ଥିତି ପ୍ରାୟତଃ ଠିକ୍‌ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri